ବୁମରାଙ୍କ ୪୦୦ ଅନ୍ତର୍ଜାତୀୟ ୱିକେଟ, ଚେନ୍ନାଇ ଟେଷ୍ଟରେ ଡ୍ରାଇଭର ସିଟରେ ଭାରତ

0 39

ଚେନ୍ନାଇ: ଚେନ୍ନାଇର ଏମଏ ଚିଦାମ୍ବରମ ଷ୍ଟାଡିୟମଠାରେ ଚାଲିଥିବା ଭାରତ-ବାଂଲାଦେଶ ପ୍ରଥମ ଟେଷ୍ଟର ୨ୟ ଦିନ ଖେଳ ଶେଷ ସୁଦ୍ଧା ଭାରତ ନିଜର ସ୍ଥିତି ମଝବୁତ କରିଛି । ଭାରତର ପ୍ରଥମ ଇନିଂସ ସ୍କୋର ୨୭୫ ରନ ଜବାବରେ ବାଂଲାଦେଶ ମାତ୍ର ୧୪୯ ରନ କରି ଅଲଆଉଟ ହୋଇଯାଇଛି । ଫଳରେ ପ୍ରଥମ ଇନିଂସରେ ଭାରତ ୨୨୭ ରନରେ ଆଗୁଆ ରହିଛି । ଆଜିର ଷ୍ଟମ୍ସ ଅପସାରଣ ବେଳକୁ ଭାରତ ୩ ଓ୍ବିକେଟ ହରାଇ ୮୧ ରନ କରିଛି ଓ ମୋଟ ୩୦୮ ରନରେ ଆଗୁଆ ଅଛନ୍ତି । ଶୁଭମନ ଗିଲ ୩୩ ରନ ଓ ଋଷଭ ପନ୍ତ ୧୨ ରନ କରି ଖେଳୁଛନ୍ତି ।

hiring

ଆଜି ଭାରତୀୟ ଦଳ ଗତକାଲିର ସ୍କୋର ୩୩୯/୬ରୁ ଆଗକୁ ଖେଳିବା ଆରମ୍ଭ କରିଥିଲା । କିନ୍ତୁ ଦଳ ଆଉ ମାତ୍ର ୩୭ ରନ ଯୋଗ କରି ଅଲଆଉଟ୍ ହୋଇଯାଇଥିଲା । ଏହା ପରେ ନିଜର ପ୍ରଥମ ଇନିଂସରେ ବାଂଲାଦେଶ ଦଳ ଆରମ୍ଭରୁ ନିୟମିତ ବ୍ୟବଧାନରେ ଓ୍ବିକେଟ୍ ହରାଇ ଚାପରେ ରହିଥିଲା । ଦଳର କୌଣସି ବ୍ୟାଟ୍ସମ୍ୟାନ ଭାରତୀୟ ବୋଲରଙ୍କ ଆଗରେ ଅଧିକ ସମୟ ତିଷ୍ଠି ପାରିନଥିଲେ । କେବଳ ସାକିବ-ଅଲ ହସନ ୩୨ ରନ ଓ ମେହିଦି ହାସାନ ମିରାଜ ୨୭ ରନ କରିଥିଲେ । ଦଳ ନିଜର ପ୍ରଥମ ଇନିଂସରେ ମାତ୍ର ୧୪୯ ରନ କରି ଅଲଆଉଟ ହୋଇଥିଲା । ଭାରତ ପକ୍ଷରୁ ଯଶପ୍ରୀତ ବୁମରା ୪ଟି ଓ୍ବିକେଟ ନେଇଥିବାବେଳେ ମହମ୍ମଦ ସିରାଜ, ରବୀନ୍ଦ୍ର ଜାଦେଜା ଓ ଆକାଶଦୀପ ୨ଟି ଲେଖାଏଁ ଓ୍ବିକେଟ ନେଇଥିଲେ ।

ବୁମରା ନିଜର ୪୦୦ତମ ଅନ୍ତର୍ଜାତୀୟ ଟେଷ୍ଟ ଓ୍ବିକେଟ ପୂରଣ କରିଛନ୍ତି । ବାଂଲାଦେଶର ହାସାମ ମେହମୁଦଙ୍କୁ ଆଉଟ କରି ସେ ଏହି ମାଇଲଖୁଣ୍ଟ ଅତିକ୍ରମ କରିଛନ୍ତି ।

hiranchal ad1
Leave A Reply

Your email address will not be published.

nineteen − 15 =