ଆଇପିଏଲ ନିଲାମ ଆରମ୍ଭ, ଶିଖରଙ୍କୁ କିଣିଲା ପଞ୍ଜାବ କିଙ୍ଗ୍‌ସ

0 99

ବାଙ୍ଗାଲୋର : ଆଇପିଏଲ ୨୦୨୨ ପାଇଁ ଖେଳାଳି ନିଲାମ ଚାଲିଛି । ପ୍ରଥମ ଖେଳାଳି ଭାବେ ବିଡିଂରେ ଶିଖର ଧାୱନ ନାମ ସାମିଲ ହୋଇଥିଲା । ତାଙ୍କୁ ନେଇ ରାଜସ୍ଥାନ ରୟାଲ୍ସ ଓ ଦିଲ୍ଲୀ ମଧ୍ୟରେ କଡା ଟକ୍କର ଚାଲିଥିଲା । ଏହାପରେ ପଞ୍ଜାବ କିଙ୍ଗ୍‌ସ ମଧ୍ୟ ତାଙ୍କ ନାମରେ ବିଡ ଲଗାଇଥିଲା । ପଞ୍ଜାବ କିଙ୍ଗ୍‌ସ ଶେଷରେ ଶିଖରଙ୍କୁ ୮କୋଟି ୨୫ଲକ୍ଷ ଟଙ୍କା କିଣି ନେଇଛି । ସେହିପରି ଅଫ ସ୍ପିନର ଅଶ୍ୱିନୀଙ୍କୁ ରାଜସ୍ଥାନ ରୟାଲ୍ସ ୫ କୋଟିରେ କିଣିଛି । ଅନ୍ୟ ପକ୍ଷରେ ଅଷ୍ଟ୍ରେଲିଆ ଟେଷ୍ଟ ଅଧିନାୟକ ପାଟ କମ୍ୟୁନ୍ସଙ୍କୁ କୋଲକତା ନାଇଟ ରାଇଡର୍ସ ୭କୋଟି ୨୫ ଲକ୍ଷ ଟଙ୍କାରେ କିଣି ନେଇଛି । ପଞ୍ଜାବ କିଙ୍ଗ୍‌ସ ୯.୨୬ କୋଟିରେ ଦକ୍ଷିଣ ଆଫ୍ରିକାର ପେସର କିଙ୍ଗସୋ ରାବାଡାଙ୍କୁ କିଣିଛି । ତାଙ୍କର ବେସ ପ୍ରାଇସ ୨କୋଟି ଥିଲା । ସେହିପରି ଭାରତର ଷ୍ଟାର ଖେଳାଳି ଶ୍ରେୟସ ଆୟରଙ୍କୁ ୧୨.୨୫ କୋଟିରେ କୋଲକତା ନାଇଟ ରାଇଡର୍ସ କିଣି ନେଇଛି । ତାଙ୍କର ବେସ ପ୍ରାଇସ ୨କୋଟି ଥିଲା ।

hiring

ମହମ୍ମଦ ସାମିଙ୍କୁ ନୂଆ ଫ୍ରାଞ୍ଚାଇଜ ଗୁଜୁରାଟ ଟାଇଟନ୍ସ ୬.୨୫ କୋଟିରେ କିଣିଛି ।

ଫାଫା ଡୁଫ୍ଲେସିଙ୍କୁ ଆରସିବି ୭କୋଟି ଟଙ୍କା କିଣିଛି ।

hiranchal ad1
Leave A Reply

Your email address will not be published.

4 × 1 =