ଚା ଦୋକାନ ଉପରକୁ ମାଡ଼ିଗଲା ଦୁର୍ଘଟଣାଗ୍ରସ୍ତ ଗାଡ଼ି

0 42

ଗଞ୍ଜାମ : ଗଞ୍ଜାମ ଜିଲ୍ଲା ସମରଝୋଳ ଛକରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା I ବସ୍ ସହ ତେଲ ଟ୍ୟାଙ୍କର ଧକ୍କା। ରାସ୍ତାକଡ ଚା ଦୋକାନ ଉପରକୁ ମାଡ଼ିଗଲା ଦୁଇ ଦୁର୍ଘଟଣାଗ୍ରସ୍ତ ଗାଡ଼ି। ଦୁର୍ଘଟଣାରେ ୪ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨୦ରୁ ଅଧିକ ଆହତ ହୋଇଛନ୍ତି। ଚା ଦୋକାନରେ ଚା ପିଉଥିବା ୩ଜଣ ଓ ବସରେ ଜଣେ ଯାତ୍ରୀଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ଯାତ୍ରୀବାହୀ ବସଟି ଆସିକାରୁ ବ୍ରହ୍ମପୁର ପଟକୁ ଆସୁଥିବା ବେଳେ ତେଲ ଟ୍ୟାଙ୍କରଟି ବ୍ରହ୍ମପୁରରୁ ଆସିକା ଆଡ଼କୁ ଯାଉଥିଲା। ସମରଝୋଳ ଛକରେ ତେଲ ଟ୍ୟାଙ୍କରଟି ଏକ ଟ୍ରକକୁ ଓଭରଟେକ୍ କରି ଯିବାକୁ ଚେଷ୍ଟା କରୁଥିବା ବେଳେ ବସ୍ ସହ ମୁହାଁମୁହିଁ ଧକ୍କା ହୋଇଥିଲା। ଫଳରେ ରାସ୍ତାକଡ଼ ଚା’ ଦୋକାନ ଆଡ଼କୁ ମାଡି ଯାଇଥିଲେ ଦୁଇ ଗାଡି। ଏହି ସମୟରେ ରାସ୍ତାକଡ଼ ଦୋକାନରେ ଚା ପିଉଥିବା ୩ଜଣଙ୍କ ସମେତ ୪ଜଣଙ୍କ ମୃତ୍ୟୁ ଘଟିଛି। ଦୁର୍ଘଟଣା ଯୋଗୁଁ ଯାତାୟାତ ବାଧାପ୍ରାପ୍ତ ହୋଇଛି। ଏହି ଦୁର୍ଘଟଣାରେ ୪ ମୃତ, ୨୦ରୁ ଅଧିକ ଆହତ ହୋଇଥିବାର ସୂଚନା ମିଳିଛି।

hiring

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗଭୀର ଦୁଃଖପ୍ରକାଶ କରିବା ସହିତ ସେମାନଙ୍କ ପରିବାର ବର୍ଗଙ୍କ ପ୍ରତି ସମବେଦନା ପ୍ରକାଶ କରିଛନ୍ତି। ମୃତକଙ୍କ ପରିବାରକୁ ୨ ଲକ୍ଷ ଟଙ୍କା ଲେଖାଏଁ ସହାୟତା ପ୍ରଦାନ କରିଛନ୍ତି। ଗୁରୁତର ଆହତଙ୍କ ପାଇଁ ୧ ଲକ୍ଷ ଟଙ୍କାର ସହାୟତା ଘୋଷଣା କରାଯାଇଛି।

ଶଡକ ଓ ପରିବହନ ମନ୍ତ୍ରୀ ବିଭୁତି ଭୂଷଣ ଜେନା ଏହି ଦୃଘଟଣାର ସିକାର ହୋଇଥିବା ଆହାତଙ୍କୁ ଭେଟି ସ୍ବାସ୍ଥ୍ୟ ଅବସ୍ଥା ପଚାରି ବୁଝିଥିଲେ। ବ୍ରହ୍ମପୁର ବଡ ମେଡିକାଲରେ ଚିକିତ୍ସାଧିନ ଅବସ୍ଥାରେ ଥିବା ଆହାତଙ୍କୁ ଭେଟି ସ୍ବାସ୍ଥ୍ୟ ଅବସ୍ଥା ପଚାରି ବୁଝିବା ସହ ଉତମ ସେବା ଯୋଗାଇ ଦେବା ଲାଗି ପ୍ରତିଶୃତି ଦେଇଛନ୍ତି। ଏଥିସହ ମୃତ୍ଯୁବରଣ କରିଥିବା ବ୍ଯକ୍ତିଙ୍କ ପରିବାରକୁ ସମବେଦନା ଜଣାଇଛନ୍ତି।

hiranchal ad1
Leave A Reply

Your email address will not be published.

four × five =