ସୁପ୍ରିମକୋର୍ଟଙ୍କୁ ଜଣାଇଲେ କେନ୍ଦ୍ର ସରକାର : ପଦୋନ୍ନତିରେ ସଂରକ୍ଷଣ ରଦ୍ଦ ହେଲେ ଅଶାନ୍ତି ବଢିବ

0 97

ନୂଆଦିଲ୍ଲୀ,୧/୪ : ସରକାରୀ ଚାକିରୀରେ ଏସସି-ଏସଟି କର୍ମଚାରୀମାନଙ୍କ ପଦୋନ୍ନତି କ୍ଷେତ୍ରରେ ଥିବା ସଂରକ୍ଷଣ ବ୍ୟବସ୍ଥା ଏକ ସମ୍ବେଦନଶୀଳ ପ୍ରସଙ୍ଗ । ଏହି ବ୍ୟବସ୍ଥାକୁ ରଦ୍ଦ କରାଗଲେ ଉତ୍ତେଜନାମୂଳକ ପରିସ୍ଥିିତି ସୃଷ୍ଟି ହୋଇପାରେ । କର୍ମଚାରୀମାନଙ୍କ ମଧ୍ୟରେ ଘୋର ଅଶାନ୍ତି ଓ କ୍ରୋଧ ସୃଷ୍ଟି ହୋଇପାରେ । କୋର୍ଟରେ ମୋକଦ୍ଦମା ବଢିପାରେ । ତେଣୁ ଏଡାକୁ ରଦ୍ଦ କରାନଯିବା ଉଚିତ ହେବ । ସୁପ୍ରିମ୍‌କୋର୍ଟର ବିଚାରପତି ଜଷ୍ଟିସ ଏଲ ନାଗେଶ୍ୱର ରାଓ ଏବଂ ଜଷ୍ଟିସ୍‌ ବି ଆର ଗାଭାଇଙ୍କ ଖଣ୍ଡପୀଠରେ ଦାଖଲ ହୋଇଥିବା ଏକ ସତ୍ୟପାଠରେ କେନ୍ଦ୍ର ସରକାର ଏଡା ଉଲ୍ଲେଖ କରିଛନ୍ତି । ସରକାର କହିଛନ୍ତି ଯେ ସଂରକ୍ଷଣ ନୀତି ସମ୍ବିଧାନ ଏବଂ ଏହି ଅଦାଲତ ଦ୍ୱାରା ନିର୍ଦ୍ଧାରିତ ଆଇନ ଅନୁଯାୟୀ ରହିଛି । ଯଦି ଏହି ମାମଲାକୁ ଅନୁମତି ନ ଦିଆଯାଏ, ତେବେ ଏହା ଏସସି/ଏସଟି କର୍ମଚାରୀଙ୍କୁ ଦିଆଯାଇଥିବା ପଦୋନ୍ନତିରେ ସଂରକ୍ଷଣର ଲାଭ ପ୍ରତ୍ୟାହାର କରିବାକୁ ପଡିବ । ଏହା ଦ୍ୱାରା ଏସସି ଏବଂ ଏସଟି କର୍ମଚାରୀଙ୍କ ପ୍ରତ୍ୟାଖ୍ୟାନ ହୋଇପାରେ, ସେମାନଙ୍କ ଦରମା ଓ ପେନସନ ପୁନଃ ନିର୍ଦ୍ଧାରଣ ହୋଇପାରେ । ଏହାକୁ କେନ୍ଦ୍ର କରି ଏକାଧିକ ମକଦ୍ଦମା ଏବଂ କର୍ମଚାରୀ ଅଶାନ୍ତି ସୃଷ୍ଟି ହେବ । ସରକାରୀ ଚାକିରିରେ ଏସସି/ଏସଟିର ପ୍ରତିନିଧିତ୍ୱ ପର୍ଯ୍ୟାପ୍ତ ନୁହେଁ । ସଂରକ୍ଷଣ ପ୍ରଦାନ କୌଣସି ପ୍ରକାରେ ପ୍ରଶାସନକୁ ବାଧା ଦିଏ ନାହିଁ । ବାର୍ଷିକ କାର୍ଯ୍ୟ ଦକ୍ଷତା ମୂଲ୍ୟାଙ୍କନ ରିପୋର୍ଟ ବ୍ୟବସ୍ଥା ମାଧ୍ୟମରେ ପ୍ରଶାସନିକ ଦକ୍ଷତା ସୁନିଶ୍ଚିତ କରାଯାଏ, ଯାହା ପ୍ରତ୍ୟେକ ଅଧିକାରୀଙ୍କ କାର୍ଯ୍ୟ ସଂପାଦନ, ବ୍ୟକ୍ତିଗତ ଗୁଣ ଏବଂ କାର୍ଯ୍ୟ ଦକ୍ଷତାର ମୂଲ୍ୟାଙ୍କନକୁ ନେଇ ହୋଇଥାଏ । କେନ୍ଦ୍ର ଏହା ଅଧୀନରେ ଥିବା ୭୫ଟି ମନ୍ତ୍ରାଳୟ ଏବଂ ବିଭାଗର ତଥ୍ୟ ଦାଖଲ କରି କହିଛି ଯେ ମୋଟ ୨୭,୫୫,୪୩୦ କର୍ମଚାରୀଙ୍କ ମଧ୍ୟରୁ ୪,୭୯,୩୦୧ ଜଣ ଏସସି, ୨,୧୪,୭୩୮ ଜଣ ଏସଟି ଏବଂ ଓବିସି କର୍ମଚାରୀଙ୍କ ସଂଖ୍ୟା ୪,୫୭,୧୪୮ । ସରକାରୀ ଚାକିରିରେ ଅନୁସୂଚିତ ଜାତି ଏବଂ ଅନୁସୂଚିତ ଜନଜାତିମାନଙ୍କୁ ପଦୋନ୍ନତିରେ ସଂରକ୍ଷଣ ପ୍ରଦାନ ପାଇଁ ଉପଲବ୍ଧ ସମକାଳୀନ ତଥ୍ୟ ଉପରେ ଏକ ସତ୍ୟପାଠ ଦାଖଲ କରିବା ପାଇଁ କୋର୍ଟ ନିକଟରେ କେନ୍ଦ୍ରକୁ ନିର୍ଦ୍ଦେଶ ଦେଇଥିଲେ । ତଦନୁସାରେ କେନ୍ଦ୍ର ସରକାର ସବୁକଥା ଦର୍ଶାଇ ଆଜି ସତ୍ୟପାଠ ଦାଖଲ କରିଥିଲେ ।

hiranchal ad1
Leave A Reply

Your email address will not be published.

four × five =