ରେଳମନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ କଲେ ଅଶ୍ୱିନୀ ବୈଷ୍ଣବ

0 408

ଭୁବନେଶ୍ୱର : ଗତକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କ୍ୟାବିନେଟରେ ସ୍ଥାନ ପାଇଥିବା ରାଜ୍ୟସଭା ସାଂସଦ ଅଶ୍ୱିନୀ ବୈଷ୍ଣବ ଆଜି ରେଳ ବିଭାଗର ମନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି । ଏହି ଅବସରରେ ସେ କହିଛନ୍ତି ରେଳ ମନ୍ତ୍ରଣାଳୟକୁ ନେଇ ମୋଦିଙ୍କ ବଡ ଭିଜନ ରହିଛି । ସେ ଏହି ଭିଜନକୁ ସଫଳ କରିବାକୁ କାର୍ଯ୍ୟ କରିବି ବୋଲି କହିଛନ୍ତି । ସେହିପରି କେନ୍ଦ୍ର ଯୋଗାଯୋଗ ମନ୍ତ୍ରୀ ଭାବେ ମଧ୍ୟ ଦାୟିତ୍ୱ ଗ୍ରହଣ କରିଛନ୍ତି ।

Shri Ashwini Vaishnaw taking charge as the Union Minister for Communications, in New Delhi
hiring


ସୂଚନାଯୋଗ୍ୟ ଯେ, ଶ୍ରୀ ବୈଷ୍ଣବ ଓଡିଶା କ୍ୟାଡରର ଆଇଏଏସ୍‌ ଅଫିସର ଥିଲେ । ପରେ ଚାକିରି ଛାଡି ରାଜନୀତିରେ ଯୋଗଦେଇଥିଲେ ।
୧୯୯୪ ବ୍ୟାଚ୍‌ ଓଡିଶା କ୍ୟାଡର ଆଇଏଏସ୍‌ ଶ୍ରୀ ବୈଷ୍ଣବ ୨୦୧୯ ମସିହାରେ ଓଡିଶାରୁ ବିଜେପି ଟିକେଟରେ ନିଦ୍ୱନ୍ଦ୍ୱରେ ରାଜ୍ୟସଭାକୁ ନିର୍ବାଚିତ ହୋଇଥିଲେ । ତାଙ୍କୁ ବିଜେଡି ସମର୍ଥନ କରିଥିଲା । ୨୦୦୪ ମସିହାରେ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ବ୍ୟକ୍ତିଗତ ସଚିବ ଭାବେ ଶ୍ରୀ ବୈଷ୍ଣବ ମଧ୍ୟ କାର୍ଯ୍ୟ କରିଥିଲେ ।

hiranchal ad1
Leave A Reply

Your email address will not be published.

seventeen − eight =