ବଢିଲା ସଂସଦୀୟ ଓ ବିଧାନସଭା ପ୍ରାର୍ଥୀଙ୍କ ଖର୍ଚ୍ଚ ସୀମା

0 73

ନୂଆଦିଲ୍ଲୀ : କିଛି ମାସ ପରେ ୫ ରାଜ୍ୟରେ ହେବାକୁ ଥିବା ବିଧାନସଭା ନିର୍ବାଚନ ପୂର୍ବରୁ ନିର୍ବାଚନ ଆୟୋଗ ଏକ ବଡ ନିଷ୍ପତ୍ତି ନେଇଛନ୍ତି । ଆୟୋଗ ସଂସଦୀୟ ଏବଂ ବିଧାନସଭା ନିର୍ବାଚନରେ ପ୍ରାର୍ଥୀଙ୍କ ଖର୍ଚ୍ଚ ସୀମା ବଢାଇ ଦେଇଛନ୍ତି । ୨୦୧୪ ପରେ ପ୍ରାର୍ଥୀଙ୍କ ଖର୍ଚ୍ଚ ସୀମା ବୃଦ୍ଧି ନିଷ୍ପତ୍ତି ହୋଇଛି । ନିର୍ବାଚନ ଆୟୋଗଙ୍କ ନୂତନ ନିୟମ ଅନୁଯାୟୀ, ଲୋକସଭା ନିର୍ବାଚନରେ ଯେଉଁ ରାଜ୍ୟରେ ଏ ପର୍ଯ୍ୟନ୍ତ ପ୍ରାର୍ଥୀଙ୍କ ନିର୍ବାଚନୀ ଖର୍ଚ୍ଚ ସୀମା ସର୍ବାଧିକ ୭୦ ଲକ୍ଷ ଥିଲା, ତାକୁ ବଢାଯାଇ ୯୫ ଲକ୍ଷ ଟଙ୍କା କରାଯାଇଛି । ଏହା ବ୍ୟତୀତ ଯେଉଁ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳରେ ଏହି ସୀମା ୫୪ ଲକ୍ଷ ଥିଲା ତାହା ବୃଦ୍ଧି କରି ୭୫ ଲକ୍ଷ କରାଯାଇଛି ।

hiring


ପାଞ୍ଚ ରାଜ୍ୟର ମହତ୍ୱପୂର୍ଣ୍ଣ ନିର୍ବାଚନ ପୂର୍ବରୁ ଭାରତୀୟ ନିର୍ବାଚନ ଆୟୋଗ ଗୁରୁବାର ଘୋଷଣା କରିଛନ୍ତି ଯେ, ରାଜ୍ୟ ଏବଂ କେନ୍ଦ୍ର ଶାସିତ ଅଞ୍ଚଳରେ ବିଧାନସଭା ପ୍ରାର୍ଥୀଙ୍କ ନିର୍ବାଚନୀ ଖର୍ଚ୍ଚ ୨୦ ଲକ୍ଷରୁ ବଢାଯାଇ ୨୮ ଲକ୍ଷ କରାଯାଇଛି । ଯେଉଁ ରାଜ୍ୟରେ ବିଧାୟକ ପ୍ରାର୍ଥୀଙ୍କ ଖର୍ଚ୍ଚ ସୀମା ୨୮ ଲକ୍ଷ ଥିଲା ତାକୁ ୪୦ ଲକ୍ଷ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି । ଏହି ନୂତନ ଖର୍ଚ୍ଚ ସୀମା ଆଗାମୀ ସମସ୍ତ ନିର୍ବାଚନରେ ଲାଗୁ ହେବ ବୋଲି ଆୟୋଗଙ୍କ ପକ୍ଷରୁ ସୂଚିତ କରାଯାଇଛି ।
ସୂଚନାଯୋଗ୍ୟ, ନିର୍ବାଚନୀ ଖର୍ଚ୍ଚ ସୀମାରେ ଶେଷ ଥର ୨୦୧୪ରେ ସଂଶୋଧନ କରାଯାଇଥିଲା । ତେବେ ୨୦୨୦ରେ ଏଥିରେ ୧୦ ପ୍ରତିଶତ ବଢାଯାଇଥିଲା । ଏଥିସହ ଆୟୋଗ ଏହି ସଂପର୍କିତ ଏକ କମିଟି ଗଠନ କରିଥିଲେ । ଏହି କମିଟିର ଉଦ୍ଦେଶ୍ୟ ସମସ୍ତ ସମ୍ବନ୍ଧିତ ପ୍ରସଙ୍ଗକୁ ଅଧ୍ୟୟନ କରି ଉପଯୁକ୍ତ ସୁପାରିଶ କରିବ । କମିଟି ନିଜ ଅଧ୍ୟୟନରୁ ଜାଣିବାକୁ ପାଇଥିଲେ ଯେ, ୨୦୧୪ ପରଠୁ ମତାଦାତାଙ୍କ ସଂଖ୍ୟା ଏବଂ ଖର୍ଚ୍ଚ ମୁଦ୍ରାସ୍ଫୀତି ସୂଚକାଙ୍କରେ ବୃଦ୍ଧି ଘଟିଛି ।

hiranchal ad1
Leave A Reply

Your email address will not be published.

one × 3 =