ଆଉ ଦୁଇ ସପ୍ତାହ ବଢ଼ିଲା ଲକଡାଉନ ଅବଧି

0 307

ଚଣ୍ଡୀଗଡ଼: ସାରା ଦେଶରେ କେନ୍ଦ୍ର ସରକାର ଲାଗୁ କରିଥିବା ଦ୍ୱିତୀୟ ପର୍ଯ୍ୟାୟ ଲକଡାଉନ ଅବଧି ସରିବା ପାଇଁ ଆଉ ଚାରି ଦିନ ବାକି ରହିଛି । ଅବଧି ବଢ଼ିବ କି ନବଢ଼ିବ, ସେଥିନେଇ କିଛିଦିନ ହେଲା କଳ୍ପନାଜଳ୍ପନା ଲାଗି ରହିଥିବା ବେଳେ ସମସ୍ତଙ୍କୁ ପଛରେ ପକାଇ ପଞ୍ଜାବ ଅବଧି ଘୋଷଣା କରିଛି । ପଞ୍ଜାବ ସରକାର ରାଜ୍ୟରେ ଲକଡାଉନ ଅବଧିକୁ ଆଉ ଦୁଇ ସପ୍ତାହ ବଢ଼ାଇ ଦେଇଛନ୍ତି ।

hiring

ବୁଧବାର ସରକାର ଏହି ଘୋଷଣା କରିବା ପରେ ସାରା ରାଜ୍ୟରେ ଲୋକମାନଙ୍କ ମଧ୍ୟରେ ମିଶ୍ରିତ ପ୍ରତିକ୍ରିୟା ପ୍ରକାଶ ପାଇଛି । ସରକାର କହିଛନ୍ତି ଯେ, ଲକଡାଉନ କଟକଣା ଆଉ ଦୁଇ ସପ୍ତାହ ରାଜ୍ୟବ୍ୟାପୀ ବଳବତ୍ତର ରହିବ । ତେବେ ଏହି ସମୟରେ କିଛି ଘଣ୍ଟା ପାଇଁ କଟକଣାକୁ କୋହଳ କରାଯିବ । ପ୍ରତି ସପ୍ତାହରେ କଟକଣାକୁ ଚାରି ଘଣ୍ଟା କୋହଳ କରାଯିବ । ପଞ୍ଜାବ ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂ ଟ୍ୱିଟ କରି ଏହି ସୂଚନା ଦେଇଛନ୍ତି । ପଞ୍ଜାବକୁ ଛାଡିଦେଲେ ଅନ୍ୟ କୌଣସି ରାଜ୍ୟ ଲକଡାଉନ ଅବଧି ବୃଦ୍ଧି ଘୋଷଣା କରିନାହାନ୍ତି ।

hiranchal ad1
Leave A Reply

Your email address will not be published.

twelve + thirteen =