କହୁ କହୁ କହିଦେଲେ…. ମୁହଁ ଆମ୍ବିଳା କଲେଣି ପାଟ୍ଟଶାଣୀ

0 369

ଭୁବନେଶ୍ୱର: ବିଜେଡିର ବରିଷ୍ଠ ନେତା ତଥା ପୂର୍ବତନ ସାଂସଦଚ ପ୍ରସନ୍ନ ପାଟ୍ଟଶାଣୀ ଏବେ ବିଜେଡି ଉପରେ ମୁହଁ ଆମ୍ବିଳା କଲେଣି । ନିଜର ଲାଳସା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ପୂରଣ କରିନଥିବାରୁ ତାଙ୍କର ମୁହଁ ଆମ୍ବିଳା ହୋଇଥିବା ତାଙ୍କ କଥାରୁ ବାରି ହୋଇ ପଡିଲାଣି । ବାବା ପାଟ୍ଟଶାଣୀ ଏବେ ସାଂସଦ ଭତୃହରି ମହତାବ, ସାଂସଦ ତଥାଗତ ଶତପଥୀ ଓ ବିଜେଡି ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କ ରାସ୍ତାରେ ଯାଇ ନବୀନଙ୍କ କାନରେ ପହଞ୍ଚାଇବା ପାଇଁ ଗଣମାଧ୍ୟମ ଆଗରେ ଦଳ ଉପରେ ଆଡସୁରା ମାରିଛନ୍ତି । ପାଟ୍ଟଶାଣୀ ଆଜି ନିଜର ମନକଥା କହୁ କହୁ କହିଦେଇଛନ୍ତି । ପାଟ୍ଟଶାଣୀ କହିଲେ ଗତ ସାଧାରଣ ନିର୍ବାଚନ ବେଳେ ଦଳର ସୁପ୍ରିମୋ ମୋତେ ଟିକେଟ୍‌ ନଦେଲେ ନାହିଁ ରାଜ୍ୟ ସଭା ପାଇଁ ଇସାରା ଦେଇଥିଲେ । ତେବେ ତାହାବି ହେଲାନି । ହଉ ଏବେ ପୁଣି ରାଜ୍ୟ ସଭା ପାଇଁ ସମୟ ଆସୁଛି, ଦେଲେ ଗ୍ରହଣ କରିବି । ଲୋକଙ୍କ ସେବା ପାଇଁ ମାଧ୍ୟମର ଆବଶ୍ୟକତା ରହିଛି । ପାଟ୍ଟଶାଣୀଙ୍କ ଏଭଳି ହାଲୁକା ବକ୍ତବ୍ୟ ଦେଖି ସାମ୍ବାଦିକମାନେ ସେ ବିଜେପି ମନସ୍କ ହେଉଛନ୍ତି କି ବୋଲି ପଚାରିବାରୁ ପାଟ୍ଟଶାଣୀ କହିଲେ ପ୍ରଧାନମନ୍ତ୍ରୀ ତାଙ୍କୁ ଯଦି ଡାକିବେ ସେ ନିଶ୍ଚୟ ଯିବେ । ନଯିବାଟା ତାଙ୍କ ପାଇଁ ନିହାତି ବୋକାମି ହେବ । ସେ ଏତେ ବଡ ଲୋକ ନୁହନ୍ତି ଯେ, ପ୍ରଧାନମନ୍ତ୍ରୀ ଡାକିଲେ ଯିବେନାହିଁ । କୁହାଯାଇପାରେ ଯେ, ଗତ କିଛି ଦିନ ଧରି ପାଟ୍ଟଶାଣୀ ବିଜେଡି ଛାଡି ବିଜେପିରେ ମିଶିବେ ବୋଲି ଯେଉଁ ଚର୍ଚ୍ଚା ହେଉଥିଲା ତାହାକୁ ଆଜି ପାଟ୍ଟଶାଣି ଆଜି କହୁ କହୁ କହିଦେଇଛନ୍ତି ଓ ଏହା ମିଡିଆର ଚର୍ଚ୍ଚା ନଥିଲା । ପାଟ୍ଟଶାଣୀ ନିଜେ ଏହାର ଶ୍ରଷ୍ଠା ବୋଲି ଜଣାପଡିଲା । ଉଲ୍ଲେଖଯୋଗ୍ୟ, ଗତ କିଛି ଦିନ ଧରି ପାଟ୍ଟଶାଣୀ ବିଜେପିକୁ ଯାଇ ରାଜ୍ୟପାଳ ହେବେ ବୋଲି ଖବର ପ୍ରକାଶ ପାଇଥିଲା । ଯାହା ଏବେ ପାଟ୍ଟଶାଣୀଙ୍କ ବକ୍ତବ୍ୟରୁ ସ୍ପଷ୍ଟ ହୋଇଛି । ଏହା ବ୍ୟତୀତ ଆଜି ପାଟ୍ଟଶାଣୀ ମମିତା ମେହେର ହତ୍ୟାକାଣ୍ଡ ପ୍ରସଙ୍ଗରେ ନିଜର ଆଭିମୁଖ୍ୟ ରଖି କହିଛନ୍ତି ବିଜେଡିକୁ ବଳ ଦେଇଛି ନାରୀ । ଏଣୁ ମମିତା ମେହେର ପ୍ରସଙ୍ଗରେ ତଦନ୍ତ ଠିକ୍‌ ରାସ୍ତାରେ ହେଉ ଏକଥା ସମସ୍ତେ ଚାହାନ୍ତି । ଆଜିକାଲି ଯିଏ ମନ୍ତ୍ରୀ ହେଲା ତାହାର ଗର୍ବ ଅହକାଂର ବଢି ଯାଉଛି । ମାତ୍ର ସେ ରାଜନୈତିକ ଜୀବନରେ କେବେ ପଦପଦବୀ ପାଇ ଅହଂକାରୀ ହୋଇନାହାନ୍ତି । ଲୋକଙ୍କ ସେବା ପାଇଁ ସେ ଦଶନ୍ଧୀ ଦଶନ୍ଧୀ ଧରି ରାଜନୀତିରେ ଅଛନ୍ତି ଓ ଶକ୍ତି ଥିବା ପର୍ଯ୍ୟନ୍ତ ରାଜନୀତିରେ ରହିବେ ବୋଲି କହିଥିଲେ ।

hiranchal ad1
Leave A Reply

Your email address will not be published.

ten + sixteen =