ଇଣ୍ଟରନେଟ୍‌ରେ ଭାରତର ଯୁଗ

0 66

ନୂଆଦିଲ୍ଲୀ : ନୂଆ ରେକର୍ଡ଼ ମୁତାବକ ଭାରତରେ ୭.୩ ନିୟୁତ ଇଣ୍ଟରନେଟ୍ ଗ୍ରାହକ ଯୋଡ଼ି ହେଇଛନ୍ତି। ସେହିପରି ବ୍ରଡବ୍ୟାଣ୍ଡ ଗ୍ରାହକଙ୍କ କ୍ଷେତ୍ରରେ ମଧ୍ୟ ଏକ ନୂତନ ରେକର୍ଡ ସୃଷ୍ଟି ହେବାରୁ ଭାରତ ଏବେ ଇଣ୍ଟରନେଟର ଯୁଗ ଭାବେ ସାବ୍ୟସ୍ତ ହୋଇଛି। କାରଣ ଗୋଟିଏ ବର୍ଷରେ ଭାରତର ୭.୮ ନିୟୁତ ବ୍ରଡବ୍ୟାଣ୍ଡ ଗ୍ରାହକ ଯୋଡ଼ି ହୋଇଥିବା ସହ ସମଗ୍ର ଦେଶରେ ୧୧୯.୯ କୋଟି ଗ୍ରାହକ ଯୋଡ଼ି ହୋଇଛନ୍ତି। ମଙ୍ଗଳବାର ସରକାରଙ୍କ ପକ୍ଷରୁ ଟ୍ରାଇ ଏହି ସୂଚନା ଦେଇଛି। ଗତ ବର୍ଷ ମାର୍ଚ୍ଚରୁ ଚଳିତ ବର୍ଷ ମାର୍ଚ୍ଚ ମଧ୍ୟରେ ୮୮.୧ କୋଟି ଗ୍ରାହକ ବୃଦ୍ଧି ପାଇ ୯୫.୪ ନିୟୁତ ଗ୍ରାହକ ହୋଇଛନ୍ତି। ଏହି ଆଧାରରେ ହିସାବ କଲେ ଅଭିବୃଦ୍ଧି ହାର ୮.୯ ପ୍ରତିଶତ ରହିଛି।

ବ୍ରଡବ୍ୟାଣ୍ଡ ଗ୍ରାହକଙ୍କ ସଂଖ୍ୟାରେ ଉଲ୍ଲେଖନୀୟ ବୃଦ୍ଧି ଘଟିଛି। କାରଣ ବର୍ଷକ ମଧ୍ୟରେ ଏହାର ସଂଖ୍ୟା ୮୪.୬ କୋଟିରୁ ୯୨.୪ କୋଟିକୁ ବୃଦ୍ଧି ପାଇଛି। ଏ ନେଇ ଟ୍ରାଇ ପକ୍ଷରୁ ମଧ୍ୟ ସୂଚନା ଦିଆଯାଇଛି। ସେହିପରି ଇଣ୍ଟରନେଟ୍ ଉପଭୋକ୍ତାଙ୍କ ସଂଖ୍ୟା ୮.୩୦ ପ୍ରତିଶତ ବୃଦ୍ଧି ପାଇଛି। କାରଣ ବର୍ଷକ ମଧ୍ୟରେ ପ୍ରାୟ ୭.୩ କୋଟି ଇଣ୍ଟରନେଟ୍ ଗ୍ରାହକ ବୃଦ୍ଧି ପାଇଥିବା ବେଳେ ବ୍ରଡବ୍ୟାଣ୍ଡ ଗ୍ରାହକଙ୍କ ସଂଖ୍ୟା ୯.୧୫ ପ୍ରତିଶତ ବୃଦ୍ଧି ପାଇଛି। ଉପଭୋକ୍ତାଙ୍କୁ ହାଇସ୍ପିଡ୍ କନେକ୍ଟିଭିଟି ଉପଲବ୍ଧ, ଏହା ପଛର ମୁଖ୍ୟ କାରଣ ।

