ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କର ସାମାଜିକ ସୁରକ୍ଷା, ଭିନ୍ନକ୍ଷମ ସଶକ୍ତିକରଣ ବିଭାଗଅନ୍ତର୍ଗତ ବିଭିନ୍ନ ଅନୁଷ୍ଠାନ ପରିଦର୍ଶନ

0 12

ଭୁବନେଶ୍ଵର : (୧୯/୦୮/୨୦୨୪ ) ଆଜି ରାକ୍ଷୀ ପୂର୍ଣମୀ ତଥା ପ୍ରଭୁ ବଳଭଦ୍ରଙ୍କର ଜନ୍ମନୀତି ଅବସରରେ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ, ପୂର୍ବାହ୍ନରେ ସାମାଜିକ ସୁରକ୍ଷା, ଭିନ୍ନକ୍ଷମ ସଶକ୍ତିକରଣ ବିଭାଗଅନ୍ତର୍ଗତ ବିଭିନ୍ନ ଅନୁଷ୍ଠାନ, ବିଦ୍ୟାଳୟ ଓ ଗଣଶିକ୍ଷା, ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତିଉନ୍ନୟନ, ସଂଖ୍ୟାଲଘୁ ଓ ପଛୁଆବର୍ଗ କଲ୍ୟାଣ, ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ, ପରିଦର୍ଶନକରିଛନ୍ତି ।

ପ୍ରଥମେ ସେ ମନୋଦୟ ଯାଇଥିଲେ, ସେଠାରେ କୁନି କୁନି ପିଲାମାନେ ତାଙ୍କୁ ଫୁଲ ପ୍ରଦାନ କରି ସ୍ବାଗତ ଜଣାଇଥିଲେ। ସେଠାରେ କୁନିପିଲାମାନେ ତାଙ୍କୁ ରାକ୍ଷୀ ବାନ୍ଧି ମିଠା ଖୁଆଇଥିଲେ। ଏହାପରେ ସେ ପିଲାଙ୍କୁ ରାକ୍ଷୀ ପୂର୍ଣିମାର ଶୁଭେଚ୍ଛା ପ୍ରଦାନ କରିଥିଲେ। SIEPD ସୁପରିଟେନଡେଣ୍ଟ ପମ୍ବା ଦେ, ତାଙ୍କୁ ଅଫିସ ବୁଲିଦେଖାଇଥିଲେ ଏବଂ ଅଧିକାରୀମାନେ ବିଭିନ୍ନ ଥେରପି ରୁମକୁ ନେଇ ବିଭିନ୍ନ ଥେରପି ବିଷୟରେ ଅବଗତ କରାଇଥିଲେ । ଏତଦ୍ ବ୍ୟତୀତ ଥେରପିଷ୍ଟ ସ୍ଵତନ୍ତ୍ର ଏଜୁକେଟର, ଅଫିସିଆଲ ତଥା ବିଭିନ୍ନ ଜିଲାରୁ ଆସିଥିବା ଭିନ୍ନକ୍ଷମ ଶିଶୁ ତଥା ସେମାନଙ୍କ ମାଁ ମାନେ ଉପସ୍ଥିତ ଥିଲେ ।

