ପୁରୀ- ପୁରୀରେ ଏଫ୍.ଆଇ.ଏଚ୍ ହକି ପୁରୁଷ ଜୁନିୟର ବିଶ୍ୱକପ ଟ୍ରଫି। ଶ୍ରୀମନ୍ଦିର ସମ୍ମୁଖରେ ଟ୍ରଫି ପ୍ରଦର୍ଶନ ସହ ଜୁନିୟର ବିଶ୍ବ କପ ପୁରୁଷ ହକି ଟ୍ରଫି ଉନ୍ମୋଚିତ ହୋଇଛି। ଆସନ୍ତା 28 ତାରିଖରୁ ଡିସେମ୍ବର 10 ତାରିଖ ପର୍ଯ୍ୟନ୍ତ ତାମିଲନାଡୁରେ ଅନୁଷ୍ଠିତ ହେବ ଏଫ୍.ଆଇ.ଏଚ୍ ହକି ପୁରୁଷ ଜୁନିୟର ବିଶ୍ୱକପ ପ୍ରତିଯୋଗିତା । ଏହି ପୁରୁଷ ଜୁନିୟର ବିଶ୍ଵକପରେ ଭାରତ ସମେତ ୨୮ ଟି ଦେଶ ଅଂଶଗ୍ରହଣ କରିବେ। ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମ୍.,କେ. ଷ୍ଟାଲିନଙ୍କ ପରାମର୍ଶ କ୍ରମେ ଏହି ଟ୍ରଫି ଦେଶର ବିଭିନ୍ନ ଦର୍ଶନୀୟ ସ୍ଥାନ ପରିକ୍ରମା କରି ଓଡ଼ିଶାରେ ପହଁଚିଛି। ପୁରୀ ଅତିରିକ୍ତ ଜିଲ୍ଲାପାଳ ପ୍ରଶାସନ ଶରତ ଚନ୍ଦ୍ର ବେହରା ଏହି ଟ୍ରଫିକୁ ଅନାବରଣ କରିବା ସହ ବିଶ୍ବ କପ ହକିର ସଫଳତା କାମନା କରିଥିଲେ। କାର୍ଯ୍ୟକ୍ରମରେ ଅତିରିକ୍ତ ଏସପି ସଚିନ ପାଟିଲ,ସୂଚନା ଓ ଲୋକ ସମ୍ପର୍କ ଉପ ନିର୍ଦ୍ଦେଶକ ସନ୍ତୋଷ କୁମାର ସେଠୀ, ଜିଲ୍ଲା କ୍ରୀଡା ଅଧିକାରୀ ଚନ୍ଦନ କୁମାର ସାହୁ, ଟ୍ରାଫିକ ଇନିସପେକ୍ଟର ଜୟଦୀପ ମହାନ୍ତି, ଜିଲ୍ଲା ସଂସ୍କୃତି ଅଧିକାରୀ ହେମନ୍ତ ବେହେରା ପ୍ରମୁଖ ଯୋଗ ଦେଇ ଟ୍ରଫି ଉନ୍ମୋଚନରେ ସାମିଲ ହୋଇଥିଲେ।
