ଆସନ୍ତାକାଲି ପ୍ରଥମ ଟି-୨୦ : ଏମିତି ହୋଇପାରେ ଭାରତୀୟ ପ୍ଲେଇଙ୍ଗ୍‌ ଇଲେଭେନ

0 81

କୋଲକତା : ଆସନ୍ତାକାଲିଠାରୁ ଇଡେନ ଗାର୍ଡେନରେ ଭାରତ ଓ ୱେଷ୍ଟଇଣ୍ଡିଜ ମଧ୍ୟରେ ପ୍ରଥମ ଟି-୨୦ ମ୍ୟାଚ ଖେଳାଯିବ । ଦିନିକିଆ ସିରିଜ ଜିତିଥିବା ଭାରତୀୟ ଦଳ ଟି-୨୦ ସିରିଜକୁ କବଜା କରିବାକୁ ସ୍ୱତନ୍ତ୍ର ରଣନୀତି ପ୍ରସ୍ତୁତି କରିଛି । ଭାରତୀୟ ଦଳରେ ଅନେକ ଯୁବ ଖେଳାଳି ସ୍ଥାନ ପାଇଥିବାରୁ ଆସନ୍ତାକାଲିର ମ୍ୟାଚରେ କେଉଁ ଖେଳାଳିଙ୍କୁ ସ୍ଥାନ ମିଳିବ ତାହା କହିବା ବଡ ମୁସ୍କିଲ । ତେବେ ଓପନର ଭାବେ ଅଧିନାୟକ ରୋହିତ ଶର୍ମାଙ୍କ ସହ ଇଶାନ କିଶନ ପଡିଆକୁ ଓହ୍ଲାଇବା ପ୍ରାୟ ନିଶ୍ଚତ କାରଣ । ନିୟମିତ ଓପନର ତଥା ଉପ ଅଧିନାୟକ କେଏଲା ରାହୁଲ ଆହତ କାରଣରୁ ସଂପୂର୍ଣ୍ଣ ସିରିଜରୁ ବାଦ ପଡିଛନ୍ତି । ସେହିପରି ତୃତୀୟ ସ୍ଥାନରେ ପୂର୍ବତନ ଅଧିନାୟକ ବିରାଟ କୋହଲି ପଡିଆକୁ ଓହ୍ଲାଇବେ ।

hiring

ଚତୁର୍ଥ ସ୍ଥାନରେ ଋଷଭ ପନ୍ତ ଓ ପଞ୍ଚମ ସ୍ଥାନରେ ସୂର୍ଯ୍ୟକୁମାର ଯାଦବ ଖେଳିବା ଏକ ପ୍ରକାର ନିଶ୍ଚିତ । ତେବେ ଷଷ୍ଠ ସ୍ଥାନ ପାଇଁ ଶ୍ରେୟସ ଆୟର ଓ ଦୀପକ ହୁଡାଙ୍କ ମଧ୍ୟରେ ପ୍ରତିଦ୍ୱନ୍ଦିତା ହୋଇପାରେ । ସେହିପରି ସପ୍ତମ ସ୍ଥାନରେ ଶାର୍ଦୁଲ ଠାକୁର, ଅଷ୍ଟମ ସ୍ଥାନରେ ଦୀପକ ଚହର ଖେଳିବା ନିଶ୍ଚିତ । ଅନ୍ୟ ପକ୍ଷରେ ନବମ ସ୍ଥାନରେ ଭୁବନେଶ୍ୱର କୁମାରଙ୍କୁ ମହମ୍ମଦ ସିରାଜଙ୍କ ସହ ପ୍ରତିଦ୍ୱନ୍ଦିତା କରିବାକୁ ପଡିବ । ତେବେ ଦଶମ ଓ ଏକାଦଶ ସ୍ଥାନରେ ଦଳ ଦୁଇଜଣ ସ୍ପିନରଙ୍କୁ ଖେଳାଇପାରେ । ସ୍ପିନର ଭାବେ ୟୁଜବେନ୍ଦ୍ର ଚହଲ ପ୍ରଥମ ପସନ୍ଦ ହୋଇଥିବା ବେଳେ ଦ୍ୱିତୀୟ ସ୍ପିନର ଭାବେ କୁରଦୀପ ଯାଦବ ଓ ରବି ବିଷ୍ଣୋଇଙ୍କୁ ମଧ୍ୟରୁ ଜଣକୁ ଏକାଦଶରେ ସ୍ଥାନ ମିଳିପାରେ ।
ସମ୍ଭାବିତ ଭାରତୀୟ ଦଳ
ରୋହିତ ଶର୍ମା (ଅଧିନାୟକ), ଇଶାନ କିଶନ, ବିରାଟ କୋହଲି, ଋଷଭ ପନ୍ତ (ଉଇକେଟ କିପର), ସୂର୍ଯ୍ୟକୁମାର ଯାଦବ, ଶ୍ରେୟାସ ଆୟର / ଦୀପକ ହୁଡା, ଶାର୍ଦ୍ଦୁଲ ଠାକୁର, ଦୀପକ ଚହର, ଭୁବନେଶ୍ୱର କୁମାର / ମହମ୍ମଦ ସିରାଜ / ହର୍ଷଲ ପଟେଲ, ଯୁଜବେନ୍ଦ୍ର ଚହଲ, ରବି ବିଷ୍ଣୋଇ/କୁଲଦୀପ ଯାଦବ

hiranchal ad1
Leave A Reply

Your email address will not be published.

seventeen − two =