ଟ୍ରାକ୍ଟର ଚଳାଇ ସଂସଦକୁ ଆସିଲେ ରାହୁଲ ଗାନ୍ଧୀ

0 97

ନୂଆଦିଲ୍ଲୀ :ସୋମବାର ଦିନ କଂଗ୍ରେସର ପୂର୍ବ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ସମସ୍ତଙ୍କୁ ଚକିତ କରିଦେଇଛନ୍ତି । ସୋମବାର ସକାଳେ ସେ ଯେତେବେଳେ ଦିଲ୍ଲୀ ସଡକରେ ଟ୍ରାକ୍ଟର ଚଳାଇ ସଂସଦ ଭବନରେ ପହଂଚିଥିଲେ, ଏହାକୁ ଦେଖି ସାଧାରଣ ଲୋକଙ୍କ ଠାରୁ ସାଂସଦ ପର୍ଯ୍ୟନ୍ତ ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ମୁଖ୍ୟତ କେନ୍ଦ୍ର ସରକାରଙ୍କ ଦ୍ୱାରା ପାରିତ ୩ ଟି କୃଷି ଆଇନକୁ ପ୍ରତ୍ୟାହାର ଓ କୃଷକ ଆନ୍ଦୋଳନକୁ ସମର୍ଥନ ଜଣାଇ ରାହୁଲ ଗାନ୍ଧୀ ଏଭଳି କରିଛନ୍ତି ।

hiring

ରାହୁଲଙ୍କ ସହିତ କଂଗ୍ରେସ ନେତା ରଣଦୀପ ସୁରଜେୱାଲା, ଦୀପେନ୍ଦ୍ର ହୁଡ୍ଡାଙ୍କ ସମେତ ଅନେକ ବରିଷ୍ଠ ନେତା ବି ସାମିଲ ଥିଲେ । ରାହୁଲ ଗାନ୍ଧୀ ଯେଉଁ ଟ୍ରାକ୍ଟର ଚଳାଇ ସଂସଦ ଆସୁଥିଲେ ସେଥିରେ କୃଷି ଆଇନ ବିରୋଧୀ ପୋଷ୍ଟର ଲଗାଯାଇଥିଲା ।

hiranchal ad1
Leave A Reply

Your email address will not be published.

18 − 5 =