ପରଲୋକରେ କ୍ରିକେଟର ଅଶୋକ ମହାପାତ୍ର

0 532

ଫୁଲବାଣୀ: ଅଶୋକ ମହାପାତ୍ର କିଛିଦିନ ଶାରୀରିକ ଅସୁସ୍ଥତା ଅନୁଭବ କରି ଫୁଲବାଣୀ ଡାକ୍ତରଖାନାର ଡାକ୍ତରଙ୍କ ପରାମର୍ଶରେ ଚିକିତ୍ସିତ ହେଉଥିଲେ । ଗତକାଲି ରାତିରେ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଫୁଲବାଣୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ସ୍ୱାସ୍ଥ୍ୟ ଅବସ୍ଥା ଆହୁରି ଅଧିକ ଖରାପ ହେବାରୁ ତାଙ୍କୁ ଆଜି ସକାଳେ ବ୍ରହ୍ମପୁର ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା । ସେଠାରେ ସେ ଚିକିତ୍ସିତ ଅବସ୍ଥାରେ ଅପରାହ୍ନ ୩ ଟାରେ ୫୦ ବର୍ଷ ବୟସରେ ଆରାପାରିକୁ ଚାଲି ଯାଇଥିଲେ ।ସେ ଜଣେ ଭଲ କ୍ରିକେଟ୍‌ ଖେଳାଳି ଭାବରେ ଫୁଲବାଣୀ ସମେତ ସମଗ୍ର ରାଜ୍ୟରେ ବେଶ ଜଣାଶୁଣା ଥିଲେ । ଏଥ ସହିତ ଯେ ଏମସି କ୍ରିକେଟ କ୍ଳବର ଫାଉଣ୍ଡର ଥିଲେ । ଜିଲ୍ଲା ତରଫରୁ କଳାହାଣ୍ଡି କପର ପ୍ରତିନିଧିତ୍ୱ କରିଥିଲେ । ସେ ଓଡ଼ିଶା କ୍ରିକେଟ ଆସୋସିଏସନର ପେନାଲ ଅମ୍ପେୟାର ଥିଲେ । ଜିଲ୍ଲା କ୍ରିକେଟର ଜଣେ ଦକ୍ଷ ବ୍ୟାଟମ୍ୟାନ ଥିଲେ । ଓଡିଶା କ୍ରିକେଟ ଆସୋସିଏସନ ପକ୍ଷରୁ ଆୟୋଜିତ ହେଉଥିବା ଜିଲ୍ଲାସ୍ତରୀୟ କ୍ରିକେଟ ଟୁର୍ଣ୍ଣାମେଣ୍ଟରେ ମଧ୍ୟ ସେ ଅମ୍ପେୟାରିଂ କରୁଥିଲେ । ବରହମପୁର ବିଶ୍ୱ ବିଦ୍ୟାଳୟରେ ମଧ୍ୟ ସୁନାମ ଅର୍ଜନ କରିଥିଲେ । ଏଥି ସହିତ ଜିଲ୍ଲା ବାର୍‌ ଆସୋସିଏସନର ବହୁତ ଭଲ ଯୁବ ଏବଂ ଶକ୍ତିଶାଳୀ ଓକିଲ ଭାବରେ ଜଣାଶୁଣା ଥିଲେ । ବାସ୍ତବରେ ଏହା ଆଇନଗତ ଭ୍ରାତୃତ୍ୱ ପାଇଁ ଏକ ବଡ଼ କ୍ଷତି କହିଲେ ଚଳେ । ସେ ଜଣେ ସରଳ ବିଶ୍ୱାସୀ, ସଚ୍ଚୋଟ, ଶାନ୍ତ, ମେଳାପୀ ଓକିଲ ଥିଲେ । ତାଙ୍କରି ବିୟୋଗରେ ସମଗ୍ର ଫୁଲବାଣୀ ଜିଲ୍ଲା ବାର ଆସୋସିଏସନର ସଭାପତି ସିଧେଶ୍ୱର ଦାଶ, ସମ୍ପାଦକ ଅଜିତ ପଟ୍ଟନାୟକ, କାର୍ଯ୍ୟକାରୀ ସଦସ୍ୟ ଗୌରୀ ଶଙ୍କର ବେହେରା, ଆଦିତ୍ୟ ପ୍ରସାଦ ତ୍ରିପାଠୀ, ଚେୟାରମ୍ୟାନ ହରିଶ୍ଚନ୍ଦ୍ର ମହାରଣା, ଆଇନଜୀବୀ ସତ୍ୟ ନାରାୟଣ ବେହେରା, ଦେବବ୍ରତ ପ୍ରଧାନ, ଅଜୟ ସିଂ, ମନୋଜ ପଟ୍ଟନାୟକ, ପ୍ରଦୀପ୍ତ ରଞ୍ଜନ ନାୟକଙ୍କ ସମେତ ବାରର ସମସ୍ତ ସଦସ୍ୟ ଶୋକ ପ୍ରକାଶ କରିବା ସହିତ ତାଙ୍କ ପରିବାରଙ୍କୁ ସମବେଦନା ଜଣାଇଛନ୍ତି ।

hiranchal ad1
Leave A Reply

Your email address will not be published.

nineteen − 18 =