ମହିଳା ବିଶ୍ୱକପ : ବାଂଲାଦେଶକୁ ହରାଇଲା ଭାରତ

0 108

ହାମିଲଟନ : ଆଇସିସି ମହିଳା ବିଶ୍ୱକପରେ ଭାରତ ଏବଂ ବାଂଲାଦେଶ ମଧ୍ୟରେ ୨୨ ତମ ଲିଗ୍‌ ମ୍ୟାଚ୍‌ ହାମିଲଟନ୍‌ ସ୍ଥିତ ସେଡନ୍‌ ପାର୍କ ଷ୍ଟାଡିୟମରେ ଖେଳାଯାଇଥିଲା । ଏହି ମ୍ୟାଚରେ ଭାରତ ବିଜୟ ହାସଲ କରିଛି । ମିତାଲି ରାଜଙ୍କ ଅଧିନାୟକତ୍ୱ କରିଥିବା ଟିମ୍‌ ଇଣ୍ଡିଆ ବାଂଲାଦେଶକୁ ୧୧୦ ରନରେ ପରାସ୍ତ କରିଛି । ମହିଳା ବିଶ୍ୱକପ ୨୦୨୨ ରେ ଏହା ଭାରତୀୟ ଦଳର ତୃତୀୟ ବିଜୟ । ଏହି ବିଜୟ ସହିତ ଦଳ ପଏଣ୍ଟ ଟେବୁଲରେ ତୃତୀୟ ସ୍ଥାନରେ ପହଞ୍ଚିଛି ।
ଏହି ମ୍ୟାଚ୍‌ରେ ଟିମ୍‌ ଇଣ୍ଡିଆ ବାଂଲାଦେଶ ସମ୍ମୁଖରେ ୨୩୦ ରନ୍‌ର ଲକ୍ଷ୍ୟ ଧାର୍ଯ୍ୟ କରିଥିଲା, ଏହାର ଜବାବରେ ବାଂଲାଦେଶ ୪୦.୩ ଓଭରରେ ୧୧୯ ରନ୍‌ ସଂଗ୍ରହ କରି ଅଲଆଉଟ ହୋଇଯାଇଥିଲା । ଏଥିସହିତ ୧୧୦ ରନ୍‌ରେ ମ୍ୟାଚ୍‌ ହାରିଥିଲା । ଏହି ପରାଜୟ ପରେ ବାଂଲାଦେଶର ସେମିଫାଇନାଲ ଆଶା ମଧ୍ୟ ମଉଳିଛି । ଯଦିଓ ବାଂଲାଦେଶ ଦଳ ଆଉ ଦୁଇଟି ମ୍ୟାଚ୍‌ ଖେଳିବ, କିନ୍ତୁ ବର୍ତ୍ତମାନ ଦଳ ସେମିଫାଇନାଲରେ ପ୍ରବେଶ କରିବା ପ୍ରାୟ ଅସମ୍ଭବ ଅଟେ ।
ଏହି ମ୍ୟାଚରେ ଟସ୍‌ ଜିତିବା ପରେ ସ୍ମୃତି ମନ୍ଧନା ଏବଂ ଶେଫାଲୀ ବର୍ମା ଭାରତକୁ ଭଲ ଆରମ୍ଭ କରିଥିଲେ, କିନ୍ତୁ ପାଞ୍ଚଟି ବଲ ମଧ୍ୟରେ ଭାରତୀୟ ଦଳ ବ୍ୟାକଫୁଟକୁ ଯାଇଥିଲେ । ଭାରତର ମାନ୍ଧନା, ଶେଫାଲୀ ଏବଂ ମିତାଲିଙ୍କ ୱିକେଟ୍‌ ହରାଇଥିଲା । ୩୦ ରନ୍‌ ସ୍କୋର କରିବା ପରେ ସ୍ମୃତି ମାନ୍ଧନା ଆଉଟ ହୋଇଥିବା ବେଳେ ଶେଫାଲୀ ୪୨ ରନ କରି ପାଭିଲିୟନକୁ ଫେରିଥିଲେ । ପ୍ରଥମ ୱିକେଟ୍‌ ପାଇଁ ଉଭୟ ୭୪ ରନ୍‌ ଭାଗିଦାରୀ କରିଥିଲେ, କିନ୍ତୁ ଚାରିଟି ବଲ୍‌ ମଧ୍ୟରେ ଉଭୟ ପାଭିଲିୟନକୁ ଫେରିଥିଲେ । ଏହା ପରେ ଅଧିନାୟକ ମିତାଲି ରାଜ ପ୍ରଥମ ବଲରେ ହିଁ ଆଉଟ୍‌ ହୋଇଯାଇଥିଲେ । ଏହାପରେ ଭାରତ ବ୍ୟାକଫୁଟକୁ ଚାଲିଯାଇଥିଲା । ମିତାଲିଙ୍କ ୱିକେଟ୍‌ ରିତୁ ମୋନିଙ୍କ ଆକାଉଣ୍ଟକୁ ଯାଇଥିଲା ।
ଏହା ପରେ ୟସ୍ତିକା ଭାଟିଆ ହରମାନପ୍ରୀତ କୌର ଭାରତର ଇନିଂସକୁ ସଜାଥିଲେ । ୟସ୍ତିକା ଭାଟିଆ ପଞ୍ଚମ ୱିକେଟ୍‌ ପାଇଁ ରିଚା ଘୋଷଙ୍କ ସହ ୫୪ ରନ୍‌ ଭାଗିଦାରୀ କରିଥିଲେ । ୨୬ ରନ୍‌ ସ୍କୋର କରିବା ପରେ ରିଚାଙ୍କୁ ଆଉଟ ହୋଇଯାଇଥିଲେ । ୫୦ ରନ୍‌ ସ୍କୋର କରିଥିବା ଷଷ୍ଠ ୱିକେଟ୍‌ ଭାବରେ ୟସ୍ତିକା ପାଭିଲିୟନକୁ ଫେରିଥିଲେ । ସେହିଭଳି ସ୍ନେହ ରାଣା ୨୭ ରନ କରି ଆଉଟ ହୋଇଥିବା ବେଳେ ପୂଜା ଭାଷ୍ଟ୍ରକର ୩୦ ରେ ଅପରାଜିତ ପ୍ରତ୍ୟାବର୍ତ୍ତନ କରିଥିଲେ । ୭ ଟି ୱିକେଟ୍‌ ହରାଇ ଭାରତ ୫୦ ଓଭରରେ ୨୨୯ ରନ୍‌ ସଂଗ୍ରହ କରିଥିଲା ।

hiranchal ad1
Leave A Reply

Your email address will not be published.

one × five =