ବାୟୋଲୋଜିକାଲ-ଇଠାରୁ ୩୦କୋଟି ଡୋଜ କିଣିବେ ମୋଦି ସରକାର

0 82

ନୂଆଦିଲ୍ଲୀ : ଦେଶରେ କରୋନା ଟିକା ଅଭାବ ମଧ୍ୟରେ କେନ୍ଦ୍ର ସରକାର ଏକ ବଡ ଚୁକ୍ତି କରିଛନ୍ତି । ମୋଦି ସରକାର ହାଇଦ୍ରାବାଦ ସ୍ଥିତ ଟିକା ଉତ୍ପାଦନକାରୀ ବାୟୋଲୋଜିକାଲ-ଇ ସହିତ ୩୦କୋଟି ଡୋଜ କିଣିବା ପାଇଁ ଏକ ଚୁକ୍ତି କରିଛନ୍ତି । ଏହି ଟିକାଗୁଡ଼ିକ ଅଗଷ୍ଟରୁ ଡିସେମ୍ବର ମଧ୍ୟରେ ମିଳିବ । ଏଥିପାଇଁ କେନ୍ଦ୍ର ସରକାର କମ୍ପାନୀକୁ ୧୫୦୦ କୋଟି ଟଙ୍କାର ଅଗ୍ରୀମ ଦେୟ ପ୍ରଦାନ କରିଛନ୍ତି ।
ପ୍ରଥମ ଏବଂ ଦ୍ୱିତୀୟ ପର୍ଯ୍ୟାୟ ପରୀକ୍ଷଣରେ ସକରାତ୍ମକ ଫଳାଫଳ ଦେଖାଇବା ପରେ, ବାୟୋଲୋଜିକାଲ୍‌-ଇ ବର୍ତ୍ତମାନ ଟିକା ତୃତୀୟ ପର୍ଯ୍ୟାୟର କ୍ଲିନିକାଲ୍ ପରୀକ୍ଷା କରୁଛି । ଏହି ଟିକା ହେଉଛି ଏକ ଆରବିଡି ପ୍ରୋଟିନ୍ ସବ୍‌-ୟୁନିଟ୍ ଟିକା । ବିଶେଷ କଥା ହେଉଛି ଭାରତ ବାୟୋଟେକର କୋଭାକ୍ସିନ ପରେ ଏହା ଦ୍ୱିତୀୟ ମେଡ ଇନ ଇଣ୍ଡିଆ ଟିକା ହେବ ।
କେନ୍ଦ୍ର ସରକାର ବାୟୋଲୋଜିକାଲ-ଇ କୁ ବହୁତ ସମର୍ଥନ କରୁଛନ୍ତି । ଏହାର କାରଣ ହେଉଛି ସରକାର ଅଧିକରୁ ଅଧିକ ଟିକା ଉତ୍ପାଦନ ଚାହୁଁଛନ୍ତି, ଯାହାଫଳରେ ଦେଶର ଲୋକଙ୍କୁ ଯଥାଶୀଘ୍ର ଟିକାକରଣ କରାଯାଇପାରିବ । ତେଣୁ ଅନୁସନ୍ଧାନ ପାଇଁ ଅନ୍ୟାନ୍ୟ ସହାୟତା ବ୍ୟତୀତ କ୍ଲିନିକାଲ ପରୀକ୍ଷା ପାଇଁ ସରକାର କମ୍ପାନୀକୁ ୧୦୦ କୋଟି ଟଙ୍କା ପ୍ରଦାନ କରିଛନ୍ତି ।

hiranchal ad1
Leave A Reply

Your email address will not be published.

four + seven =