ଚୀନରେ ନାମକଲେ ଓଡ଼ିଶାର ଉଦୀୟମାନ ବ୍ୟାଡ୍‌ମିଣ୍ଟନ ତାରକା

0 123

ଚୀନ : ବ୍ୟାଡ୍‌ମିଣ୍ଟନ ତାରକା ତନ୍ବୀ ପତ୍ରୀ ଇତିହାସ ରଚିଛନ୍ତି। ପ୍ରଥମ ଓଡ଼ିଆ ତଥା ତୃତୀୟ ଭାରତୀୟ ଭାବେ ତନ୍ବୀ ଏସୀୟ ଜୁନିୟର ବ୍ୟାଡ୍‌ମିଣ୍ଟନ ଚମ୍ପିଆନସିପର ୧୫ ବର୍ଷରୁ କମ୍‌ ମହିଳା ଏକକ ବର୍ଗରେ ସ୍ବର୍ଣ୍ଣ ପଦକ ଜିତିଛନ୍ତି। ତନ୍ବୀ ଓଡିଶା ବାଲେଶ୍ୱରର ୧୩ବର୍ଷୀୟ ଝିଅ ଅଟନ୍ତି I ସେ ଚୀନ୍‌ର ଚେଙ୍ଗଡୁରେ ଆୟୋଜିତ ଉକ୍ତ ଚମ୍ପିଆନସିପରେ ଚମ୍ପିଆନ ହୋଇ ନିଜ ଦେଶ ଏବଂ ଓଡ଼ିଶାର ନାମ ଗୌରବାନ୍ୱିତ କରିଛନ୍ତି I

hiring

ଟୁର୍ଣ୍ଣାମେଣ୍ଟର ଟପ୍‌ ସିଡ୍‌ ତନ୍ବୀ ରବିବାର ମହିଳା ଏକକ ବର୍ଗ ଫାଇନାଲ​‌ରେ ତୃତୀୟ ସିଡ୍‌ ତଥା ଗତଥରର ଚମ୍ପିଆନ ଭିଏତନାମର ଏନ୍‌ଗୁୟେନ୍ ଥି ଥୁ ହୁଏଜେନ୍‌ଙ୍କୁ ୨୨-୨୦ ଓ ୨୧-୧୧ରେ ପରାସ୍ତକରି ଜୀବନର ସବୁଠାରୁ ବଡ଼ ସଫଳତା ହାସଲ କରିଛନ୍ତି। ତନ୍ବୀ ପ୍ରଥମ ଗେମ୍‌ରେ କଡ଼ା ସଙ୍ଘର୍ଷର ସମ୍ମୁଖୀନ ହୋଇଥିଲେ। ଏକଦା ତନ୍ବୀ ୧୧-୧୭ରେ ପଛୁଆ ରହିଥିଲେ। ପରବର୍ତ୍ତୀ ସମୟରେ ତନ୍ବୀ ଚମତ୍କାର ପ୍ରତ୍ୟାବର୍ତ୍ତନ କରିବା ସହିତ ସ୍କୋର୍‌କୁ ୨୦-୨୦ କରିଥିଲେ। ଶେଷରେ ତନ୍ବୀ ଉକ୍ତ ସେଟ୍‌କୁ ୨୨-୨୦ରେ ଜିତି ନେଇଥିଲେ। ୨ୟ ସେଟ୍‌କୁ ତନ୍ବୀ ଏକତରଫା ଭାବେ ୨୧-୧୧ରେ ଜିତି ମ୍ୟାଚ ବିଜୟୀ ହୋଇଥିଲେ। ତନ୍ବୀ ମ୍ୟାଚକୁ ୩୪ ମିନିଟ୍‌ରେ ଜିତି ପାରିଥିଲେ। ତନ୍ବୀ ପ୍ରତିଯୋଗିତାରେ ଚମତ୍କାର ପ୍ରଦର୍ଶନ କରିବା ସହିତ ୫ଟି ଯାକ ମ୍ୟାଚକୁ ଏକତରଫା ଭାବେ ଜିତିଛନ୍ତି। ଟୁର୍ଣ୍ଣାମେଣ୍ଟରେ ସେ ଗୋଟିଏ ମଧ୍ୟ ଗେମ୍‌ ହାରିନାହାନ୍ତି। ତନ୍ବୀ ତୃତୀୟ ଭାରତୀୟ ଭାବେ ଏସୀୟ ଜୁନିୟର ବ୍ୟାଡ୍‌ମିଣ୍ଟନ ଚମ୍ପିଆନସିପର ମହିଳା ଏକକ ବର୍ଗରେ ସ୍ବର୍ଣ୍ଣ ପଦକ ଜିତିଛନ୍ତି। ପୂର୍ବରୁ ୨୦୧୭ରେ ୧୫ ବର୍ଷରୁ କମ୍‌ ମହିଳା ଏକକ ବର୍ଗର ଭାରତର ସାମିଆ ଇମାଦ ଫାରୁକି ଓ ୨୦୧୯ରେ ତସନିମ୍‌ ମୀର ସ୍ବର୍ଣ୍ଣ ପଦକ ଜିତିଥିଲେ। ବାଲେଶ୍ବର ଜିଲା ସିମୁଳୁଆର ରବି ନାରାୟଣ ପତ୍ରି ଓ ଶୈଳବାଳା ପଣ୍ଡାଙ୍କ କନ୍ୟା ତନ୍ବୀ ୬ ବର୍ଷ ବୟସରୁ ଚୀନ୍‌ରେ ପିତାମାତାଙ୍କ ସହ ଥିବା ବେଳେ ବ୍ୟାଡ୍‌ମିଣ୍ଟନ ଖେଳିବା ଆରମ୍ଭ କରିଥିଲେ। ତନ୍ବୀ ଗତ ଦୁଇ ବର୍ଷ ହେଲା ବେଙ୍ଗାଲୁରୁରେ ପ୍ରକାଶ ପାଦୁକୋନ ବ୍ୟାଡ୍‌ମିଣ୍ଟନ ଏକାଡେମୀରେ ପ୍ରଶିକ୍ଷଣ ନେଉଛନ୍ତି। ତନ୍ବୀ କହିଛନ୍ତି, ସ୍ବର୍ଣ୍ଣ ପଦକ ଜିତି ବହୁତ ଖୁସି ଲାଗୁଛି। ଟାଇଟଲ ଜିତିବା ନେଇ ଲକ୍ଷ୍ୟ ରଖିଥିଲି; ଯାହା ସଫଳ ହୋଇଛି।

hiranchal ad1
Leave A Reply

Your email address will not be published.

two × five =