ମୋହାଲି : ଶୁକ୍ରବାରଠାରୁ ଶ୍ରୀଲଙ୍କା ବିପକ୍ଷ ପ୍ରଥମ ଟେଷ୍ଟରେ ଭାରତୀୟ ବ୍ୟାଟ୍ସମ୍ୟାନ୍ ବିରାଟ କୋହଲି ତାଙ୍କ କ୍ୟାରିୟରର ୧୦୦ ତମ ଟେଷ୍ଟ ଖେଳିବେ । ଉଭୟ ଦଳ ମଧ୍ୟରେ ଏହି ମ୍ୟାଚ୍ ମୋହାଲିର କେପିସିଏ ଷ୍ଟାଡିୟମରେ ଖେଳାଯିବ । କୋହଲିଙ୍କ ଏହି ଐତିହାସିକ ମ୍ୟାଚକୁ ପଡିଆରେ ଦର୍ଶକମାନେ ମଧ୍ୟ ଉପଭୋଗ କରିପାରିବେ । ପିସିଏ କୋଷାଧ୍ୟକ୍ଷ ଆରପି ସିଙ୍ଗଲା କହିଛନ୍ତି ଯେ ଦର୍ଶକଙ୍କୁ ଏହି ମ୍ୟାଚ୍ ପାଇଁ ଷ୍ଟାଡିୟମରେ ପ୍ରବେଶ କରିବାକୁ ବିସିସିଆଇ ଅନୁମତି ଦେଇଛି । ବୁଧବାରଠାରୁ କୋହଲିଙ୍କ ୧୦୦ ତମ ଟେଷ୍ଟ ପାଇଁ ଟିକେଟ୍ ବିକ୍ରି ଆରମ୍ଭ ହେବ ବୋଲି ସେ କହିଛନ୍ତି । ମ୍ୟାଚ୍ ସମୟରେ ୫୦ ପ୍ରତିଶତ ଦର୍ଶକଙ୍କୁ ଷ୍ଟାଡିୟମରେ ପ୍ରବେଶ କରିବାକୁ ଅନୁମତି ଦିଆଯିବା
ବିସିସିଆଇ ସଚିବ ଜୟ ଶାହା ନ୍ୟୁଜ୍ ଏଜେନ୍ସି ଏଏନ୍ଆଇକୁ କହିଛନ୍ତି, ‘ମୋହାଲିର ପିସିଏ ଷ୍ଟାଡିୟମରେ ଖେଳାଯିବାକୁ ଥିବା ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ ପ୍ରଥମ ଟେଷ୍ଟ ମ୍ୟାଚ୍ ବିନା ଦର୍ଶକରେ ଖେଳାଯିବ ନାହିଁ । ବରଂ ଦର୍ଶକ ଉପସ୍ଥିତିରେ ଏହି ମ୍ୟାଚ ଖେଳାଯିବ ବୋଲି କହିଛନ୍ତି . ସେହିପରି ଶାହ ମଧ୍ୟ ତାଙ୍କର ୧୦୦ ତମ ଟେଷ୍ଟ ପାଇଁ କୋହଲିଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।
Sign in
Sign in
Recover your password.
A password will be e-mailed to you.
Next Post