ଭାରୋତ୍ତୋଳନରେ ଭାରତକୁ ଆଉ ଏକ ପଦକ

0 79

ବର୍ମିଂହାମ: ରାଜ୍ୟଗୋଷ୍ଠୀ କ୍ରୀଡାରେ ଭାରତର ପଦକ ଅଭିଯାନ ଆହୁରି ଗତିଶୀଳ ହୋଇଛି । ପ୍ରତିଦିନ ଦେଶ ପଦକ ପାଉଛି । ଆଜି ୬ଷ୍ଠ ଦିନରେ ଭାରତ ଆଉ ଗୋଟିଏ ପଦକ ଜିତିଛି । ଭାରୋତ୍ତୋଳନରେ ଦେଶକୁ ମିଳିଛି କାଂସ୍ୟ(ବ୍ରୋଞ୍ଜ) ପଦକ । ଭାରତର ଲଭପ୍ରୀତ ସିଂହ ପୁରୁଷ ୧୦୯ କେଜି ବର୍ଗରେ ଦେଶ ପାଇଁ ଏହି ପଦକ ଜିତିଛନ୍ତି । ଏହାପୂର୍ବରୁ ଭାରୋତ୍ତୋଳନରେ ଭାରତ ୮ଟି ପଦକ ଜିତିଥିଲା । ଏହାକୁ ମିଶାଇ ଭାରୋତ୍ତୋଳନରେ ଦେଶର ପଦକ ସଂଖ୍ୟା ୯ରେ ପହଞ୍ଚିଛି । ସେହିପରି ଚଳିତ ରାଜ୍ୟଗୋଷ୍ଠୀ କ୍ରୀଡାରେ ଭାରତ ଏଯାଏ ୧୪ଟି ପଦକ ଜିତି ସାରିଲାଣି । ଆଜି ଲଭପ୍ରୀତ ଦମଦାର ଆରମ୍ଭ କରିଥିଲେ । ସେ ସ୍ନାଚର ପ୍ରଥମ ପ୍ରୟାସରେ ୧୫୭ କେଜି, ଦ୍ୱିତୀୟ ପ୍ରୟାସରେ ୧୬୩ କେଜି ଓ ୩ୟ ପ୍ରୟାସରେ ୧୬୩ କେଜି ଉଠାଇ ଯୁଗ୍ମ ଭାବେ ଦ୍ୱିତୀୟ ସ୍ଥାନରେ ରହିଥିଲେ । ଏହାପରେ ଆରମ୍ଭ ହୋଇଥିଲା କ୍ଲିନ ଆଣ୍ଡ ଜର୍କ । ଏଥିରେ ମଧ୍ୟ ଲଭପ୍ରୀତ ନିଜର ଜଲୱା ଦେଖାଇ ଯଥାକ୍ରମେ ୧୮୫ କେଜି,୧୮୯ କେଜି ଓ ୧୯୨ କେଜିତ ଲିଫ୍ଟ କରିଥିଲେ । ଏଥିସହ ସେ ମୋଟ ୩୫୫ କେଜି ଉଠାଇ ଭାରତ ପାଇଁ ବ୍ରୋଞ୍ଜ ପଦକ ଜିତିବାକୁ ସକ୍ଷମ ହୋଇଥିଲେ । ଏହି ଇଭେଣ୍ଟରେ କ୍ୟାମେରୁନର ଜୁନିୟର ପି ନାଗାଡଜା ମୋଟ ୩୮୧ କେଜି ଓଜନ ଉଠାଇ ସ୍ୱର୍ଣ୍ଣ ଓ ସାମୋଆର ଜ୍ୟାକ ଓପେଲୋଗେ ୩୫୮ କେଜି ଓଜନ ଉଠାଇ ରୌପ୍ୟ ପଦକ ଜିତିଛନ୍ତି ।

hiranchal ad1
Leave A Reply

Your email address will not be published.

20 − twenty =