ଆସିଲା ନୂଆ କରୋନା ଗାଇଡଲାଇନ: ଜାଣନ୍ତୁ,କ’ଣସବୁ ରହିଛି ନିୟମ

0 137

ନୂଆଦିଲ୍ଲୀ: କରୋନା ସଂକ୍ରମଣ ରୋକିବା ପାଇଁ କେନ୍ଦ୍ର ସରକାର ଇତିମଧ୍ୟରେ ଏକାଧିକ ପଦକ୍ଷେପ ନେଇସାରିଲେଣି । ଗୋଟିଏ ପରେ ଗୋଟିଏ ଗାଇଡଲାଇନ ମଧ୍ୟ ଜାରି କରୁଛନ୍ତି । ଆଜି ପୁଣି କରୋନା ନେଇ ଆଉ ଏକ ଗାଇଡଲାଇନ ଜାରି କରିଛନ୍ତି ସରକାର । ତେବେ ନିର୍ଦ୍ଦିଷ୍ଟଭାବେ ଏହି ଗାଇଡଲାଇନ ହୋମଆଇସୋଲେସନ ଓ କୋଭିଡ ଟେଷ୍ଟିଂକୁ ନେଇ ଜାରି କରାଯାଇଛି । ପୂର୍ବରୁ କରୋନା ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସୁଥିବା ସମସ୍ତଙ୍କର ଟେଷ୍ଟିଂ ବାଧ୍ୟତାମୂଳକ ଥିଲା । ତେବେ ଏହି ସଂଶୋଧିତ ଗାଇଡଲାଇନରେ ତାହାକୁ ଉଠାଇ ଦିଆଯାଇଛି । ଅର୍ଥାତ ଏବେ ଲକ୍ଷଣହୀନ କଣ୍ଟାକ୍ଟମାନଙ୍କର ଟେଷ୍ଟିଂ ଆଉ ଜରୁରୀ ନୁହେଁ । ଲକ୍ଷଣ ନଥିଲେ ଟେଷ୍ଟ ଆୌ କରନ୍ତୁ ନାହିଁ ବୋଲି ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି । ସେହିପରି କେଉଁମାନେ ହୋମ ଆଇସୋଲେସନରେ ରହିପାରିବେ,ତାହା ମଧ୍ୟ ଗାଇଡଲାଇନରେ ଉଲ୍ଲେଖ କରାଯାଇଛି । ଗାଇଡଲାଇନ କେବଳ ଲକ୍ଷଣହୀନ ଓ ସାମାନ୍ୟ ଲକ୍ଷଣ ଥିବା କରୋନା ଆକ୍ରାନ୍ତଙ୍କ କ୍ଷେତ୍ରରେ ଲାଗୁ ହେବ । ପୂର୍ବରୁ କରୋନା ଆକ୍ରାନ୍ତଙ୍କୁ ୧୦ରୁ ୧୫ ଦିନ ହୋମ ଆଇସୋଲେସନର ରହିବାର ନିୟମ ଥିଲା । କିନ୍ତୁ ଏବେ ଏହାକୁ ୭ ଦିନକୁ ହ୍ରାସ କରି ଦିଆଯାଇଛି । ୭ ଦିନ ପରେ ବିନା ଟେଷ୍ଟରେ ଜଣଙ୍କୁ କରୋନା ମୁକ୍ତ ବୋଲି କୁହାଯିବ । ଯଦି ଲଗାତାର ୩ ଦିନ ଜ୍ୱର କିମ୍ବା ଅନ୍ୟ କରୋନା ଲକ୍ଷଣ ଦେଖାଯିବ ନାହିଁ, ତା’ହେଲେ ଜଣେ ଆକ୍ରାନ୍ତ ହୋମ ଆଇସୋଲେସନରୁ ମୁକୁଳି ପାରିବେ । ତାଙ୍କୁ ଦ୍ୱିତୀୟ ଥର ଟେଷ୍ଟ ମଧ୍ୟ କରିବାକୁ ପଡିବନି ବୋଲି ଗାଇଡଲାନରେ କୁହାଯାଇଛି । ସେହିପରି ୬୦ ବର୍ଷରୁ ଅଧିକ ବୟସ୍କ ଓ ବହୁବିଧ ରୋଗରେ ପୀଡିତ ଥିବା କରୋନା ଆକ୍ରାନ୍ତ ମଧ୍ୟ ଚାହିଁଲେ ହୋମ ଆଇସୋଲେସନରେ ରହିପାରିବେ । କିନ୍ତୁ ଏଥିପାଇଁ ସେମାନଙ୍କୁ ଡାକ୍ତରଙ୍କ ଅନୁମତି ନେବା ଦରକାର । ଡାକ୍ତରଙ୍କ ପରାମର୍ଶକ୍ରମେ ସେମାନେ ହୋମ ଆଇସୋଲେସନରେ ରହିବେ ।

hiranchal ad1
Leave A Reply

Your email address will not be published.

two × 4 =