hiring

ୱେୟାରଲେସ୍ ଡାଟା ଗ୍ରାହକଙ୍କ ବିଷୟରେ କହିବାକୁ ଗଲେ ଏହା ମଧ୍ୟ ଯଥେଷ୍ଟ ବୃଦ୍ଧି ପାଇଛି। ପୂର୍ବରୁ ୱେୟାରଲେସ୍ ଡାଟା ଗ୍ରାହକଙ୍କ ସଂଖ୍ୟା ୮୪.୬ କୋଟି ଥିବା ବେଳେ ଏବେ ତାହା ୯୧.୩ କୋଟିକୁ ବୃଦ୍ଧି ପାଇଛି। ଅର୍ଥାତ୍ ଏହା ମଧ୍ୟ ପ୍ରାୟ ୭.୯୩ ପ୍ରତିଶତ ବୃଦ୍ଧି ପାଇଛି। ପୂର୍ବରୁ ୱେୟାରଲେସ୍ ଡାଟା ବ୍ୟବହାର ସଂଖ୍ୟା ମଧ୍ୟ ୧,୬୦,୦୫୪ ପିବି ଥିବା ବେଳେ ପରବର୍ତ୍ତୀ ସମୟରେ ଏହା ୧,୯୪,୭୭୪କୁ ବୃଦ୍ଧି ପାଇଛି। ଅର୍ଥାତ୍ ଏହା ମଧ୍ୟ ପ୍ରାୟ ୨୧.୬୯ ପ୍ରତିଶତ ବୃଦ୍ଧି ପାଇଛି। ଏଭଳି ସ୍ଥିତିରେ ଭାରତରେ ଇଣ୍ଟରନେଟ୍ ବ୍ୟବହାର ଦ୍ରୁତ ଗତିରେ ବୃଦ୍ଧି ପାଉଛି ବୋଲି କୁହାଯାଇପାରେ।

ଅନ୍ୟପକ୍ଷରେ ଟେଲିଫୋନ୍ ଗ୍ରାହକଙ୍କ ବିଷୟରେ କହିବାକୁ ଗଲେ ଭାରତରେ ଏହା ଦ୍ରୁତ ଗତିରେ ବୃଦ୍ଧି ପାଉଛି। ସେମାନଙ୍କ ସଂଖ୍ୟା ମଧ୍ୟ ୧୧୭.୨ କୋଟିରୁ ୧୧୯.୯ କୋଟିକୁ ବୃଦ୍ଧି ପାଇଛି। ଏଭଳି ସ୍ଥିତିରେ ଏହାର ଅଭିବୃଦ୍ଧି ମଧ୍ୟ ୨.୩୦ ପ୍ରତିଶତରେ ଦେଖିବାକୁ ମିଳିଛି। ଏହି ପରିପ୍ରେକ୍ଷୀରେ ଟେଲି-ଡେନସିଟିରେ ବହୁତ ପରିବର୍ତ୍ତନ ଆସିଛି ଏବଂ ଅଧିକରୁ ଅଧିକ ଉପଭୋକ୍ତା ଯୋଡିବାକୁ ନିଷ୍ପତ୍ତି ନିଆଯାଉଛି। ବାର୍ଷିକ ଅଭିବୃଦ୍ଧି ମଧ୍ୟ ଅଧିକ ଦେଖିବାକୁ ମିଳିବ। ବ୍ୟବହାରର ମିନିଟରେ ମଧ୍ୟ ଯଥେଷ୍ଟ ବୃଦ୍ଧି ଘଟିଛି। ଅର୍ଥାତ୍ ମୋଟାମୋଟି ଭାବେ ସବୁବର୍ଗର ଉପଭୋକ୍ତା ସଂଖ୍ୟା ଦ୍ରୁତ ଗତିରେ ବୃଦ୍ଧି ପାଉଛି, ଯାହା କି ଭାରତ ପାଇଁ ସକାରାତ୍ମକ ଖବର ଓ ଇଣ୍ଟରନେଟ୍ କ୍ଷେତ୍ରରେ ଏକ ବୈପ୍ଳବିକ ପରିବର୍ତ୍ତନର ଉନ୍ମେଷ ସାଧନ ହେବାକୁ ଯାଉଛି।

hiranchal ad1
Leave A Reply

Your email address will not be published.

eight − 4 =