ନୁଆ ଖାଇବେ ମୁଖ୍ୟମନ୍ତ୍ରୀ

0 36

ହୀରାଞ୍ଚଳ ଲାଇଭ : ଆଜି ପବିତ୍ର ଗଣେଷ ପୂଜା । ଗାଁ ଠୁ ସହର ହୋଇପଡିଛି ଉତ୍ସବମୁଖର । ଆସନ୍ତାକାଲି ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇ । ନୂଆଁଖାଇ ପାଇଁ ଚଳଚଂଚଳ ହୋଇପଡିଛି ପଶ୍ଚିମ ଓଡ଼ିଶା । ନୂଆଁଖାଇ ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଦୁଇଦିନିଆ ସମ୍ବଲପୁର ଗସ୍ତ କରିବେ । ସମ୍ବଲପୁର ଗସ୍ତରେ ଯାଇ ପବିତ୍ର ନୂଆଖାଇ ଅବସରରେ ସିଏମ୍ କିଶାନ୍ ଯୋଜନାର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ । ମୁଖ୍ୟମନ୍ତ୍ରୀ ମା’ ସମଲେଶ୍ୱରୀଙ୍କ ଦର୍ଶନ କରିବେ । ଉକ୍ତ ଦିନରେ ନୂଆଖାଇ ଭେଟଘାଟରେ ଯୋଗଦେବାର କାର୍ଯ୍ୟକ୍ରମ ମଧ୍ୟ ରହିଛି ।

hiring

ନୂଆଁଖାଇ ଅବସରରେ ମୁଖ୍ୟମନ୍ତ୍ରୀ ମା’ଙ୍କ ଦର୍ଶନ କରିବା ସହ ନୁଆ ଖାଇବେ ବୋଲି ସୂଚନା ମିଳିଛି । ଆସନ୍ତା ୯ ତାରିଖରେ ମୁଖ୍ୟମନ୍ତ୍ରୀ ଭୁବନେଶ୍ୱର ଅଭିମୁଖେ ଯାତ୍ରା କରିବେ । ମୁଖ୍ୟମନ୍ତ୍ରୀଙ୍କ ସମ୍ବଲପୁର ଗସ୍ତ ପାଇଁ ପୋଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି । ସେଥିପାଇଁ ମଧ୍ୟ ପୋଲିସ ପକ୍ଷରୁ ଫ୍ଲାଗ ମାର୍ଚ୍ଚ କରାଯାଇଛି । ସମ୍ବଲପୁରରେ ମୁଖ୍ୟମନ୍ତ୍ରୀଙ୍କ ୫ଟି କାର୍ଯ୍ୟକ୍ରମରେ ଯୋଗ ଦେବାର ସୂଚନା ମିଳିଛି ।

hiranchal ad1
Leave A Reply

Your email address will not be published.

15 − eight =