ସମ୍ବର୍ଦ୍ଧିତ ହେଲେ ସ୍ବାସ୍ଥ୍ୟ ମନ୍ତ୍ରୀ, ସାଂସଦ ଓ ବିଧାୟକ

0 33

ବରଗଡ଼: ବରଗଡ଼ ଜିଲ୍ଲା ଗାଇସିଲେଟ ବ୍ଲକ ତାଲପାଲି ଠାରେ ଆଜି ସକାଳ ୯ ଟା ସମୟ ରେ ସ୍ବାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ,ବରଗଡ ଲୋକସଭା ସାଂସଦ ଶ୍ରୀଯୁକ୍ତ ପ୍ରଦୀପ ପୁରୋହିତ ଓ ବିଜେପୁର ବିଧାୟକ ଶ୍ରୀଯୁକ୍ତ ସନତ ଗଡତିଆ ଙ୍କୁ ତାଲପାଲି ଗ୍ରାମବାସୀ ଓ ଅଞ୍ଚଳ ବାସୀଙ୍କ ତରଫରୁ ଭବ୍ୟ ସ୍ଵାଗତ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା । ଏହି ଅବସରରେ ତାଲପାଲି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଠାରେ ଏକ ସ୍ଥାୟୀ ଚକ୍ଷୁ ପରୀକ୍ଷା କେନ୍ଦ୍ରକୁ ମନ୍ତ୍ରୀ ମହୋଦୟ ଶୁଭ ଉଦ୍ଘାଟନ କରିଥିଲେ । ପରେ ଜିଲ୍ଲା ସ୍ବାସ୍ଥ୍ୟ ଅଧିକାରୀ ଡ.ନିରୁପମା ଷଡ଼ଙ୍ଗୀଙ୍କ ସଭାପତିତ୍ବରେ ଏକ ସଭା ଆୟୋଜନ ହୋଇଥିଲା । ଏହି ସଭାରେ ମୁଖ୍ୟ ଅତିଥି ଭାବରେ ସ୍ବାସ୍ଥ୍ୟ ମନ୍ତ୍ରୀ ଡ.ମୁକେଶ ମହାଲିଙ୍ଗ, ସମ୍ମାନିତ ଅତିଥି ବରଗଡ଼ ସାଂସଦ ପ୍ରଦୀପ ପୁରୋହିତ, ବିଜେପୁର ବିଧାୟକ ସନତ ଗଡତିଆ ଯୋଗ ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ସ୍ବାସ୍ଥ୍ୟ ଅଧିକାରୀ ଡ.ଇପ୍ସିତା ପାତ୍ର, ଚକ୍ଷୁ ବିଭାଗ ମୁଖ୍ୟ ଡ. ସୁବାସ ଅଗ୍ରୱାଲ ପ୍ରମୁଖ ଯୋଗ ଦେଇଥିବା ବେଳେ ଜିଲ୍ଲାପରିଷଦ ସଭ୍ୟା ଝରଣା ପାଣିଗ୍ରାହୀ, ପ୍ରବୀଣ ପାଣିଗ୍ରାହୀ, ମଦନ ଦୀପ, ଘନଶ୍ୟାମ ସାହୁ, ଗୋପାଳ ସାହୁ, ବିପିନ ବିହାରୀ ସାହୁ, ଆନନ୍ଦ ମଟାରି ପ୍ରମୁଖ ମଞ୍ଚାସିନ ଥିବାବେଳେ ତାଲପାଲି ସ୍ବାସ୍ଥ୍ୟ କେନ୍ଦ୍ରର ସମସ୍ତ କର୍ମଚାରୀ ଉପସ୍ଥିତ ଥିଲେ । ଡ.ସୁମିତ କୁମାର ମିଶ୍ର ଅତିଥି ପରିଚୟ ପ୍ରଦାନ ସହ ସ୍ବାଗତ ଭାଷଣ ଦେଇଥିଲେ। ସ୍ବାସ୍ଥ୍ୟ ମନ୍ତ୍ରୀ ତାଙ୍କର ଅଭିଭାଷଣରେ ଖୁବ୍ ଶୀଘ୍ର ତାଲପାଲି ଡାକ୍ତରଖାନାର ସମସ୍ତ ସମସ୍ୟାର ସମାଧାନ କରିବା ସହ ବିଧାୟକଙ୍କୁ ତାଙ୍କ ପାଣ୍ଠିରୁ ତୁରନ୍ତ ଏକ ECG ମେସିନ ଯୋଗାଇଦେବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ଯଥା ଶୀଘ୍ର ECG ମେସିନ ଯୋଗାଇଦେବା ପାଇଁ ବିଧାୟକ ପ୍ରତିଶୃତି ଦେଇଥିବାବେଳେ ସାଂସଦ ତାଙ୍କର ଅଭିଭାଷଣରେ ପୂର୍ବ ସରକାର ଅପେକ୍ଷା ନରେନ୍ଦ୍ର ମୋଦୀ ଏବଂ ମୋହନ ସରକାର ବହୁତ୍ ଭଲ କାମ କରିବେ ବୋଲି କହିବା ସହ ଅଞ୍ଚଳର ବିକାଶ ଦିଗରେ ସଦା ସର୍ବଦା କାମ କରିବା ପାଇଁ ପ୍ରତିଶୃତି ଦେଇଥିଲେ । ଏହି ଅବସରରେ ସ୍ବାସ୍ଥ୍ୟ ମନ୍ତ୍ରୀ ଶ୍ରୀଯୁକ୍ତ ମହାଲିଙ୍ଗ ସାଧାରଣ ଲୋକଙ୍କ ଅଭିଯୋଗ ଶୁଣିଥବା ବେଳେ ପରିଶେଷରେ ଫାର୍ମାସିଷ୍ଟ ଅଶୋକ ମହାନ୍ତି ଧନ୍ୟବାଦ୍ ଅର୍ପଣ କରିଥିଲେ।

hiranchal ad1
Leave A Reply

Your email address will not be published.

3 + eight =