ଇଣ୍ଡିଜ ବିପକ୍ଷ ଟେଷ୍ଟ ସିରିଜ୍ ପାଇଁ ଆଜି ଟିମ୍ ଇଣ୍ଡିଆ ଘୋଷଣା

0 84

ନୂଆଦିଲ୍ଲୀ,୨୪/୦୯: ଭାରତ ଏବଂ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ୨ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ୍ ଆରମ୍ଭ ହେବ । ଏ ନେଇ ଆଜି ଟିମ୍ ଇଣ୍ଡିଆ ଘୋଷଣା ହେବ । ତେବେ କିଏ ସେହି ୧୫ ଖେଳାଳି ଯାହାକୁ ଚୟନକର୍ତ୍ତା ଚୟନ କରିଛନ୍ତି ତାହା ଉପରେ ନଜର ରହିଛି । କମିଟି ଏକ ଅନଲାଇନ୍ ବୈଠକରେ ଏହି ସିରିଜ୍ ପାଇଁ ଦଳ ଚୟନ କରିବେ ବୋଲି କୁହାଯାଉଛି ।
ଇଂଲଣ୍ଡ ଗସ୍ତରେ ଟେଷ୍ଟ ସିରିଜରେ ଦୃଢ଼ ପ୍ରଦର୍ଶନ ପରେ, ଭାରତ ଆସନ୍ତା ମାସରେ, ବିଶ୍ୱ ଟେଷ୍ଟ ଚାମ୍ପିଅନସିପ ଚକ୍ରରେ ୱେଷ୍ଟଇଣ୍ଡିଜ୍ ସହିତ ମୁକାବିଲା କରିବ । ପ୍ରଥମ ଘରୋଇ ସିରିଜ୍ ଖେଳିବ । ଏହି ସିରିଜ୍ ପାଇଁ କେଉଁ ଖେଳାଳିଙ୍କୁ ଚୟନ କରାଯିବ ତାହାକୁ ନେଇ ଚର୍ଚ୍ଚା ଜୋରସୋର ଚାଲିଛି ।
ଅନଲାଇନ୍ ବୈଠକରେ ଦଳ ଚୟନ- ମୁଖ୍ୟ ଚୟନକର୍ତ୍ତା ଅଜିତ୍ ଅଗରକରଙ୍କ ଅଧ୍ୟକ୍ଷତାରେ ବିସିସିଆଇର ସିନିୟର ଭାରତୀୟ ଦଳ ଚୟନ କମିଟି ବୁଧବାର ଏକ ଅନଲାଇନ୍ ବୈଠକ କରିବେ । ଏହି ମିଟିଂରେ ଦୁଇଟି ଟେଷ୍ଟ ସିରିଜ ପାଇଁ ଦଳ ଚୟନ କରିବେ । ଘରୋଇ ସିରିଜକୁ ବିଚାରକୁ ନେଇ ଏକ ୧୫ ଜଣିଆ ଦଳ ଚୟନ କରାଯିବ ବୋଲି ଅନୁମାନ କରାଯାଉଛି । ତଥାପି, ଉଭୟ ଟେଷ୍ଟ ମ୍ୟାଚ ପାଇଁ ଦଳ ଏକକାଳୀନ ଘୋଷଣା କରାଯିବ କି କେବଳ ପ୍ରଥମ ଟେଷ୍ଟ ପାଇଁ ଖେଳାଳିଙ୍କୁ ଚୟନ କରାଯିବ ତାହା ସ୍ପଷ୍ଟ ହୋଇନାହିଁ । ଏହି ସିରିଜର ପ୍ରଥମ ଟେଷ୍ଟ ଅକ୍ଟୋବର ୨ ରୁ ଅହମ୍ମଦାବାଦରେ ଏବଂ ଦ୍ୱିତୀୟ ଟେଷ୍ଟ ଅକ୍ଟୋବର ୧୦ରୁ ନୂଆଦିଲ୍ଲୀରେ ଖେଳାଯିବ ।

 ଇଣ୍ଡିଜ ବିପକ୍ଷ ସିରିଜ ପୂର୍ବରୁ ଟିମ ଚୟନ ପୂର୍ବରୁ ଏକ ବଡ ପ୍ରଶ୍ନର ଉତ୍ତର ମିଳିସାରିଛି । ଏହି ସିରିଜ ସହିତ ଷ୍ଟାର ମଧ୍ୟକ୍ରମ ବ୍ୟାଟସମ୍ୟାନ ଶ୍ରେୟସ ଆୟର ଟେଷ୍ଟ ଦଳକୁ ଫେରିବେ ବୋଲି ଲଗାତାର କଳ୍ପନାଜଳ୍ପନା କରାଯାଉଥିଲା, କିନ୍ତୁ ଚୟନର ମାତ୍ର ଗୋଟିଏ ଦିନ ପୂର୍ବରୁ ଏକ ଆଶ୍ଚର୍ଯ୍ୟଜନକ ଖୁଲାସା ହୋଇଛି । ଏକ ରିପୋର୍ଟରେ କୁହାଯାଇଛି ଯେ ଆୟର ରେଡ-ବଲ୍ କ୍ରିକେଟରୁ ବିରତି ନେଇଛନ୍ତି । ଚୟନ କମିଟି ଏବଂ ବିସିସିଆଇକୁ ଏହା ବିଷୟରେ ଅବଗତ କରାଇଛନ୍ତି । ତେଣୁ ଆୟରଙ୍କ ଚୟନକୁ ନେଇ ବିତର୍କ ପୂର୍ବରୁ ପ୍ରଶ୍ନର ଉତ୍ତର ମିଳିସାରିଛି ।

