ଟେଣ୍ଟ ଖୋଲୁଥିବା ବେଳେ ମାଡ଼ିବସିଲା ମୃତ୍ୟୁ

0 265

ପାଟନା : ବିହାରରେ ଘଟିଛି ଏକ ଏକ ଅତୀବ ଦୁଃଖଦ ଘଟଣା । ଅକାଳରେ ଝଡ଼ିଯାଇଛି ତିନି ଯବାନଙ୍କ ଜୀବନ । ବିହାରରେ ଆଜି ଘଟିଛି ଏଭଳି ମର୍ମାନ୍ତିକ ଘଟଣା । ସୁପୋଲ ଜିଲ୍ଲାରେ ଏସଏସବିର ୪୫ତମ ବାଟାଲିୟମର ବୀରପୁର କ୍ୟାମ୍ପରେ ବିଦ୍ୟୁତ୍‌ ଆଘାତରେ ୩ ପ୍ରଶିକ୍ଷଣପ୍ରାନ୍ତ ଯବାନଙ୍କ ମୃତ୍ୟୁ ଘଟିଥିବା ବେଳେ ଆଠ ଜଣ ଆହତ ହୋଇଛନ୍ତି । ଏଥିରୁ ଚାରି ଆହତଙ୍କୁ ଅନ୍ୟ ହସ୍ପିଟାଲ ସ୍ଥାନାନ୍ତର କରାଯାଇଛି । ଦୁର୍ଘଟଣାରେ କ୍ୟାମ୍ପରେ ଚାଞ୍ଚଲ୍ୟ ଖେଳି ଯାଇଛି । ୪୫ତମ ବାଟାଲିୟମର ଏଚ କେ ଗୁପ୍ତାଙ୍କ ବଦଳି ହୋଇଥିଲା । ବୁଧବାର ସନ୍ଧ୍ୟାରେ ତାଙ୍କ ସମ୍ମାନରେ ବିଦାୟକାଳୀନ ସମାରୋହ ଆୟୋଜନ ହୋଇଥିଲା । ତେବେ ଶୁକ୍ରବାର ମଧ୍ୟାହ୍ନ ପ୍ରାୟ ୧୨ଟା୩୦ରେ ଟ୍ରେନିଂ ଯବାନ ଟେଣ୍ଟ ଖୋଲୁଥିଲେ । ଏହି ସମୟରେ ଟେଣ୍ଟ ଉପର ଦେଇ ଯାଇଥିବା ଉଚ୍ଚକ୍ଷମତାସଂପନ୍ନ ତାରରେ ଆଲୁମିନିୟମର ଏକ ପାଇପ୍‌ ଲାଗି ଯାଇଥିଲା । ଫଳରେ ସମସ୍ତ ଯବାନ ଗୋଟିଏ ସ୍ଥାନରେ ଥିବାରୁ ଏକସଙ୍ଗେ ଅନେକ ବିଦ୍ୟୁତ ଆଘାତର ଶିକାର ହୋଇଥିଲେ ।

hiranchal ad1
Leave A Reply

Your email address will not be published.

15 − twelve =