ପ୍ରକାଶ ପାଇଲା CBSE ଦଶମ ରେଜଲ୍ଟ

0 332

ନୂଆଦିଲ୍ଲୀ : ବିନା ପରୀକ୍ଷାରେ ପ୍ରକାଶ ପାଇଲା CBSE ଦଶମ ରେଜଲ୍ଟ । cbseresults.nic.in ଓ୍ୱେବସାଇଟରେ ଉପଲବ୍ଧ ହେଉଛି ରେଜଲ୍ଟ । CBSEର ବିକଳ୍ପ ମୂଲ୍ୟାୟନ ପଦ୍ଧତିରେ ରେଜଲ୍ଟ ପ୍ରକାଶ ପାଇଛି । ପରୀକ୍ଷା ପାଇଁ ପଞ୍ଜୀକରଣ କରିଥିଲେ ୧୦ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ । ଏଗୁଡିକ ବ୍ୟତୀତ ସମସ୍ତ ପଞ୍ଜୀକୃତ ପ୍ରାର୍ଥୀଙ୍କ ପାଇଁ IVS, SMS, Digilocker ଏବଂ UMANG ଆପରେ ମଧ୍ୟ ଫଳାଫଳ ଉପଲବ୍ଧ ହେବ । ପ୍ରାର୍ଥୀମାନେ ମଧ୍ୟ CBSE Digilocker ୱେବସାଇଟ୍, digilocker.gov.in କୁ ଲଗ୍ ଇନ୍ କରି ସେମାନଙ୍କର ରେଜଲ୍ଟ ଜାଣିପାରିବେ । ଏହାସହ ମାର୍କ ସିଟ୍ ଏବଂ ସାର୍ଟିଫିକେଟ୍ ମଧ୍ୟ ପାଇପାରିବେ । ତେବେ ଯେଉଁମାନେ ମୂଲ୍ୟାଙ୍କନ ପଦ୍ଧତିରେ ଖୁସି ନୁହଁନ୍ତି । ସେମାନେ ଅଫଲାଇନ ଜରିଆରେ ଶାରୀରିକ ପରୀକ୍ଷା ଦେଇପାରିବେ । COVID-19 ସ୍ଥିତି ସୁଧାରିବା ପରେ ଏନେଇ ନିଷ୍ପତ୍ତି ନିଆଯିବ ।

hiranchal ad1
Leave A Reply

Your email address will not be published.

twenty + 7 =