hiring

ମନ୍ତ୍ରୀ ନିତ୍ୟାନନ୍ଦ NCSCDA ସମ୍ମିଳନୀ କକ୍ଷରେ ରକ୍ଷା ବନ୍ଧନ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ଯୋଗଦେଇ ସେ ପ୍ରଥମେ ପ୍ରଦୀପ ପ୍ରଜ୍ଵଳନ କରି ଜଗନ୍ନାଥଙ୍କ ଫଟୋଚିତ୍ରରେ ପୁଷ୍ପ ପ୍ରଦାନ କରି ଏହି କାର୍ଯ୍ୟର ଶୁଭାରମ୍ଭ କରିଥିଲେ। କାର୍ଯ୍ୟକ୍ରମରେ ଯୋଗ ଦେଇ ପବିତ୍ର ରାକ୍ଷୀ ପୂର୍ଣ୍ଣିମାର ଅବସରରେ ପ୍ରଶିକ୍ଷାର୍ଥୀ ମାନଙ୍କୁ ଶୁଭେଚ୍ଛା ପ୍ରଦାନ କରିଥିଲେ। NCSCDAର ସହକାରୀ ନିର୍ଦ୍ଦେଶକ ସୋନାଲିକା ସୁମନ, NCSCDA ବିଷୟରେ ମନ୍ତ୍ରୀଙ୍କୁ ଅବଗତ କରାଇଥିଲେ । ସେ ରାକ୍ଷୀ ବନ୍ଧନର ଶୁଭେଚ୍ଛା ପ୍ରଦାନ କରିବା ସହ କହିଥିଲେ ଯେ, ଆମେ ଯାହାକୁ ଭିନ୍ନକ୍ଷମକହୁଛୁ ସେମାନେ ସ୍ଵତନ୍ତ୍ର ଭାବେ ସକ୍ଷମଥାନ୍ତି । ସେମାନଙ୍କ ଭିତରେକିଛି କରିକି ଦେଖାଇବାର ଅନେକ ଜିଜ୍ଞାସା ରହିଛି ଏବଂ କରିକି ମଧ୍ୟ ଅନେକଙ୍କ ପାଇଁ ପ୍ରେରଣା/ ଉଦାହରଣ ପାଲଟିଥାନ୍ତି। ଭିନ୍ନକ୍ଷମବୋଲି ନିଜକୁ ଭାବିବା କଥା ନୁହଁ। ସେମାନଙ୍କ ଭିତରେ ଅନେକ ଗୁଣ ଏବଂ ଅନେକକଳା ପରିପୂର୍ଣ୍ଣତା ରହିଛି। ଏହା ପରେ ଚନ୍ଦ୍ରଶେକରପୁର ଅଞ୍ଚଳରେ ଥିବା ନିଶା ନିବାରଣ କେନ୍ଦ୍ରକୁ ପରିଦର୍ଶନ କରିବା ସହିତ ନୀଶାଶାକ୍ତ ଯୁବକ ଓ ବୟଜ୍ୟେଷ୍ଠ ବ୍ୟକ୍ତି ବିଶେଷଙ୍କୁ ନିଶାମୁକ୍ତ ହେବା ନିମନ୍ତେ ଶପଥ ପାଠ କରାଇଥିଲେ ।

ଶେଷରେ ରାଜ୍ୟ ସ୍ଵତନ୍ତ୍ର ଶିକ୍ଷା ଓ ଗବେଷଣା ପ୍ରତିଷ୍ଠାନ (SISER) ପରିଦର୍ଶନ କରିଥିଲେ। ଗଣ୍ଡଙ୍କ ସହିତ ଅନୁଷ୍ଠାନର ଛାତ୍ରଛାତ୍ରୀମାନେ ଆଲୋଚନା ପ୍ରସଙ୍ଗରେ ତାଙ୍କର ଅସୁବିଧା ବିଷୟରେ ଜଣାଇଥିଲେ ଓ ସେଗୁଡ଼ିକର ତୁରନ୍ତ ସମାଧାନ ପାଇଁ ଅନୁରୋଧ କରିଥିଲେ। ମନ୍ତ୍ରୀ ବିଭାଗର ଅଧିକାରୀଙ୍କ ସହିତ ଆଲୋଚନା କରି ଅନୁଷ୍ଠାନରେ ରହିଥିବା ବିଭିନ୍ନ ସମସ୍ୟାର ସମାଧାନ ପାଇଁ ଆଶ୍ଵାସନା ଦେଇଥିଲେ। ଏତଦ୍ ବ୍ୟତୀତ ବିଭାଗର ନିର୍ଦ୍ଦେଶକ ନିୟତି ପଟ୍ଟନାୟକ, ଶାସନ ସଚିବ, ସୋନିଆ ବେହେରା, ଅତିରିକ୍ତ ଶାସନ ସଚିବ,ଶ୍ରୀ ସନ୍ତୋଷ କୁମାର ପ୍ରଧାନ, ଏବଂ ଅଧ୍ୟାପକ, ପ୍ରେମାନନ୍ଦ ମିଶ୍ର ତଥା ଅନ୍ୟାନ୍ୟ ବରିଷ୍ଠ ଅଧିକାରୀ ଓ କର୍ମଚାରୀମାନେ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ ।

hiranchal ad1
Leave A Reply

Your email address will not be published.

11 − 3 =