ଭୁବନେଶ୍ୱର : ଭୁବନେଶ୍ୱର ପ୍ରତି ୱାର୍ଡ଼ରେ ହେବ ୨୫ଟି କମିଟି । ଆଗାମୀ ଦିନରେ ୮୦ ପ୍ରତିଶତ ମହିଳାଙ୍କୁ ଦଳରେ ସାମିଲ ନେଇ ବ୍ଲୁ ପ୍ରିଂଟ କରିଛି ବିଜେଡ଼ି । ଆଜି ଭୁବନେଶ୍ୱର ସାଂଗଠନିକ ଜିଲ୍ଲା ବିଜୁ ମହିଳା କାର୍ଯ୍ୟକାରିଣୀ ବୈଠକରେ କର୍ମୀଙ୍କୁ ବିଜେଡି ଟାର୍ଗେଟ ଦେଇଛି । ଆଗାମୀ ପୌର ନିର୍ବାଚନରେ ବିରୋଧୀଙ୍କ ଅପପ୍ରଚାର ରୋକିବା ସହ ସରକାରଙ୍କ ଲୋକାଭିମୁଖୀ କାର୍ଯ୍ୟଙ୍କୁ ଲୋକଙ୍କ ନିକଟରେ ପହଁଚାଇବାକୁ କର୍ମୀଙ୍କୁ ମନ୍ତ୍ର ଦେଇଛନ୍ତି ଆଗଧାଡ଼ିର ନେତା । ଏହା ସହ ଦଳକୁ ତୃଣମୂଳ ସ୍ତରରେ ଅଧିକ ସଂଗଠିତ କରିବାକୁ କାର୍ଯ୍ୟକାରିଣୀରେ ରୋଡ଼ ମ୍ୟାପ ପ୍ରସ୍ତୁତ ହୋଇଛି ।