ପୌର ନିର୍ବାଚନ: କେଉଁ ପ୍ରାର୍ଥୀ କେତେ ଗାଡି ବ୍ୟବହାର କରିପାରିବେ ଜାଣନ୍ତୁ

0 63

ଭୁବନେଶ୍ୱର: ରାଜ୍ୟ ନିର୍ବାଚନ କମିଶନର ଆଗାମୀ ପୌର ନିର୍ବାଚନରେ କାଉନସିଲର-କର୍ପୋରେଟର, ମେୟର ଓ ଅଧ୍ୟକ୍ଷ ପ୍ରାର୍ଥୀମାନଙ୍କ ପ୍ରଚାର ପାଇଁ ଉପଯୋଗ ହେବାକୁ ଥିବା ଗାଡ଼ି ପରିମାଣ ନିର୍ଦ୍ଧାରଣ କରିଛନ୍ତି । ମେୟର ପ୍ରାର୍ଥୀ ସର୍ବାଧିକ ୬ଟି ଓ କର୍ପୋରେଟର ପ୍ରାର୍ଥୀ ସର୍ବାଧିକ ୨ଟି ଗାଡ଼ି ପ୍ରଚାର ନିମନ୍ତେ ଉପଯୋଗ କରିପାରିବେ ବୋଲି କମିଶନର ନିର୍ଦ୍ଦେଶ ଦେଇଛନ୍ତି। ସେହିପରି କମିଶନ ଫେବୃୟାରୀ ୬ତାରିଖରେ ପୌର ନିର୍ବାଚନର ବିଭିନ୍ନ ପ୍ରାର୍ଥୀଙ୍କ ନିର୍ବାଚନୀ ଖର୍ଚ୍ଚ ସୀମା ନିର୍ଦ୍ଧାରଣ କରି ନିର୍ଦ୍ଦେଶନାମା ଜାରି କରିସାରିଛନ୍ତି । ରାଜ୍ୟ ନିର୍ବାଚନ କମିଶନରଙ୍କ କାର୍ଯ୍ୟାଳୟରୁ ଆଜି ଜାରି ସୂଚନା ଅନୁସାରେ, ଆଗାମୀ ପୌର ନିର୍ବାଚନରେ କାଉନସିଲର/କର୍ପୋରେଟର ପ୍ରାର୍ଥୀମାନେ ୩ଚକିଆ ଓ ୪ ଚକିଆ ଗାଡ଼ିକୁ ମିଶାଇ ସର୍ବାଧିକ ୨ଟି ଗାଡ଼ି ଉପଯୋଗ କରିପାରିବେ । ସେହିପରି ଏନଏସି ଓ ପୌର ପରିଷଦର ଅଧ୍ୟକ୍ଷ ପଦବୀ ପାଇଁ ନିର୍ବାଚନ ଲଢ଼ୁଥିବା ପ୍ରାର୍ଥୀ ସର୍ବାଧିକ ୪ଟି ତିନି ଚକିଆ ଓ ଚାରି ଚକିଆ ଗାଡ଼ି ବ୍ୟବହାର କରିପାରିବେ । ସେହିପରି ମହାନଗର ନିଗମର ମେୟର ପ୍ରାର୍ଥୀ ୩ଚକିଆ ଓ ୪ଚକିଆର ସର୍ବାଧିକ ୬ଟି ଗାଡ଼ି ଉପଯୋଗ କରିପାରିବେ । ସମ୍ପୃକ୍ତ ରାଜନୀତିକ ଦଳମାନେ ପ୍ରତ୍ୟେକ ମହାନଗର ନିଗମ ଓ ପୌର ପରିଷଦ ଅଂଚଳରେ ୨ଟି ଚାରିଚକିଆ ଗାଡ଼ି ଉପଯୋଗ କରିପାରିବେ ବୋଲି କମିଶନ ନିର୍ଦ୍ଦେଶ ଦେଇଛନ୍ତି । ତେବେ ପ୍ରାର୍ଥୀମାନଙ୍କୁ କେଉଁ ଧରଣର ଗାଡ଼ି, ଗାଡ଼ିର ପଞ୍ଜିକରଣ ନମ୍ବର ଓ ଗାଡ଼ିର ମାଲିକାନା ସମ୍ପର୍କରେ ତଥ୍ୟ ପ୍ରଥମେ ନିର୍ବାଚନ ଅଧିକାରୀଙ୍କ ନିକଟରେ ଦାଖଲ କରିବେ ।

hiranchal ad1
Leave A Reply

Your email address will not be published.

2 + 12 =