ଇସଲାମବାଦ : ଅନାସ୍ଥା ଭୋଟିଂରେ ଇମ୍ରାନ ଖାନ ଗାଦିଚ୍ୟୁତ ହେବା ପରଠୁ ତାଙ୍କ ସହଯୋଗୀମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଆରମ୍ଭ ହୋଇଯାଇଛି । ସେମାନଙ୍କ ଘରେ ରେଡ୍ ଚାଲିଛି । ବିଭିନ୍ନ ସରକାରୀ ଓ ସରକାରୀ ନିୟନ୍ତ୍ରଣାଧୀନ ସଂସ୍ଥାଗୁଡ଼ିକରେ ଥିବା ଇମ୍ରାନଙ୍କ ଅନୁଗତମାନଙ୍କୁ ହଟାଇବା ଲାଗି ପ୍ରକ୍ରିୟା ଆରମ୍ଭ ହୋଇଛି । ଏହି କ୍ରମରେ ପାକିସ୍ତାନ କ୍ରିକେଟ ବୋଡର଼୍(ପିସିବି)ର ସଭାପତି ରମିଜ ରାଜା । ଖୁବଶୀଘ୍ର ତାଙ୍କୁ ବିଦା କରାଯାଇପାରେ । ରମିଜ ହେଉଛନ୍ତି ଇମ୍ରାନଙ୍କ ପ୍ରିୟ ବନ୍ଧୁ । ଇମ୍ରାନଙ୍କ ପରେ ଖୁବ ଶୀଘ୍ର ତାଙ୍କ ପାଳି ପଡିବାକୁ ଯାଉଛି ବୋଲି ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି । ରମିଜ ଏବେ ଆଇସିସି ବୈଠକରେ ସାମିଲ ହେବାକୁ ଦୁବାଇ ଯାଇଛନ୍ତି । ଇମ୍ରାନଙ୍କ ଅନୁରୋଧ ଯୋଗୁ ରମିଜ ପିସିବି ଚେୟାରମ୍ୟାନ ହେବାକୁ ରାଜି ହୋଇଥିଲେ । ସେ ସମୟରେ ରମିଜ କହିଥିଲେ, ତୁମେ ଯେତେ ଦିନ ପାକିସ୍ତାନର ପ୍ରଧାନମନ୍ତ୍ରୀ ରହିବ ମୁଁ ଏହି ଦାୟିତ୍ୱ ତୁଲାଇବି । ନୂତନ ପ୍ରଧାନମନ୍ତ୍ରୀ ଯଦି ଏହି ପଦରେ ରହିବାକୁ ବାଧ୍ୟ କରନ୍ତି ତାହାହେଲେ ଚିନ୍ତା କରିବି ବୋଲି ସେ କହିଛନ୍ତି । ଗତ ବର୍ଷ ରମିଜ ପିସିବି ଚେୟାରମ୍ୟାନ ହୋଇଥିଲେ ।