ଅଧିନାୟକ ବଦଳାଇଲେ ପଞ୍ଜାବ କିଙ୍ଗ୍‌ସ, ଜାଣନ୍ତୁ କାରଣ

0 130

ମୁମ୍ବାଇ : ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ ଅର୍ଥାତ୍‌ ଆଇପିଏଲ୍‌ ୨୦୨୨ ମଧ୍ୟ ଭାଗରେ ପଞ୍ଜାବ କିଙ୍ଗ୍ସ ନିଜର ଅଧିନାୟକଙ୍କୁ ବଦଳାଇବାକୁ ପଡିଛି । ତେବେ ଏହା ସ୍ଥାୟୀ ନୁହେଁ , କିନ୍ତୁ ଅସ୍ଥାୟୀ ଭାବେ ହୋଇଛି । କାରଣ ପଞ୍ଜାବ କିଙ୍ଗ୍ସର ନିୟମିତ ଅଧିନାୟକ ମୟଙ୍କ ଅଗ୍ରୱାଲ ଆହତ ହୋଇଛନ୍ତି । ତାଙ୍କ ସ୍ଥାନରେ ଶିଖର ଧାୱନଙ୍କୁ ଅଧିନାୟକ ପଦ ହସ୍ତାନ୍ତର କରାଯାଇଛି । ପଞ୍ଜାବ କିଙ୍ଗ୍ସର ନୂତନ ଅଧିନାୟକ ଶିଖର ଧାୱନ ମୟଙ୍କ ଅଗ୍ରୱାଲ କାହିଁକି ସନରାଇଜର୍ସ ହାଇଦ୍ରାବାଦ ବିପକ୍ଷରେ ପଡିଆକୁ ଓହ୍ଲାଇ ନାହାନ୍ତି ସେ ବିଷୟରେ ସ୍ପଷ୍ଟ କରିଛନ୍ତି ।
ଆଇପିଏଲ୍‌ ୨୦୨୨ ର ୨୮ ତମ ମ୍ୟାଚରେ ଶିଖର ଧାୱନ ଟସ୍‌ ପାଇଁ ପଡିଆକୁ ଓହ୍ଲାଇଥିଲେ । ଏସଆରଏଚ ଅଧିନାୟକ କେନ୍‌ ୱିଲିୟମସନ ଟସ୍‌ ଜିତିଥିଲେ । ଟସ ସମୟରେ ଶିଖର କହିଥିଲେ ଗତକାଲି (ଶନିବାର) ଅଭ୍ୟାସ ସମୟରେ ମୟଙ୍କଙ୍କ ଆଙ୍ଗୁଠିରେ ଆଘାତ ଲାଗିଥିଲା ଏବଂ ଏହି କାରଣରୁ ସେ ମ୍ୟାଚର ଅଂଶ ନୁହଁନ୍ତି । ତେବେ ପରବର୍ତ୍ତୀ ମ୍ୟାଚରେ ସେ ଦଳକୁ ଫେରିବେ ବୋଲି ଧାୱନ ପ୍ରକାଶ କରିଛନ୍ତି ।
ଆଇପିଏଲରେ ଅଧିନାୟକତ୍ୱ କରିବାର ଶିଖର ଧାୱନଙ୍କର ଅଭିଜ୍ଞତା ଅଛି । ସେ ୨୦୧୪ ମସିହାରେ ସନରାଇଜର୍ସ ହାଇଦ୍ରାବାଦ ଦଳର କମାଣ୍ଡର ଦାୟିତ୍ୱ ଗ୍ରହଣ କରିଥିଲେ । ଏସଆରଏଚ ତାଙ୍କ ଅଧିନାୟକତ୍ୱ ଅଧୀନରେ ୧୦ ଟି ମ୍ୟାଚ୍‌ ଖେଳିଥିଲା, ସେଥିମଧ୍ୟରୁ ଦଳ ୪ ଟି ମ୍ୟାଚ୍‌ ଜିତି ୬ ଟି ମ୍ୟାଚ୍‌ ହାରିଥିଲା । ଏବେ ପୁଣି ଥରେ ତାଙ୍କୁ ଆଇପିଏଲରେ ଅଧିନାୟକ କରିବାର ସୁଯୋଗ ମିଳିଛି । ତେବେ ସେ କେବଳ ଅସ୍ଥାୟୀ ଭାବରେ ପଞ୍ଜାବ କିଙ୍ଗ୍ସର ଅଧିନାୟକ ଅଟନ୍ତି । ଯଦି ମାୟଙ୍କ ଅଗ୍ରୱାଲ ପରବର୍ତ୍ତୀ ମ୍ୟାଚ୍‌ ଖେଳନ୍ତି, ତେବେ ଶିଖର ଉପ-ଅଧିନାୟକ ରହିବେ ।

hiranchal ad1
Leave A Reply

Your email address will not be published.

one × 4 =