କୋଲକାତା ଦୁଷ୍କର୍ମ-ହତ୍ୟା ମାମଲାରେ ରାହୁଲ ଗାନ୍ଧୀଙ୍କର ବକ୍ତବ୍ୟ

0 16

କୋଲକାତା : କୋଲକାତାରେ ଜଣେ ଟ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ଘଟଣା ସମଗ୍ର ଦେଶକୁ ସ୍ତବ୍ଧ କରିଦେଇଛି। ନିଷ୍ଠୁର ଓ ଅମାନୁଷିକ କାର୍ଯ୍ୟ ଯେଉଁଭଳି ଭାବେ ସାମ୍ନାକୁ ଆସୁଛି ସେଥିପାଇଁ ଡାକ୍ତର ସମୁଦାୟ ଓ ମହିଳାଙ୍କ ମଧ୍ୟରେ ଅସୁରକ୍ଷିତ ବାତାବରଣ ସୃଷ୍ଟି ହୋଇଛି। ଜଣେ ଡାକ୍ତରୀ ଛାତ୍ରୀଙ୍କୁ ଦୁଷ୍କର୍ମ ଓ ହତ୍ୟା ମାମଲାରେ ଲୋକସଭାରେ ବିରୋଧୀଦଳ ନେତା ରାହୁଲ ଗାନ୍ଧୀ ପ୍ରଥମ ଥର ପାଇଁ ପ୍ରତିକ୍ରିୟା ରଖିଥିବାର ସୂଚନା ମିଳିଛି I ନିର୍ଭୟା ମାମଲା ପରେ ପ୍ରଣୟନ ହୋଇଥିବା କଠୋର ଆଇନ କାହିଁକି ଏଭଳି ଅପରାଧକୁ ରୋକିବାରେ ସକ୍ଷମ ହେଉନାହିଁ? ପୀଡ଼ିତାଙ୍କୁ ନ୍ୟାୟ ଦେବା ପରିବର୍ତ୍ତେ ଅଭିଯୁକ୍ତଙ୍କୁ ସୁରକ୍ଷା ଦେବାକୁ ଉଦ୍ୟମ କରୁଥିବା ଡାକ୍ତରଖାନା ଓ ସ୍ଥାନୀୟ ପ୍ରଶାସନ ଉପରେ ଗମ୍ଭୀର ପ୍ରଶ୍ନବାଚୀ ସୃଷ୍ଟି କରିଛି। ଏହି ଘଟଣା ଆମକୁ ଭାବିବାକୁ ବାଧ୍ୟ କରିଛି ଯେ ଯଦି ମେଡିକାଲ କଲେଜ ଭଳି ସ୍ଥାନରେ ଡାକ୍ତରମାନେ ସୁରକ୍ଷିତ ନୁହଁନ୍ତି, ତେବେ ଅଭିଭାବକମାନେ ସେମାନଙ୍କ ଝିଅମାନଙ୍କୁ ପାଠ ପଢିବା ପାଇଁ କେଉଁ ବିଶ୍ୱାସରେ ଛାଡ଼ିବେ? ହାଥରସରୁ ଉନ୍ନାଓ, କଠୁଆରୁ କୋଲକାତା ପର୍ଯ୍ୟନ୍ତ ସବୁ ଦଳ, ପ୍ରତ୍ୟେକ ବର୍ଗକୁ ମହିଳାଙ୍କ ବିରୋଧରେ ବଢୁଥିବା ଘଟଣା ଉପରେ ଗମ୍ଭୀର ଆଲୋଚନା ପରେ ଠୋସ୍ ପଦକ୍ଷେପ ନେବାକୁ ପଡ଼ିବ ବୋଲି ରାହୁଲ ଗାନ୍ଧୀ ଲେଖିଛନ୍ତି। ସୂଚନା ଅନୁଯାୟୀ ରାହୁଲ ଲେଖିଛନ୍ତି, ‘ଏହି ଅସହ୍ୟ ଯନ୍ତ୍ରଣାରେ ମୁଁ ପୀଡ଼ିତାଙ୍କ ପରିବାର ସହ ଛିଡ଼ା ହୋଇଛି। ସେମାନଙ୍କୁ ପ୍ରତ୍ୟେକ ପରିସ୍ଥିତିରେ ନ୍ୟାୟ ମିଳିବା ଦରକାର ଏବଂ ଦୋଷୀମାନଙ୍କୁ ସମାଜରେ ଉଦାହରଣ ଭାବେ ଦଣ୍ଡ ମିଳିବା ଉଚିତ୍ । କୋଲକାତାରେ ଜଣେ ଡାକ୍ତରୀଙ୍କୁ ଦୁଷ୍କର୍ମ ଓ ହତ୍ୟା ମାମଲାର ତଦନ୍ତ ପୂର୍ବରୁ ଏବେ କୋଲକାତା ହାଇକୋର୍ଟ ଏହାର ତଦନ୍ତ ଭାର ସିବିଆଇକୁ ହସ୍ତାନ୍ତର କରିଛନ୍ତି। ସିବିଆଇ ଏହାର ତଦନ୍ତ ଆରମ୍ଭ କରିଛି।

hiranchal ad1
Leave A Reply

Your email address will not be published.

2 × 1 =