ସଂକ୍ରମଣ ରୋକିବା ପାଇଁ ଗାତ ଖୋଳିଲେ ଓ ପାଚେରୀ ଛିଡ଼ାକଲେ

0 145

ଚେନ୍ନାଇ: କରୋନା ଭାଇରସ୍ ସଂକ୍ରମଣ ରୋକିବା ପାଇଁ ଗୋଟିଏ ଗାଁର ଲୋକଙ୍କୁ ଅନ୍ୟ ଗାଁରେ ପୂରାଇ ନଦେବା ଲାଗି ସରକାର ପଦକ୍ଷେପ ନେଉଛନ୍ତି ସତ; କିନ୍ତୁ ବ୍ୟକ୍ତିଗତ ଭାବେ ଗାଁ ଲୋକମାନେ ପ୍ରବେଶ ରୋକିବା ପାଇଁ ଯେଭଳି ପନ୍ଥା ଅବଲମ୍ବନ କରୁଛନ୍ତି, ତାହା ଅନେକଙ୍କୁ ଚକ୍କିତ କରିଛି । ତାମିଲନାଡୁର କେତେକ ଗାଁରେ କୌତୁହଳପ୍ରଦ ଦୃଶ୍ୟ ଦେଖିବାକୁ ମିଳିଛି । ରାଜ୍ୟର ଭେଲୋର ଜିଲ୍ଳା ସୀମାକୁ ଲାଗି ରହିଥିବା ଗାଁ ଲୋକମାନେ ଅନ୍ୟ ଗାଁର ଲୋକମାନଙ୍କ ପ୍ରବେଶକୁ ରୋକିବା ପାଇଁ ଦୀର୍ଘ ଖାତ ଖୋଳିବା ସହ କଂକ୍ରିଟ୍ ପାଚେରୀ ତିଆରି କରିଛନ୍ତି । ତାମିଲନାଡୁ ଓ ଆନ୍ଧ୍ରପ୍ରଦେଶ ସୀମାରେ ଥିବା କେତେକ ଅଞ୍ଚଳରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି । ତେବେ ଏହି କାର୍ଯ୍ୟ ଦିନ ପରିବର୍ତ୍ତେ ରାତି ସମୟରେ ହେଉଛି । ପାଚେରୀର ଚଉଡ଼ା ୩ ଫୁଟ ହୋଇଥିବା ବେଳେ ଉଚ୍ଚତା ୫ ଫୁଟ । ଏଭଳି ପାଚେରୀ ଓ ଖାତ ତିଆରି କରି ଲୋକେ ପ୍ରବେଶକୁ ରୋକିବା ସହ ଦିନରାତି ସୀମାରେ ଗତିବିଧି ଉପରେ ନଜର ମଧ୍ୟ ରଖୁଛନ୍ତି । ଉଭୟ ଆନ୍ଧ୍ରପ୍ରଦେଶ ଓ ତାମିଲନାଡୁ ସୀମାନ୍ତରେ ଥିବା ଗାଁର ଲୋକମାନେ ପରସ୍ପର ରାଜ୍ୟକୁ ଲୋକ ପ୍ରବେଶ ରୋକିବା ପାଇଁ ନେଇଥିବା ଏଭଳି ପଦକ୍ଷେପ ବେଶ୍ ଚର୍ଚ୍ଚାର ବିଷୟ ହୋଇଛି । ଏଭଳି କାର୍ଯ୍ୟ ଯୋଗୁଁ ବହୁ କ୍ଷୀର ବ୍ୟବସାୟୀ ପ୍ରଭାବିତ ହୋଇଛନ୍ତି ।

hiranchal ad1
Leave A Reply

Your email address will not be published.

two × 5 =