ଦେଶର ପ୍ରଥମ ମହିଳା ସିଜେଆଇ ହୋଇପାରନ୍ତି ଜଷ୍ଟିସ୍‌ ବି.ଭି. ନାଗରାଥନା

0 98

ନୂଆଦିଲ୍ଲୀ : ଜଷ୍ଟିସ୍‌ ବି.ଭି. ନାଗରାଥନା ୨୦୨୭ ମସିହାରେ ଦେଶର ପ୍ରଥମ ମହିଳା ପ୍ରଧାନ ବିଚାରପତି ହୋଇପାରନ୍ତି । ବର୍ତ୍ତମାନର ପ୍ରଧାନ ବିଚାରପତି ଏନ.ଭି ରାମନାଙ୍କ ନେତୃତ୍ୱରେ ସୁପ୍ରିମକୋର୍ଟ କଲେଜିୟମ ପଦୋନ୍ନତି ପାଇଁ ଜଷ୍ଟିସ ନାଗରାଥନାଙ୍କ ସମେତ ୯ ଜଣ ବିଚାରପତିଙ୍କ ନାମ ସୁପାରିଶ କରିଛନ୍ତି । ଜଷ୍ଟିସ ନାଗରାଥନା ବର୍ତ୍ତମାନ କର୍ଣ୍ଣାଟକ ହାଇକୋର୍ଟର ବିଚାରପତି ଅଛନ୍ତି ।
ଯଦି ଜଷ୍ଟିସ ନାଗରାଥନାଙ୍କ ନାମ କେନ୍ଦ୍ର ସରକାରଙ୍କ ଅନୁମୋଦନ ଲାଭ କରେ, ତେବେ ସେ ୨୦୨୭ ମସିହାରେ ଭାରତର ପ୍ରଧାନ ବିଚାରପତି ହୋଇପାରିବେ ।
ଜଷ୍ଟିସ ନାଗରଥନାଙ୍କ ପିତା ମଧ୍ୟ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ହୋଇଛନ୍ତି । ସେ ୧୯ ଜୁନ୍‌ ୧୯୮୯ ରୁ ୧୭ ଡିସେମ୍ବର ୧୯୮୯ ପର୍ଯ୍ୟନ୍ତ ଏହି ପଦବୀରେ ରହିଥିଲେ ।
ଜଷ୍ଟିସ ନାଗରାଥନାଙ୍କୁ ୨୦୦୮ ରେ କର୍ଣ୍ଣାଟକ ହାଇକୋର୍ଟରେ ଅତିରିକ୍ତ ବିଚାରପତି ଭାବରେ ନିଯୁକ୍ତ କରାଯାଇଥିଲା ଏବଂ ୨୦୧୦ ରେ ସ୍ଥାୟୀ ବିଚାରପତି ଭାବରେ ନିଯୁକ୍ତ ହୋଇଥିଲେ । ବାଣିଜ୍ୟିକ ଏବଂ ସାମ୍ବିଧାନିକ ନିୟମ ଆଧାରରେ ସେ ଅନେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଦେଇଛନ୍ତି ।
ସୂଚନାଯୋଗ୍ୟ ଅଗଷ୍ଟ ୧୨ ରେ ସୁପ୍ରିମକୋର୍ଟରୁ ଜଷ୍ଟିସ ଆର ଏଫ ନରିମାନଙ୍କ ଅବସର ପରେ ସୁପ୍ରିମକୋର୍ଟରେ ବିଚାରପତିଙ୍କ ସଂଖ୍ୟା ୨୫ କୁ ହ୍ରାସ ପାଇଥିବାବେଳେ ପ୍ରଧାନ ବିଚାରପତିଙ୍କ ସମେତ ୩୪ ଜଣ ବିଚାରପତି ଅଛନ୍ତି । ଯଦି ଏହି ସୁପାରିଶଗୁଡିକ ଗ୍ରହଣ କରାଯାଏ, ତେବେ ସୁପ୍ରିମକୋର୍ଟରେ ବିଚାରପତିଙ୍କ ସଂଖ୍ୟା ୩୩ କୁ ବୃଦ୍ଧି ପାଇବ ଏବଂ ଗୋଟିଏ ଆସନ ବାକି ରହିବ । ଜଷ୍ଟିସ ନବିନ ସିହ୍ନା ମଧ୍ୟ ସୁପ୍ରିମକୋର୍ଟରୁ ଅବସର ନେବାକୁ ଯାଉଛନ୍ତି । ମାର୍ଚ୍ଚ ୧୯, ୨୦୧୯ ରେ ପୂର୍ବତନ ପ୍ରଧାନ ବିଚାରପତି ରଂଜନ ଗୋଗୋଇଙ୍କ ଅବସର ପରେ ସୁପ୍ରିମକୋର୍ଟରେ ଏପର୍ଯ୍ୟନ୍ତ କୌଣସି ନିଯୁକ୍ତି ହୋଇନାହିଁ ।
ସୂଚନାନୁସାରେ, କଲେଜିୟମ ଦ୍ୱାରା ସୁପାରିଶ କରାଯାଇଥିବା ୯ଜଣ ବିଚାରପତିଙ୍କ ମଧ୍ୟରୁ ତିନି ଜଣ ମହିଳା । ଜଷ୍ଟିସ ନାଗରଥନାଙ୍କ ବ୍ୟତୀତ ତେଲେଙ୍ଗାନା ହାଇକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ ହିମା କୋହଲି ଏବଂ ଗୁଜୁରାଟ ହାଇକୋର୍ଟର ଜଷ୍ଟିସ ବେଲା ତ୍ରିବେଦୀଙ୍କ ନାମ ମଧ୍ୟ ସୁପାରିଶ କରାଯାଇଛି ।
ଏମାନଙ୍କ ବ୍ୟତୀତ କର୍ଣ୍ଣାଟକ ହାଇକୋର୍ଟର ପ୍ରଧାନ ବିଚାରପତି ଅଭୟ ଶ୍ରୀନିବାସ ଓକା, ଗୁଜୁରାଟ ହାଇକୋର୍ଟର ପ୍ରଧାନ ବିଚାରପତି ବିକ୍ରମ ନାଥ, ସିକିମ ହାଇକୋର୍ଟର ପ୍ରଧାନ ବିଚାରପତି ଜିତେନ୍ଦ୍ର କୁମାର ମହେଶ୍ୱରୀ, କେରଳ ହାଇକୋର୍ଟର ବିଚାରପତି ସି.ଟି. ରବି ଏବଂ ଜଷ୍ଟିସ୍‌ ଏମ୍‌ ଏମ ସୁନ୍ଦରେଶଙ୍କ ନାମ ମଧ୍ୟ ସୁପାରିଶ କରାଯାଇଛି ।

hiranchal ad1
Leave A Reply

Your email address will not be published.

fourteen + 18 =