ଏଆଇ ଇମ୍ପାକ୍ଟ ସମ୍ମିଳନୀ ଉଦଘାଟନ କଲେ ମୋଦୀ
ନୂଆଦିଲ୍ଲୀ: ଦିଲ୍ଲୀର ଭାରତ ମଣ୍ଡପମରେ ଅନୁଷ୍ଠିତ ହେଉଥିବା ଏଆଇ ଇମ୍ପାକ୍ଟ ସମିଟ୍ ୨୦୨୬ ଆଜି ଆନୁଷ୍ଠାନିକ ଭାବରେ ଉଦଘାଟନ ହୋଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହି ସମିଟ୍ ଉଦଘାଟନ କରି ବିଶ୍ୱର ବିଭିନ୍ନ ସ୍ଥାନରୁ ଆସିଥିବା ଅତିଥିମାନଙ୍କୁ ସମ୍ବୋଧିତ କରିଥିଲେ। ପ୍ରଧାନମନ୍ତ୍ରୀ ମୋଦୀ ପ୍ରାୟ ରାତି ୯ଟା ପର୍ଯ୍ୟନ୍ତ ସମିଟ୍ରେ ରହିବେ ଏବଂ ଅତିଥିମାନଙ୍କ ସହିତ ବିଭିନ୍ନ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବେ।

ଇଲେକ୍ଟ୍ରୋନିକ୍ସ ଏବଂ ଆଇଟି ସଚିବ ଏସ. କ୍ରିଷ୍ଣନ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ମୋଦୀ ଏବଂ ଭିଭିଆଇପି ଅତିଥିମାନଙ୍କ ଉପସ୍ଥିତି ଯୋଗୁଁ, ଆଜି ସମ୍ମିଳନୀ ସାଧାରଣ ଲୋକଙ୍କ ପାଇଁ ବନ୍ଦ ରହିବ। ଆଜି କେବଳ ନିମନ୍ତ୍ରଣ ପତ୍ର ଥିବା ବ୍ୟକ୍ତିମାନଙ୍କୁ ପ୍ରବେଶ ଅନୁମତି ଦିଆଯିବ। ଏଆଇ ସମ୍ମିଳନୀ ଆସନ୍ତା ୨୧ ତାରିଖ ଯାଏଁ ଜାରି ରହିବ।
