ଇଂଲଣ୍ଡର ଯୋଜନାକୁ ଦ୍ରାବିଡ଼ଙ୍କ ବିରୋଧ

0 764

ନୂଆଦିଲ୍ଲୀ : ବର୍ତ୍ତମାନ ଇଂଲଣ୍ଡ ଓ ଆଉ କେତେକ ଦେଶ କ୍ରିକେଟ୍ ସିରିଜ୍ ଆୟୋଜନ କରିବା ଲାଗି ତତ୍ପର ହୋଇ ଉଠିଛନ୍ତି । ଟୁର୍ଣ୍ଣାମେଣ୍ଟ ବେଳେ ଖେଳାଳିମାନଙ୍କୁ କରୋନାମୁକ୍ତ ରଖିବା ଲାଗି ଇଂଲଣ୍ଡ କ୍ରିକେଟ୍ ବୋର୍ଡ଼ (ଇସିବି) ଏକ ଯୋଜନା ପ୍ରସ୍ତୁତ କରିଛି । ଟୁର୍ଣ୍ଣାମେଣ୍ଟ ଚାଲିଥିଲା ବେଳେ ନିୟମିତ କରୋନା ଟେଷ୍ଟର ପ୍ରସ୍ତାବ ରଖାଯାଇଛି । ତେବେ ଏଭଳି ଯୋଜନା ସହ ରାହୁଲ ଦ୍ରାବିଡ଼ ଏକମତ ନୁହଁନ୍ତି । ସେ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି ଯେ, ଇଂଲଣ୍ଡ କ୍ରିକେଟ୍ ବୋର୍ଡ଼ ଯେଉଁ ଯୋଜନା ପ୍ରସ୍ତୁତ କରିଛି, ତାହା ସଂପୂର୍ଣ୍ଣ ଅବାସ୍ତବ । ଟୁର୍ଣ୍ଣାମେଣ୍ଟ ଚାଲିଥିବା ବେଳେ ଖେଳାଳିମାନଙ୍କର ନିୟମିତ ପରୀକ୍ଷା ଦ୍ୱାରା ସମସ୍ୟା ଉପୁଜିପାରେ । କାରଣ ଯଦି ଏକ ଟେଷ୍ଟ ସିରିଜ୍ ଚାଲିଥିବା ବେଳେ ଜଣେ ଖେଳାଳି ପଜିଟିଭ୍ ଚିହ୍ନଟ ହୁଅନ୍ତି, ସେ କ୍ଷେତ୍ରରେ ଗୁରୁତର ସମସ୍ୟା ଦେଖାଦେବ । କାରଣ ଇଂଲଣ୍ଡ କହିଛି ଯେ, କୌଣସି ଖେଳାଳି ପଜିଟିଭ୍ ଚିହ୍ନଟ ହେଲେ କ୍ୱାରେଣ୍ଟାଇନରେ ରହିବେ । ଏଭଳି ଖେଳାଳିଙ୍କ ସଂଖ୍ୟା ବଢ଼ିଲେ ଖେଳ ଚାଲୁ ରହିବା ଅସମ୍ଭବ ହେବ । ଏହାଛଡ଼ା ଖେଳାଳିମାନଙ୍କୁ ସେମାନଙ୍କ ପରିବାରଠାରୁ ଟୁର୍ଣ୍ଣାମେଣ୍ଟ ଶେଷ ହେବା ପର୍ଯ୍ୟନ୍ତ ମିଳାମିଶା ନକରିବା ଲାଗି ବ୍ୟବସ୍ଥା ରହିଛି । ଖେଳ ଚାଲିଥିଲା ବେଳେ ଯଦି କେହି ଅସୁସ୍ଥ ହୁଅନ୍ତି, ସେ କ୍ଷେତ୍ରରେ ସ୍ୱାସ୍ଥ୍ୟ ବିଭାଗର କର୍ମଚାରୀମାନେ ଆସିବେ ଏବଂ ତାଙ୍କର ଟେଷ୍ଟ କରିବେ । ଟେଷ୍ଟରେ ଯଦି ପଜିଟିଭ୍ ଆସେ, ତା’ହେଲେ ଖେଳାଳିଙ୍କୁ କ୍ୱାରେଣ୍ଟାଇନରେ ରହିବାକୁ ପଡ଼ିବ । ଖେଳାଳିମାନଙ୍କୁ ଏତେ କଟକଣା ଭିତରେ ରଖିବା ଠିକ୍ ନୁହେଁ କି ସମ୍ଭବପର ନୁହେଁ । ତେଣୁ ଏହା ଉପରେ ସମ୍ପୃକ୍ତ ଦେଶଗୁଡ଼ିକ ବିଚାର କରିବା ଉଚିତ୍ ବୋଲି ଦ୍ରାବିଡ଼ କହିଛନ୍ତି ।

hiranchal ad1
Leave A Reply

Your email address will not be published.

six − 5 =