ପୁଣି ବଢିଲା ଲକଡାଉନ

0 260

ନୂଆଦିଲ୍ଲୀ : ଦେଶରେ କରୋନା ସଂକଟରୁ ମୁକୁଳିବା ପାଇଁ ଲକଡାଉନକୁ ପୁଣିଥରେ ବଢାଇ ଦିଆଯାଇଛି । ଆସନ୍ତା ମଇ ୩ ତାରିଖରେ ଦ୍ୱିତୀୟ ଚରଣ ଲକଡାଉନର ଅବଧି ଶେଷ ହେବାର ଥିଲା । କିନ୍ତୁ ଆଜି ପୁଣି ଥରେ କେନ୍ଦ୍ର ସରକାର ଲକଡାଉନକୁ ଆସନ୍ତା ୨ ସପ୍ତାହ ଅର୍ଥାତ୍ ମଇ ୧୭ ତାରିଖ ପର୍ଯ୍ୟନ୍ତ ବଢାଇ ଦେଇଛନ୍ତି । ଏ ସଂପର୍କରେ ଗୃହମନ୍ତ୍ରଣାଳୟ ବିଜ୍ଞପ୍ତି ପ୍ରକାଶ କରିଛି । ତୃତୀୟ ପର୍ଯ୍ୟାୟ ଲକଡାଉନରେ କେତେକ କ୍ଷେତ୍ରରେ କୋହଳ କରାଯାଇଛି । ଏଥିରେ ଗ୍ରୀନ୍ ଓ ଅରେଞ୍ଜ ଜୋନରେ ଇ-କମର୍ସକୁ ମଞ୍ଜୁରି ଦିଆଯାଇଛି । ଅତ୍ୟାବଶ୍ୟକୀୟ ସାମଗ୍ରୀକୁ ଅନଲାଇନ ଡେଲଭରୀ ପାଇଁ ମଧ୍ୟ ଅନୁମତି ମିଳିଛି । ସେହିପରି ଗ୍ରୀନ୍ ଜୋନରେ ୫୦ ପ୍ରତିଶତ ଲୋକଙ୍କୁ ନେଇ ବସ୍ ଚାଲିପାରିବ । ସମସ୍ତ ଜୋନରେ ସ୍କୁଲ, କଲେଜ ବନ୍ଦ ରହିବ ।
ସୂଚନାଯୋଗ୍ୟ ଯେ, ପ୍ରଥମେ ମୋଦି ସରକାର ୨୧ ଦିନ ଲକଡାଉନ ଘୋଷଣା କରିଥିଲେ । ୨୫ ମାର୍ଚ୍ଚଠାରୁ ୧୪ ମାର୍ଚ୍ଚ ଯାଏ । ଏହା ପରେ ପୁଣି ଅପ୍ରେଲ ୧୫ରୁ ୧୯ ଦିନ ପାଇଁ ମଇ ୩ ତାରିଖ ଯାଏ ଘୋଷଣା କରିଥିଲେ ।

hiranchal ad1
Leave A Reply

Your email address will not be published.

3 × one =