ସଚିନ ଓ ଆଫ୍ରିଦିଙ୍କ ରେକର୍ଡ ଭାଙ୍ଗିବେ ରୋହିତ !

0 114

ନୂଆଦିଲ୍ଲୀ- ପଡିଆକୁ ଫେରିବେ ହିଟମ୍ୟାନ ରୋହିତ । କେବଳ ପଡିଆକୁ ଫେରିବେନି ବରଂ ବହୁ ରେକର୍ଡ ଅଧିକାରୀ ହେବାର ସୁଯୋଗ ମଧ୍ୟ ରହିଛି ତାଙ୍କ ପାଖରେ । ରବିବାର ପର୍ଥରେ ଆରମ୍ଭ ହେଉଥିବା ଅଷ୍ଟ୍ରେଲିଆ ଏହି ସିରିଜରେ ଶୁଭମନ ଗିଲ୍ ଦଳର ଅଧିନାୟକ ହେବେ । ତେବେ ଏହି ସିରିଜରେ ସଚିନଙ୍କ ରେକର୍ଡ ଭାଙ୍ଗିବାର ସୁଯୋଗ ରୋହିତଙ୍କ ପାଇଁ ରହିବ । ରୋହିତ ଶର୍ମା ଏପର୍ଯ୍ୟନ୍ତ ଅଷ୍ଟ୍ରେଲିଆ ବିପକ୍ଷରେ ଆଠଟି ଦିନିକିଆ ଶତକ ମାରିଛନ୍ତି। ଯଦି ସେ ଏହି ସିରିଜରେ ଆଉ ଦୁଇଟି ଶତକ କରନ୍ତି । ତେବେ ସେ ସଚିନ ତେନ୍ଦୁଲକରଙ୍କୁ ପଛରେ ପକାଇବେ ।

hiring

ଅଷ୍ଟ୍ରେଲିଆ ବିପକ୍ଷରେ ସର୍ବାଧିକ ଶତକ ଲଗାଇଥିବା ବ୍ୟାଟସମ୍ୟାନ୍ ହେବେ। ଆହୁରି ବି, ରୋହିତ ଏପର୍ଯ୍ୟନ୍ତ ୨୭୩ ODIରେ ୩୪୪ ଛକା ମାରିଛନ୍ତି। ୩୫୧ ଛକା ମାରିଥିବା ପାକିସ୍ତାନର ଶାହିଦ ଆଫ୍ରିଦିଙ୍କ ରେକର୍ଡ ଭାଙ୍ଗିବାକୁ ତାଙ୍କୁ କେବଳ ଆଠଟି ଛକା ଆବଶ୍ୟକ। ଏହା କରିବା ଦ୍ୱାରା ସେ ODI ଇତିହାସରେ ସର୍ବାଧିକ ଛକା ମାରିଥିବା ବ୍ୟାଟସମ୍ୟାନ ହୋଇଯିବେ।

hiranchal ad1
Leave A Reply

Your email address will not be published.

4 + 9 =