ସମ୍ପୂର୍ଣ୍ଣ ଭାଙ୍ଗି ପଡ଼ିଥିଲି ଅବସର ନେବାକୁ ଚିନ୍ତା କରିଥିଲି : ରୋହିତ

0 40

ନୂଆଦିଲ୍ଲୀ; ଭାରତୀୟ ଦଳର ଅଭିଜ୍ଞ ଖେଳାଳି ଏବଂ ପୂର୍ବତନ ଅଧିନାୟକ ରୋହିତ ଶର୍ମା ୨୦୨୩ ଦିନିକିଆ ବିଶ୍ୱକପ୍ ଫାଇନାଲ ପରାଜୟ ପରର ଯନ୍ତ୍ରଣା ବଖାଣିଛନ୍ତି । ଅଷ୍ଟ୍ରେଲିଆଠାରୁ ହାରିବାର କଷ୍ଟକୁ ମନେ ପକାଇ ବଡ଼ ଖୁଲାସା କରିଛନ୍ତି । ରୋହିତ କହିଛନ୍ତି କି, ପରାଜୟ ପରେ ସେ ଅବସର ନେବାକୁ ମଧ୍ୟ ଚିନ୍ତା କରିଥିଲେ । କାରଣ ସେ ମାନସିକ ଏବଂ ଶାରୀରିକ ଭାବରେ ସମ୍ପୂର୍ଣ୍ଣ ଭାବରେ ଦୁର୍ବଳ ଅନୁଭବ କରୁଥିଲେ ।

hiring

୨୦୨୩ ବିଶ୍ୱକପ ପରାଜୟରେ ରୋହିତଙ୍କ ମାନସିକ ଅବସ୍ଥା କିପରି ଥିଲା ସେ ବିଷୟରେ ନିକଟରେ ଏକ ଇଭେଣ୍ଟରେ କହିଛନ୍ତି ରୋହିତ ଶର୍ମା । ସେ କହିଛନ୍ତି, ” ସେ ସମୟ ଭାରି କଷ୍ଟକର ଥିଲା । ୨୦୨୨ରେ ଅଧିନାୟକ ହେବା ପରଠାରୁ ଏହି ବିଶ୍ୱକପରେ ନିଜର ସବୁକିଛି ଲଗାଇ ଦେଇଥିଲି । ମୋର ଏକମାତ୍ର ଲକ୍ଷ୍ୟ ଥିଲା ବିଶ୍ୱକପ୍ ଜିତିବା । ଯେତେବେଳେ ତାହା ହୋଇପାରିଲା ନାହିଁ, ମୁଁ ସମ୍ପୂର୍ଣ୍ଣ ଭାଙ୍ଗି ପଡ଼ିଥିଲି । ମୋ ଶରୀରରେ ଆଉ କିଛି ଶକ୍ତି ରହିଲା ନାହିଁ । ଲାଗୁଥିଲା ଯେମିତି ସବୁ କିଛି ହରାଇଛି । ଆଉ ଖେଳିବାକୁ ଇଚ୍ଛା ନଥିଲା । ନିଜକୁ ଏକାଠି କରି ପୁଣି ଥରେ ନିଜ ପାଦରେ ଠିଆ ହେବାକୁ ମୋତେ କିଛି ମାସ ଲାଗିଗଲା । ରୋହିତ ଶର୍ମା ସ୍ୱୀକାର କରିଛନ୍ତି ଯେ, ଯଦିଓ ତାଙ୍କୁ ୨୦୨୪ ଟି-ଟ୍ୱେଣ୍ଟି ବିଶ୍ୱକପ୍ ପାଇଁ ଶୀଘ୍ର ପ୍ରସ୍ତୁତ ହେବାକୁ ପଡିଥିଲା, ପରାଜୟର ଯନ୍ତ୍ରଣା ଏତେ ଗଭୀର ଥିଲା ଯେ ତାଙ୍କୁ ଲାଗିଲା ଯେ ଦେବା ପାଇଁ ଆଉ କିଛି ନାହିଁ । “

ରୋହିତ କହିଛନ୍ତି ଯେ, ବିଶ୍ୱକପ୍ ହାରିବାର ନିରାଶା ଏତେ ତୀବ୍ର ଥିଲା ଯେ ସେ କ୍ରିକେଟରୁ ଅବସର ନେବାକୁ ମଧ୍ୟ ଚିନ୍ତା କରିଥିଲେ । ସେ କହିଥିଲେ, “ଗୋଟିଏ ସମୟରେ, ମୋତେ ପ୍ରକୃତରେ ଲାଗୁଥିଲା ଯେ ମୁଁ ଆଉ ଏହି ଖେଳ ଖେଳିବାକୁ ଚାହୁଁନାହିଁ କାରଣ ଏହା ମୋଠାରୁ ସବୁକିଛି ନେଇଯାଇଥିଲା ଏବଂ ମୋତେ ଲାଗୁଥିଲା ଯେ ମୋର ଆଉ କିଛି ବାକି ନାହିଁ।” ତଥାପି, ସେ ପରେ ଆତ୍ମ-ପ୍ରତିଫଳନ ଏବଂ ଦୃଢ଼ ନିଷ୍ପତ୍ତି ସହିତ ଖେଳକୁ ଫେରିଥିଲେ ।

hiranchal ad1
Leave A Reply

Your email address will not be published.

eight + nine =