ଏସ୍‌. ସୋମନାଥ ହେଲେ ଇସ୍ରୋ ମୁଖ୍ୟ

0 79

ନୂଆଦିଲ୍ଲୀ : ବିକ୍ରମ ସରାଭାଇ ସ୍ପେସ୍‌ ସେଣ୍ଟର (ଭିଏସଏସସି) ନିର୍ଦ୍ଦେଶକ ତଥା ଇସ୍ରୋର ବିଶିଷ୍ଟ ବୈଜ୍ଞାନିକ ଏସ୍‌. ସୋମନାଥ ଭାରତୀୟ ଅନ୍ତରୀକ୍ଷ ଅନୁସନ୍ଧାନ ସଂଗଠନ (ଇସ୍ରୋ)ର ମୁଖ୍ୟଭାବେ ନିଯୁକ୍ତ ହୋଇଛନ୍ତି । କେନ୍ଦ୍ର ସରକାରଙ୍କ ପକ୍ଷରୁ ଏ ନେଇ ବିଜ୍ଞପ୍ତି ଜାରି କରାଯାଇଛି । ସୋମନାଥଙ୍କୁ ଦେଶର ଜଣେ ବିଚକ୍ଷଣ ଟେକ୍ନୋଲୋଜିଷ୍ଟ ଏବଂ ଏରୋସ୍ପେସ୍‌ ଇଞ୍ଜିନିୟର ଭାବେ ଗଣାଯାଏ । ଭିସିସିଏସ ନିର୍ଦ୍ଦେଶକ ହେବା ପୂର୍ବରୁ ଥିରୁୱନନ୍ତପୁରମ୍‌ ସ୍ଥିତ ଲିକ୍ୱିଡ ପ୍ରୋପଲ୍ସନ୍‌ ସିଷ୍ଟମ୍‌ ସେଣ୍ଟରର ନିର୍ଦ୍ଦେଶକ ଭାବେ କାର୍ଯ୍ୟ କରୁଥିଲେ ସୋମନାଥ । ଇସ୍ରେ।।ର ରକେଟ୍‌ ବିକାଶ ପାଇଁ ତାଙ୍କ ଭୂମିକା ଅତୁଳନୀୟ । ସେ ଲଞ୍ଚ ଡିଜାଇନିଂରେ ବିଶେଷ ରୁଚି ରଖିଛନ୍ତି । କେବଳ ସେତିକି ନୁହେଁ ଏସ୍‌. ସୋମନାଥ ଲଞ୍ଚ ସିଷ୍ଟମ୍‌ ଇଞ୍ଜିନିୟରିଂ, ଷ୍ଟ୍ରକ୍‌ଚରାଲ ଡିଜାଇନ୍‌, ଷ୍ଟ୍ରକ୍‌ଚରାଲ ଡାୟନେମକ୍ସ ଏବଂ ପାଇରୋଟେକନିକ୍ସ ଏକ୍ସପର୍ଟ । ସୋମନାଥ ଏର୍ନାକୁଲମ୍‌ ମହାରାଜା କଲେଜରୁ ପ୍ରି ଡିଗ୍ରୀ ପ୍ରୋଗ୍ରାମ ପୂରା କରିଛନ୍ତି । ଏହାପରେ କେରଳ ୟୁନିଭରସିଟିରୁ ମେକାନିକାଲ ଇଞ୍ଜିନିୟରିଂ କରିଛନ୍ତି । ପରେ ଇଣ୍ଡିଆନ୍‌ ଇନଷ୍ଟିଚ୍ୟୁଟ୍‌ ଅଫ୍‌ ସାଇନ୍‌ସେସ୍‌ (ଆଇଆଇଏସସି)ରୁ ଏରୋସ୍ପେସ୍‌ ଇଞ୍ଜିନିୟରିଂରେ ମାଷ୍ଟର ଡିଗ୍ରୀ ହାସଲ କରିଛନ୍ତି । ରକେଟ୍‌ ଡାଇନାମିକ୍ସ ଉପରେ ତାଙ୍କର ବିଶେଷ ଜ୍ଞାନ ରହିଛି । ଏସ୍‌ ସୋମନାଥଙ୍କ ପୂର୍ବରୁ କେ. ଶିବନ ଥିଲେ ଇସ୍ରୋର ମୁଖ୍ୟ ।

hiranchal ad1
Leave A Reply

Your email address will not be published.

20 + fourteen =