କେନ୍ଦ୍ରକୁ ସୁପ୍ରିମ୍‌କୋର୍ଟଙ୍କ ନିର୍ଦ୍ଦେଶ : ଲକଡାଉନରେ “ୱାନ୍ ନେସନ୍‌, ୱାନ ରାସନ କାର୍ଡ଼’ ଲାଗୁ କର

0 218

ନୂଆଦିଲ୍ଲୀ : ବର୍ତ୍ତମାନର ଲକ୍‌ଢାଉନ୍ ସମୟରେ “ୱାନ୍ ନେସନ୍‌, ୱାନ ରାସନ କାର୍ଡ଼’ ଯୋଜନା ବ୍ୟବହାର କରିବା ପାଇଁ ସୁପ୍ରିମ୍‌କୋର୍ଟ ମଙ୍ଗଳବାର କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । କୋର୍ଟ କହିଛନ୍ତି ଯେ, ବର୍ତ୍ତମାନ ସମୟରେ ଏହି ଯୋଜନା ସାମୟିକ ଭାବେ ଲାଗୁ କରାଗଲେ ପ୍ରବାସୀ ଶ୍ରମିକମାନେ ବିଶେଷ ଭାବରେ ଉପକୃତ ହୋଇପାରିବେ । ସେହିପରି, ଆର୍ଥିକ କ୍ଷେତ୍ରରେ ଦୁର୍ବଳ ଥିବା ଲୋକମାନେ ମଧ୍ୟ ଏହି ଯୋଜନା ମାଧ୍ୟମରେ ସବସିଡି ଯୁକ୍ତ ଏହି ଖାଦ୍ୟଶସ୍ୟ ପାଇପାରିବେ । ତେଣୁ ସରକାର ଗୁରୁତ୍ୱର ସହ ଏହି ବିଷୟ ଉପରେ ବିଚାର କରନ୍ତୁ ବୋଲି କୋର୍ଟ କହିଛନ୍ତି । ପ୍ରକାଶଥାଉକି, ଚଳିତ ବର୍ଷ ଜୁନ୍ ମାସରୁ ଏହି ସରକାରୀ ଯୋଜନାର ଶୁଭାରମ୍ଭ ହେବାର କାର୍ଯ୍ୟକ୍ରମ ରହିଛି । ବର୍ତ୍ତମାନ ଲକ୍‌ଢାଉନ୍ ଯୋଗୁଁ ପ୍ରବାସୀ ଶ୍ରମିକମାନେ ସବୁଠାରୁ ଅଧିକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ସେମାନେ ଖାଇବା ପାଇଁ ଖାଦ୍ୟ ପାଇପାରୁ ନାହାନ୍ତି । ଏଭଳି ଗୁରୁତର ପରିସ୍ଥିତିରେ ସେମାନଙ୍କୁ ସାହାଯ୍ୟ ଯୋଗାଇ ଦିଆଯିବାର ଆବଶ୍ୟକତା ରହିଛି ବୋଲି ଏକ ଖଣ୍ଡପୀଠ ତାଙ୍କ ରାୟରେ କହିଛନ୍ତି । ଖଣ୍ଡପୀଠ କେନ୍ଦ୍ର ସରକାରଙ୍କ ଉଦ୍ଦେଶ୍ୟରେ କହିଛନ୍ତି ଯେ, ବର୍ତ୍ତମାନ ସମୟରେ ଏହି ଯୋଜନାକୁ କାର୍ଯ୍ୟକାରୀ କରାଯାଇ ପାରିବ କି ନାହିଁ, ତା’ଉପରେ ବିଚାର କରିବା ଲାଗି ଆମେ କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶ ଦେଉଛୁ । ବର୍ତ୍ତମାନର ପରିସ୍ଥିତିକୁ ଆଖିଆଗରେ ରଖି ଉପଯୁକ୍ତ ନିଷ୍ପତ୍ତି ନେବା ପାଇଁ ମଧ୍ୟ ନିର୍ଦ୍ଦେଶ ଦିଆଯାଉଛି । ଆଡଭୋକେଟ୍ ରିପକ କନସାଲ୍‌ଙ୍କ ଦ୍ୱାରା ଆଗାତ ପିଟିସନ ଉପରେ କୋର୍ଟ ଏଭଳି ଆଦେଶ ଦେଇଛନ୍ତି । ବିଭିନ୍ନ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ଫଶି ରହିଥିବା ପ୍ରବାସୀ ଶ୍ରମିକମାନଙ୍କ ଅଧିକାରର ସୁରକ୍ଷା କ୍ଷେତ୍ରରେ ହସ୍ତକ୍ଷେପ କରିବା ଲାଗି ଆବେଦନକାରୀ ଜଣକ କୋର୍ଟଙ୍କ ନିକଟରେ ନିବେଦନ କରିଥିଲେ । ବିଭିନ୍ନ ସରକାରୀ ଯୋଜନାରେ ପ୍ରବାସୀ ଶ୍ରମିକ, ହିତାଧିକାରୀ ଏବଂ ବିଭିନ୍ନ ରାଜ୍ୟର ନାଗରିକ, ଯେପରି ଲକ୍‌ଢାଉନ୍ ସମୟରେ ସବସିଡିଯୁକ୍ତ ଖାଦ୍ୟଶସ୍ୟ ପାଇପାରିବେ ତାହାକୁ ସୁନିଶ୍ଚିତ କରିବା ପାଇଁ କେନ୍ଦ୍ରକୁ ନିର୍ଦ୍ଦେଶ ଦେଇଛନ୍ତି ।

hiranchal ad1
Leave A Reply

Your email address will not be published.

8 + six =