ଅଜବ ଗାଁର ଗଜବ କାହାଣୀ : ଘର ରଙ୍ଗ କରାଯାଏନି କି ବିବାହ ଉତ୍ସବରେ ସାଜସଜା ହୁଏନି

0 367

ରଙ୍ଗ ହେଉ କି ସାଜସଜା ପ୍ରାୟ ସମସ୍ତଙ୍କୁ ଆକର୍ଷଣ କରିଥାଏ। ଏଥିପାଇଁ ଲୋକେ କେତେ ଟଙ୍କା ଖର୍ଚ୍ଚ ମଧ୍ୟ କରିଥାନ୍ତି। ବିଶେଷକରି ଘର ତିଆରି କରିବା ସହ ଏଥିରେ ରଙ୍ଗ ଏବଂ ବିବାହ ଉତ୍ସବରେ ସାଜସଜା ପାଇଁ ବହୁ ଅର୍ଥ ବ୍ୟୟ କରିଥାନ୍ତି। କିନ୍ତୁ ଏମିତି ଏକ ଗାଁ ରହିଛି, ଯେଉଁଠି ଲୋକେ ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରି ଘର ତିଆରି କରିଥିଲେ ମଧ୍ୟ ରଙ୍ଗ କରି ନ ଥାନ୍ତି କିମ୍ବା କୌଣସି ଡେକୋରେସନ ବା ସାଜସଜା କରି ନ ଥାନ୍ତି। କେବଳ ସରକାରୀ କୋଠା ଏବଂ ମନ୍ଦିରକୁ ଛାଡ଼ି ଦେଲେ କାହାର ଘର ରଙ୍ଗ ହୋଇ ନ ଥାଏ। ଏମିତି ଏକ ଗାଁ ହେଉଛି ମଧ୍ୟପ୍ରଦେଶର ଭୋପାଳସ୍ଥିତ କଚ୍ଛାଲିଆ। କାହିଁ କେଉଁ କାଳରୁ ଗାଁରେ ଏହି ପରମ୍ପରା ଚଳିଆସୁଛି। ଏହାକୁ ଛୋଟଠୁ ବଡ଼ ଯାଏ ସମସ୍ତେ ମାନିଥାନ୍ତି। ଗାଁର ଲୋକସଂଖ୍ୟା ୧୪୦୦ ହୋଇଥିବାବେଳେ ଏଠାରେ ୨୦୦ଟି କୋଠାଘର ରହିଛି। କେବଳ ଘରର କବାଟରେ ପ୍ରାଇମର ଦିଆଯାଇଥାଏ। ପରମ୍ପରାକୁ ଭାଙ୍ଗି ଯଦି କେହି ଘର ରଙ୍ଗ କରେ ତେବେ ତାଙ୍କୁ ଦଣ୍ଡିତ ହେବାକୁ ପଡ଼ିଥାଏ ଗ୍ରାମବାସୀଙ୍କ ନିକଟରେ। ଏକ ମନ୍ଦିରର ପୂଜାରୀ ରତନପୁରୀ ଗୋସ୍ବାମୀ କୁହନ୍ତି, ଗାଁରେ ଏକ ମନ୍ଦିର ରହିଛି। ଯାହାର ନାଁ କାଲେଶ୍ୱରୀ। କେବଳ ଏହି ମନ୍ଦିରକୁ ଛାଡ଼ିଦେଲେ ଆଉ କାହାର ଘର ରଙ୍ଗ କରାଯାଇନାହିଁ। ପୂଜାରୀ କୁହନ୍ତି, ସେ ତାଙ୍କ ନିଜ ଘର ମଧ୍ୟ ରଙ୍ଗ କରିନାହାନ୍ତି। ଏହି ପରମ୍ପରା ପିଢ଼ି ଅନୁଯାୟୀ ଚାଲିଆସୁଛି। କିନ୍ତୁ ଏହା ପଛରେ କାରଣ କ’ଣ ରହିଛି ତାହା କାହାକୁ ଜଣାନାହିଁ। ଆଉ ଏକ ଆଶ୍ଚର୍ଯ୍ୟ କଥା ହେଲା ଗାଁ ଲୋକଙ୍କୁ ମିଳୁଥିବା ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ଗୃହ ମଧ୍ୟ ରଙ୍ଗ ହୋଇ ନ ଥାଏ। ନିର୍ମାଣ ସମୟରେ ଆବାସ ରଙ୍ଗ କରିବା ସରକାରୀ ନିୟମ ଥିବାବେଳେ ରଙ୍ଗ ହୋଇ ନଥିବାରୁ ହିତାଧିକାରୀଙ୍କ କିସ୍ତିକୁ ପ୍ରଶାସନ ପକ୍ଷରୁ ଅଟକାଇ ଦିଆଯାଇଥିଲା। ହିତାଧିକାରୀ ଘରେ ରଙ୍ଗ ଦେବେନି ବୋଲି ସଫା ମନା କରିଦେଲେ। ଜିଲାପାଳଙ୍କ ହସ୍ତକ୍ଷେପ ପରେ ତାଙ୍କୁ ଅବଶିଷ୍ଟ ରାଶି ମିଳିଥିଲା। ଏବେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଏହି ଗାଁକୁ ଆଉ ଗୃହ ଯୋଗାଇ ଦିଆଯାଉନାହିଁ।

hiranchal ad1
Leave A Reply

Your email address will not be published.

fifteen − 10 =