ଦେବଭୂମିରୁ ତିରଥଙ୍କ ବିଦାୟ: ଇସ୍ତଫା ଦେଲେ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ

0 159

ନୂଆଦିଲ୍ଲୀ : ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ତିରଥ ସିଂ ରାୱତ ଶୁକ୍ରବାର ରାତି ପ୍ରାୟ ୧୧.୧୫ ସମୟରେ ରାଜ୍ୟପାଳ ବେବି ରାନୀ ମୌର୍ଯ୍ୟଙ୍କୁ ଇସ୍ତଫା ପତ୍ର ଦେଇଛନ୍ତିି । ସେ କେବଳ ୧୧୫ ଦିନ ପାଇଁ ମୁଖ୍ୟମନ୍ତ୍ରୀ ରହିପାରିଥିଲେ । ଏହାପୂର୍ବରୁ ଭାଗବତ ସିଂ କୋଶାରି ୨୦୦୨ ରେ ବିଜେପିରୁ ୧୨୩ ଦିନ ପାଇଁ ସିଏମ୍‌ ଥିଲେ ।
ଇସ୍ତଫା ପରେ ରାୱତ କହିଛନ୍ତି ଯେ ସାମ୍ବିଧାନିକ ସଙ୍କଟ କାରଣରୁ ସେ ଏହି ପଦକ୍ଷେପ ନେଇଛନ୍ତି । ତାଙ୍କୁ ସୁଯୋଗ ଦେଇଥିବାରୁ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଏଥି ସହ ବିଜେପି ରାଜ୍ୟ ସଭାପତି ମଦନ କୌଶିକ କହିଛନ୍ତି ଯେ ହାଇକମାଣ୍ଡଙ୍କ ନିର୍ଦ୍ଦେଶରେ ମୁଖ୍ୟମନ୍ତ୍ରୀ ଇସ୍ତଫା ଦେଇଛନ୍ତି । ସେ କହିଛନ୍ତି ଯେ ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ଜଣେ ବିଧାୟକ ହେବେ । ଶନିବାର ଅନୁଷ୍ଠିତ ହେବାକୁ ଥିବା ବିଧାନସଭା ପାର୍ଟି ବୈଠକରେ ଏହା ଉପରେ ନିଷ୍ପତ୍ତି ନିଆଯିବ ।

hiranchal ad1
Leave A Reply

Your email address will not be published.

eighteen − four =