hiring

ସେହିପରି ଷ୍ଟାର ଦ୍ରୁତ ବୋଲର ଯଶପ୍ରୀତ ବୁମରା ଏସିଆ କପ୍‌ରେ ପାଇଁ ଟିମ୍ ଇଣ୍ଡିଆର ଦଳରେ ସାମିଲ ଅଛନ୍ତି । ଏହା ପରେ ସେ ଟେଷ୍ଟ ସିରିଜରେ ଖେଳିବାକୁ ପ୍ରସ୍ତୁତ ଥିବା ବିସିସିଆଇକୁ ଜଣାଇ ସାରିଥିବା ଚର୍ଚ୍ଚା ହେଉଛି । ବୁମରାହଙ୍କ ନିଷ୍ପତ୍ତି ଗୁରୁତ୍ୱପୂର୍ଣ୍ଣ କାରଣ ଯଦି ଟିମ୍ ଇଣ୍ଡିଆ ଏସିଆ କପ୍ ଫାଇନାଲ୍ ଖେଳେ, ତେବେ ଖେଳାଳିମାନେ ତା’ପରେ ଟେଷ୍ଟ ସିରିଜ ପାଇଁ କେବଳ ତିନି ଦିନର ବିରତି ପାଇବେ । ଏସିଆ କପ୍‌ ଫାଇନାଲ୍ ୨୮ ସେପ୍ଟେମ୍ବରରେ ଏବଂ ପ୍ରଥମ ଟେଷ୍ଟ ଅକ୍ଟୋବର ୨ରେ ହେବ। କିଛି ସପ୍ତାହ ପୂର୍ବେ ବୁମରାହଙ୍କ କାର୍ଯ୍ୟଭାର ପରିଚାଳନାକୁ ନେଇ ଚାଲିଥିବା ବିତର୍କ ଭିତରେ, ଷ୍ଟାର ପେସରଙ୍କ ନିଷ୍ପତ୍ତି ଚୟନ ବିତର୍କରେ ଏକ ନୂତନ ଦିଗ ଯୋଡ଼ିଛି ।

ଏହି ଖେଳାଳିଙ୍କ ଉପରେ ନଜର- ଇଂଲଣ୍ଡ ଗସ୍ତରେ ଟିମ୍ ଇଣ୍ଡିଆରେ ଥିବା କରୁଣ ନାୟର ତାଙ୍କ ସ୍ଥାନ ବଜାୟ ରଖିପାରିବେ କି ନାହିଁ ତାହା ଉପରେ ନଜର ରହିଛି । ନାୟର ପ୍ରାୟ ୮ ବର୍ଷ ଅପେକ୍ଷା ପରେ ଟିମ୍ ଇଣ୍ଡିଆକୁ ଫେରିଥିଲେ । କିନ୍ତୁ ଇଂଲଣ୍ଡ ଗସ୍ତରେ ଟେଷ୍ଟ ସିରିଜରେ ମିଳିଥିବା ସୁଯୋଗର ଉପଯୋଗ କରିବାରେ ବିଫଳ ହୋଇଥିଲେ । ୨୫ ହାରରେ କେବଳ ୨୦୫ ରନ୍ କରିଥିଲେ । ତେଣୁ, ଦଳରେ ତାଙ୍କର ଚୟନ ଅସମ୍ଭବ ମନେ ହେଉଛି । ଏହି ସମୟରେ, ଦୁଲୀପ ଟ୍ରଫି ଏବଂ ଅଷ୍ଟ୍ରେଲିଆ-ଏ ବିପକ୍ଷରେ ଭଲ ପ୍ରଦର୍ଶନ କରିଥିବା ଯୁବ ବ୍ୟାଟସମ୍ୟାନ ଦେବଦତ୍ତ ପାଡିକଲଙ୍କ ଫେରିବାର ସମ୍ଭାବନା ଦେଖାଯାଉଛି । ସ୍ପିନ୍-ଅଲରାଉଣ୍ଡର ଅକ୍ଷର ପଟେଲ ମଧ୍ୟ ଦଳକୁ ଫେରିପାରନ୍ତି ।

hiranchal ad1
Leave A Reply

Your email address will not be published.

five × three =