ଆଜି କାର୍ଗିଲ ବିଜୟ ଦିବସ : ଶହୀଦଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଲେ ପ୍ରଧାନମନ୍ତ୍ରୀ

0 215

ନୂଆଦିଲ୍ଲୀ : ଆଜି କାର୍ଗିଲ ବିଜୟ ଦିବସ । ଦେଶ ଆଜି ୨୨ ତମ କାର୍ଗିଲ ବିଜୟ ଦିବସ ପାଳନ କରୁଛି । ଏହି ଅବସରରେ ଆଜି ରାଷ୍ଟ୍ରପତି ରାମନାଥ କୋବିନ୍ଦ ଦ୍ରାସ କାର୍ଗିଲ ୱାର ମେମୋରିଆଲରେ ସହିଦ ବୀର ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବେ । କାରଗିଲ ୱାର ମେମୋରିଆଲରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ସିଡିଏସ୍ ଜେନେରାଲ ବିପିନ ରାୱତ ମଧ୍ୟ ଉପସ୍ଥିତ ରହିବେ । ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ଶହୀଦମାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ସେ ଲେଖିଛନ୍ତି ଯେ ତାଙ୍କର ବଳିଦାନକୁ ଆମେ ମନେ ରଖିଛୁ । ଆମେ ସେମାନଙ୍କର ବୀରତ୍ୱକୁ ମନେ ରଖିଛୁ । ଆଜି କାର୍ଗିଲ ବିଜୟ ଦିବସରେ ଆମେ ଆମ ଦେଶକୁ ସୁରକ୍ଷା ଦେବାବେଳେ କାର୍ଗିଲରେ ଜୀବନ ଦେଇଥିବା ସମସ୍ତଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛୁ । ତାଙ୍କର ସାହସିକତା ଆମକୁ ପ୍ରତିଦିନ ପ୍ରେରଣା ଯୋଗାଏ ।

hiring

ସେହିପରି ଦିଲ୍ଲୀରେ ନେସନାଲ ୱାର ମେମୋରିଆଲରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଓ ତିନି ସେନା ପ୍ରମୁଖ ଉପସ୍ଥିତ ରହି ସହିଦ ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବେ । ପ୍ରତିବର୍ଷ ଜୁଲାଇ ୨୬ ତାରିଖକୁ କାର୍ଗିଲ ବିଜୟ ଦିବସ ଭାବେ ପାଳନ କରାଯାଉଛି । ୧୯୯୯ରେ ଲାହୋର ରାଜିନାମାକୁ ଅମାନ୍ୟ କରି ପାକିସ୍ତାନ ସେନା କାଶ୍ମୀରର କାର୍ଗିଲ ଅଂଚଳରେ ପ୍ରବେଶ କରିଥିଲେ । ଭାରତ ଓ ପାକିସ୍ତାନ ମଧ୍ୟରେ ୨ ମାସରୁ ଅଧିକ ସମୟ ଧରି ଯୁଦ୍ଧ ଚାଲିବା ପରେ ଭାରତ ପାକିସ୍ତାନକୁ ପରାସ୍ତ କରିଥିଲା । ଏଥିରେ ସହିଦ ହୋଇଥିବା ବୀର ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବା ପାଇଁ କାର୍ଗିଲ ବିଜୟ ଦିବସ ପାଳନ କରାଯାଉଛି ।

hiranchal ad1
Leave A Reply

Your email address will not be published.

one × 4 =