ହଠାତ୍‌ ଖସିପଡିଲେ ନିଲାମକାରୀ, ଅଟକିଲା ଆଇପିଏଲ ଖେଳାଳି ନିଲାମ

0 133

ବେଙ୍ଗାଲୁରୁ: ଆଇପିଏଲ-୨୦୨୨ ମେଗା ଅକ୍ସନରେ ଘଟିଛି ଅଘଟଣ । ନିଲାମ ଚାଲିଥିବା ବେଳେ ଅକ୍ସନିର ବା ନିଲାମକାରୀ ହ୍ୟୁଜ୍‌ ଏଡମିଡ୍ସ ହଠାତ୍‌ ଅଚେତ୍‌ ହୋଇ ତଳେ ପଡିଯାଇଛନ୍ତି । ଯେଉଁ କାରଣରୁ ନିଲାମକୁ ସ୍ଥଗିତ ରଖାଯାଇଛି । ଆଇପିଏଲ୍‌ ନିଲାମ ଇତିହାସରେ ପ୍ରଥମଥର ଏଭଳି ଅଘଟଣ ଘଟିଛି । ତେବେ ଏ ନେଇ ଆଇପିଏଲ୍‌ କିମ୍ବା ବିସିସିଆଇ ପକ୍ଷରୁ ଅଫିସିଆଲ୍‌ ଘୋଷଣା କରାଯାଇନାହିଁ ।
ଶ୍ରୀଲଙ୍କାର ସ୍ପିନ୍‌ ଅଲରାଉଣ୍ଡର୍‌ ୱାନିନ୍ଦୁ ହସରଙ୍ଗାଙ୍କୁ ନିଲାମ ପାଇଁ ଡାକ ଚାଲିଥିଲ।। ହସରଙ୍ଗାଙ୍କ ପାଇଁ ୧୦ କୋଟିରୁ ଅଧିକ ଟଙ୍କାର ଡାକ ଚାଲିଥିବା ବେଳେ ହଠାତ୍‌ ନିଲାମକାରୀ ହ୍ୟୁଜ ତଳେ ପଡିଯାଇଥିଲେ । ବିସିସିଆଇ ମେଡିକାଲ୍‌ ଟିମ୍‌ ତାଙ୍କୁ ତୁରନ୍ତ ଚିକିତ୍ସା ଯୋଗାଇ ଦେଇଛି । ବର୍ତ୍ତମାନ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ଥିବା ଜଣାପଡିଛି । ଏଥିରେ କୁହାଯାଇଛି ଯେ, ଲୋ ବ୍ଲଡ ପେସର ପାଇଁ ଏମିତି ଘଟିଥିଲା ।
ହ୍ୟୁଜଙ୍କ ଏଭଳି ଅଚେତ୍‌ ହେବା ଦ୍ୱାରା ନିଲାମକୁ ତୁରନ୍ତ ସ୍ଥଗିତ କରିଦିଆଯାଇଛି । ତେବେ ସେ ଆଗକୁ ନିଲାମରେ ଭାଗ ନେଇପାରିବେ କି ନାହିଁ, ତାହା ସ୍ପଷ୍ଟ ହୋଇନାହିଁ । ତେବେ ଆଇପିଏଲ୍‌ ନିଲାମ ପ୍ରକ୍ରିୟା ଅପରାହ୍ଣ ସାଢେ ୩ଟା ବେଳେ ପୁଣି ଆରମ୍ଭ ହେବ ବୋଲି ସୂଚନା ମିଳିଛି ।
ହ୍ୟୁଜ୍‌ ବ୍ରିଟେନରେ ରହୁଥିବା ଫାଇନ୍‌ ଆର୍ଟ, କ୍ଲାସିକ୍‌ ଏବଂ ଚ୍ୟାରିଟିର ଅକ୍ସନ ଏକ୍ସପର୍ଟ । ସେ ୩୫ ବର୍ଷରୁ ଅଧିକ ସମୟ ଧରି ଅକ୍ସନ୍‌ କରିଆସୁଛନ୍ତି ଏବଂ ଏପର୍ଯ୍ୟନ୍ତ ସମଗ୍ର ଦୁନିଆରେ ୨୫୦୦ରୁ ଅଧିକ ଅକ୍ସନ କରିସାରିଛନ୍ତି । ଏହି ୨୫୦୦ ଅକ୍ସନରେ ସେ କୋଟି କୋଟି ଟଙ୍କାରୁ ଅଧିକ ଦାମର ସାମଗ୍ରୀ ବିକ୍ରି କରାଇଛନ୍ତି । ସେ ଚ୍ୟାରିଟି ଅକ୍ସନ୍‌ ପାଇଁ ଦୁବାଇ, ହଂକଂ, କାସାବ୍ଲାଙ୍କା, ନ୍ୟୁୟର୍କ, ମୁମ୍ବାଇ, ମଣ୍ଟେ କାର୍ଲେ, ଲସ୍‌ ଆଞ୍ଜେଲିସ୍‌ ଓ ଟୋକିଓ ସମେତ ୩୦ରୁ ଅଧିକ ସହର ଗସ୍ତ କରିସାରିଛନ୍ତି । ସେ ଅଢେଇ ଲକ୍ଷ କୋଟିରୁ ଅଧିକ ଟଙ୍କାର ନିଲାମ ଡାକି ସାରିଲେଣି ।

hiranchal ad1
Leave A Reply

Your email address will not be published.

seventeen − 13 =