୭୬ ବର୍ଷରେ ପାଦ ଥାପିଲେ ରାଷ୍ଟ୍ରପତି ରାମ ନାଥ କୋବିନ୍ଦ

0 75

ନୂଆଦିଲ୍ଲୀ : ୭୬ ବର୍ଷରେ ପାଦ ଥାପିଲେ ରାଷ୍ଟ୍ରପତି ରାମ ନାଥ କୋବିନ୍ଦ । ପ୍ରଣବ ମୁଖାର୍ଜୀଙ୍କ ପରେ ରାମନାଥ କୋବିନ୍ଦ ଭାରତର ୧୪ ତମ ରାଷ୍ଟ୍ରପତି ଭାବରେ ଶପଥ ଗ୍ରହଣ କରିଥିଲେ। ତାଙ୍କ ଜୀବନ ସଂଘର୍ଷରେ ପରିପୂର୍ଣ୍ଣ ଥିଲା। ରାମନାଥ କୋବିନ୍ଦ ୧୯୪୫ ମସିହାରେ ଅକ୍ଟୋବର ୧ ଏକ ସରଳ ପରିବାରରେ ଜନ୍ମଗ୍ରହଣ କରିଥିଲେ। ଏକ ଦଳିତ ପରିବାରରେ ଜନ୍ମଗ୍ରହଣ କରିଥିବା ରାମନାଥ କୋବିନ୍ଦଙ୍କ ଜୀବନଯାତ୍ରା ମଧ୍ୟ ଅନେକ ଅସୁବିଧାରେ ସମ୍ମୁଖୀନ ହୋଇଥିଲେ। ଦାରିଦ୍ର୍ୟତା ହେତୁ ରାମନାଥ କୋବିନ୍ଦ ପିଲାଦିନେ ପାଠ ପଢିବା ପାଇଁ ୬ କିଲୋମିଟର ଦୂରକୁ ଚାଲିଚାଲି ଯାଉଥିଲେ।ସୁପ୍ରିମକୋର୍ଟରେ ଅଭ୍ୟାସ କରୁଥିବା ରାମନାଥ କୋବିନ୍ଦ ଜଣେ ପ୍ରସିଦ୍ଧ ଓକିଲ ଥିଲେ। ଏହା ପରେ ତାଙ୍କୁ ବିହାରର ରାଜ୍ୟପାଳ କରାଯାଇଥିଲା। ରାମନାଥ କୋବିନ୍ଦଙ୍କ ୧୯୯୪ରେ ରାଜନୀତିରେ ପ୍ରବେଶ କରିଥିଲା। ଏହି ସମୟରେ ସେ ଉତ୍ତରପ୍ରଦେଶରୁ ରାଜ୍ୟସଭାକୁ ନିର୍ବାଚିତ ହୋଇଥିଲେ। ୨୦୦୬ ମସିହାରୁ ସେ ଦୁଇ ଥର ରାଜ୍ୟସଭା ସାଂସଦ ମଧ୍ୟ ରହିଛନ୍ତି। ରାମନାଥ କୋବିନ୍ଦ ମଧ୍ୟ ଦିଲ୍ଲୀ ହାଇକୋର୍ଟ ଏବଂ ସୁପ୍ରିମକୋର୍ଟରେ ଅଭ୍ୟାସ କରିଛନ୍ତି। ସେ ପୂର୍ବତନ ପ୍ରଧାନମନ୍ତ୍ରୀ ମୋରାର୍ଜୀ ଦେଶାଇଙ୍କ ବ୍ୟକ୍ତିଗତ ସଚିବ ମଧ୍ୟ ରହିଛନ୍ତି। ଏଥି ସହ ସେ ବିଜେପିର ରାଷ୍ଟ୍ରୀୟ ମୁଖପାତ୍ର ମଧ୍ୟ ରହିଛନ୍ତି। ରାମନାଥ କୋବିନ୍ଦ ମଧ୍ୟ ବିଜେପି ଦଳିତ ମୋର୍ଚ୍ଚାର ସଭାପତି ରହିଛନ୍ତି।

ଏଥି ସହ ତାଙ୍କୁ ତାଙ୍କ ଜନ୍ମଦିନ ଅବସରରେ ଚାରିଆଡୁ ଛୁଟିଛି ଶୁଭେଚ୍ଛାର ସୁଅ । ଦେଶର ବିଭିନ୍ନ ସ୍ଥାନରୁ ଅଭିନନ୍ଦନର ବାର୍ତ୍ତା ଦିଆଯାଉଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଗୃହମନ୍ତ୍ରୀ ଅମିତ ଶାହାଙ୍କ ସମେତ ଅନେକ ବରିଷ୍ଠ ନେତୃବୃନ୍ଦ ରାଷ୍ଟ୍ରପତିଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ଏହି ଅବସରରେ ରାଷ୍ଟ୍ରପତିଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏକ ଟ୍ୱୁଇଟ୍‌ ମାଧ୍ୟମରେ ଅଭିନନ୍ଦନ ଜଣାଇଛନ୍ତି । ଏହି ଟ୍ୱିଟ୍‌ରେ ସେ ଲେଖିଛନ୍ତି, ” ରାଷ୍ଟ୍ରପତି ତାଙ୍କର ନମ୍ର ବ୍ୟକ୍ତିତ୍ୱ ହେତୁ ସେ ନିଜକୁ ସମଗ୍ର ଦେଶ ପାଇଁ ପ୍ରିୟର ପାତ୍ର ପାଲଟିଛନ୍ତି । ସମାଜର ଗରିବ ବର୍ଗର ଲୋକଙ୍କ ସଶକ୍ତିକରଣ ଉପରେ ତାଙ୍କର ଗୁରୁତ୍ୱ ଅତି ଆଦର୍ଶନୀୟ ଅଟେ ”। ଏହାସହ ପ୍ରଧାନମନ୍ତ୍ରୀ ରାଷ୍ଟ୍ରପତିଙ୍କୁ ଦୀର୍ଘ ଏବଂ ସୁସ୍ଥ ଜୀବନର କାମନା କରିଛନ୍ତି । ସେହିପରି ଗୃହମନ୍ତ୍ରୀ ଅମିତ ଶାହା ମଧ୍ୟ ରାଷ୍ଟ୍ରପତିଙ୍କୁ ଟ୍ୱୁଇଟ୍‌ କରି ତାଙ୍କ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି । ଗୃହମନ୍ତ୍ରୀ ନିଜ ଟ୍ୱୁଇଟ୍‌ରେ ଲେଖିଛନ୍ତି, ”ରାଷ୍ଟ୍ରପତି ରାମ ନାଥ କୋବିନ୍ଦ ଜୀଙ୍କୁ ଜନ୍ମଦିନର ଶୁଭେଚ୍ଛା । ଉତ୍ତମ ସ୍ୱାସ୍ଥ୍ୟ ଏବଂ ଦୀର୍ଘ ଜୀବନ ପାଇଁ ମୁଁ ଇଶ୍ୱରଙ୍କ ନିକଟରେ ପ୍ରାର୍ଥନା କରୁଛି ” ।

hiring

hiranchal ad1
Leave A Reply

Your email address will not be published.

fourteen − 9 =