କୃଷକଙ୍କୁ ଅକ୍ଷୟ ତୃତୀୟା ଭେଟି : ପିଏମ୍ କିଷାନ ଯୋଜନାର ଅଷ୍ଟମ କିସ୍ତି ପ୍ରଦାନ କଲେ ମୋଦି

0 144

ନୂଆଦିଲ୍ଲୀ : କରୋନା ସଂକଟ କାଳରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଦେଶର କିଷାନମାନଙ୍କୁ ଅକ୍ଷୟ ତୃତୀୟା ଭେଟି ପ୍ରଦାନ କରିଛନ୍ତି । ପିଏମ୍ କିଷାନ ଯୋଜନାର ଅଷ୍ଟମ କିସ୍ତି ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭିଡିଓ କନଫରେନ୍ସିଂ ପ୍ରଦାନ କରିଛନ୍ତି । ଆଜି ୯.୫ କୋଟିରୁ ଉର୍ଦ୍ଧ୍ୱ ଚାଷୀ ପରିବାରକୁ ୧୯ ହଜାର କୋଟିରୁ ଉର୍ଦ୍ଧ୍ୱ ଟଙ୍କା ପ୍ରଦାନ କରିଛନ୍ତି ।
ଏହି ଅବସରରେ ପ୍ରଧାନମନ୍ତ୍ରୀ ମୋଦି ଉତ୍ତରପ୍ରଦେଶ, ମହାରାଷ୍ଟ୍ର, ଆନ୍ଧ୍ରପ୍ରଦେଶ, ମେଘାଳୟ, ଜାମ୍ମୁ କାଶ୍ମୀର ଭଳି ପାଞ୍ଚଟି ରାଜ୍ୟର କୃଷକଙ୍କ ସହ ମଧ୍ୟ କଥା ହୋଇଥିଲେ ।
ପ୍ରଧାନମନ୍ତ୍ରୀ ମୋଦୀ ଏହା ମଧ୍ୟ କହିଛନ୍ତି ଯେ ଆଜି ଅକ୍ଷୟ ତୃତୀୟାର ଶୁଭ ପର୍ବ, ଏହା କୃଷିର ନୂତନ ବର୍ଷ ଆରମ୍ଭ କରିବାର ସମୟ ଏବଂ ଆଜି ପ୍ରାୟ ୧୯ ହଜାର କୋଟି ସିଧାସଳଖ କୃଷକଙ୍କ ବ୍ୟାଙ୍କ ଆକାଉଣ୍ଟକୁ ହସ୍ତାନ୍ତର କରାଯାଇଛି । ଏହାର ଲାଭ ପ୍ରାୟ ୯.୫କୋଟି ଚାଷୀ ଉପକୃତ ହେବେ ।
ପ୍ରଧାନମନ୍ତ୍ରୀ ମୋଦୀ ଆହୁରି କହିଛନ୍ତି ଯେ ଆଜି ପ୍ରଥମ କିସ୍ତି ବଙ୍ଗଳାର ଲକ୍ଷ ଲକ୍ଷ ଚାଷୀଙ୍କ ପାଖରେ ପହ ପହଞ୍ଚିଛି । ରାଜ୍ୟରୁ କୃଷକଙ୍କ ନାମ କେନ୍ଦ୍ର ସରକାର ଗ୍ରହଣ କରୁଥିବାରୁ ହିତାଧିକାରୀଙ୍କ ସଂଖ୍ୟା ବୃଦ୍ଧି ପାଇବ । ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିବା କୃଷି ମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର କହିଛନ୍ତି ଯେ ଏହି ଯୋଜନାରେ ପଶ୍ଚିମବଙ୍ଗ ରାଜ୍ୟର ୭ ଲକ୍ଷରୁ ଅଧିକ ଚାଷୀ ଉପକୃତ ହୋଇଛନ୍ତି ।

hiranchal ad1
Leave A Reply

Your email address will not be published.

3 × 4 =