ଭାରତୀୟ ପାଣିପାଗ ବିଜ୍ଞାନ କେନ୍ଦ୍ରର ମହାନିର୍ଦ୍ଦେଶକ ଡକ୍ଟର ମୃତ୍ୟୁଞ୍ଜୟ ମହାପାତ୍ରଙ୍କୁ ସମ୍ବର୍ଦ୍ଧିତ କଲେ ଭି. ଚନ୍ଦ୍ରଶେଖର ନାଇଡୁ, ଚଳିତ ବର୍ଷ ସାଧାରଣ ମୌସୁମୀ ବର୍ଷାହେବ-ଡକ୍ଟର ମହାପାତ୍ର

0 132

ନୂଆଦିଲ୍ଲୀ,୧/୬- ଭାରତୀୟ ପାଣିପାଗ ବିଜ୍ଞାନ କେନ୍ଦ୍ରର ମହାନିର୍ଦ୍ଦେଶକ ଡକ୍ଟର ମୃତ୍ୟୁଞ୍ଜୟ ମହାପାତ୍ରଙ୍କୁ ନୂଆଦିଲ୍ଲୀରେ ସୌଜନ୍ୟମୂଳକ ସାକ୍ଷାତ କରିଛନ୍ତି ବରିଷ୍ଠ କଂଗ୍ରେସ ନେତା ତଥା ବ୍ରହ୍ମପୁର ଲୋକସଭା ପ୍ରାର୍ଥୀ ଭି. ଚନ୍ଦ୍ରଶେଖର ନାଇଡୁ । ଗତ ମହାବାତ୍ୟା ‘ୟାସ’କୁ ସଠିକ ସମୟରେ ସଠିକ ଆକଳନ କରି ଓଡିଶାର ଉପକୂଳବର୍ତ୍ତୀ ଜିଲ୍ଲା ମାନଙ୍କରେ ହଜାରହଜାର ଜନସାଧାରଣଙ୍କ ବହୁମୂଲ୍ୟ ଜୀବନ ଓ ସଂପତ୍ତିି ସୁରକ୍ଷିତ କରିପାରିଥିବାରୁ ଶ୍ରୀ ନାଇଡୁ ତାଙ୍କୁ ପୁଷ୍ପଗୁଚ୍ଛ ଓ ଉତ୍ତରୀୟ ଦେଇ ସମ୍ମାନୀତ କରିଛନ୍ତି । ଗତ ମେ ୨୬ ତାରିଖ ଦିନ ମହାବାତ୍ୟା ‘ୟାସ’କୁ ପ୍ରାୟ ଏକ ସପ୍ତାହପୂର୍ବରୁ ଠାବ କରିବା ସହ ଏହାର ପ୍ରଭାବ, ତୀବ୍ରତା, ଲ୍ୟାଣ୍ଡଫଲ ପ୍ରଭୃତି ଆକଳନ କରି ସରକାର ଓ ପ୍ରାକୃତିକ ବିପର୍ଯ୍ୟୟ ପ୍ରଶମନ ବିଭାଗକୁ ଦିଗଦର୍ଶନ ଦେଇଥିଲେ । ୧୮୭୫ ମସିହାରେ ପ୍ରତିଷ୍ଠିତ ଭାରତୀୟ ପାଣିପାଗ ବିଜ୍ଞାନ କେନ୍ଦ୍ରର ୧୪୨ ବର୍ଷର ଇତିହାସରେ ଡକ୍ଟର ମହାପାତ୍ର ଏକମାତ୍ର ଓଡିଆ ଭାବେ ଏହାର ମହାନିର୍ଦ୍ଦେଶକ ଭାବେ ଦାୟିତ୍ୱ ଗ୍ରହଣ କରି ପାଣିପାଗ ବିଜ୍ଞାନ କେନ୍ଦ୍ରକୁ ସଠିକ ନେତୃତ୍ୱ ଦେଉଛନ୍ତି । ସାରା ଦେଶରେ ବର୍ତ୍ତମାନ ୩୦ଟି ମନିଟରିଂ ଷ୍ଟେସନ, ଲୋ ଅରବିଟ ସାଟେଲାଇଟ, ହାୟର ଅରବିଟ ସାଟେଲାଇଟ, ଇନସାଟ ୧ଏ,୨ବି,୨ସି ଓଡିଶାରେ ୩ଟି ମଧ୍ୟରୁ ବ୍ରହ୍ମପୁର ଲୋକସଭା କ୍ଷେତ୍ର ଅନ୍ତର୍ଗତ ଗୋପାଳପୁରରେ ଗୋଟିଏ ଡପଲାର ରାଡାର କାର୍ଯ୍ୟ ସେ ତଦାରଖ କରୁଛନ୍ତି । ଏହାସହ ୧୦ ପେଟାବାଇଟ ସୁପର କଂପ୍ୟୁଟର ଓ ବିଭିନ୍ନ ମଡେଲ ବ୍ୟବହାର କରି ଆଗୁଆ ସୂଚନା ପାଇ ଧନଜୀବନର ସୁରକ୍ଷା କରୁଛନ୍ତି । ଏହାସହ ଆଜି ଉଭୟଙ୍କ ଆଲୋଚନାବେଳେ ଶ୍ରୀ ମହାପାତ୍ର ରାଜ୍ୟବାସୀଙ୍କ ପାଇଁ ଏକ ଶୂଭ ସୂଚନା ଦେଇଛନ୍ତି । କହିଛନ୍ତି ଚଳିତବର୍ଷ ଓଡିଶାରେ ସଠିକ ସମୟରେ ମୌସୁମୀ ବର୍ଷା ଠିକ ସମୟରେ ହେବ । କୃଷି ପ୍ରଧାନ ଓଡିଶାରେ ସାଧାରଣ ମୌସୂମୀ ବର୍ଷା ସଠିକ ସମୟରେ ଆସିବା ଏକ ବରଦାନ ସଦୃଶ ବୋଲି ଯାହା ରାଜ୍ୟର ଆର୍ଥିକ ଅଭିବୃଦ୍ଧିରେ ବେଶ ସହାୟକ ହେବ ବୋଲି ଶ୍ରୀ ନାଇଡୁ କହିଛନ୍ତି । ବର୍ତ୍ତମାନର କୋଭିଡ ମହାମାରୀ ଆର୍ଥିକ ଅଭିବୃଦ୍ଧି, ସ୍ୱାସ୍ଥ୍ୟ, ଶିକ୍ଷାକୁ ଧ୍ୱଂସ କରିଥିବାବେଳେ ମୌସୁମୀ ସଂପର୍କିତ ସୂଚନା ଭଲ ଖବର ବୋଲି ଶ୍ରୀ ନାଇଡୁ ପ୍ରକାଶ କରିଛନ୍ତି ।

hiranchal ad1
Leave A Reply

Your email address will not be published.

fifteen − 12 =