ଆନ୍ତର୍ଜାତୀୟ କ୍ରୀଡାବିତଙ୍କୁ ରାଜ୍ୟ କ୍ରୀଡା ବିଭାଗର ଅଣଦେଖା ଅଭିଯୋଗ

0 86

ସୁବର୍ଣ୍ଣପୁର: କ୍ରୀଡା,କ୍ରୀଡାବିତ ତଥା କ୍ରୀଡା ଭିତ୍ତିଭୂମୀର ବିକାଶ ପାଇଁ ସରକାର ଅନେକ ଯୋଜନା କରୁଛନ୍ତି । କିନ୍ତୁ ବିଭିିନ୍ନ ସମୟରେ କ୍ରୀଡା ପ୍ରତିଭାମାନେ ଉପଯୁକ୍ତ ସରକାରୀ କ୍କୋତ୍ସାହନ ଅଭାବରୁ ଜାତୀୟ ତଥା ଆନ୍ତର୍ଜାତୀୟ ସ୍ତରରେ ତାଙ୍କର ପ୍ରତିଭା ପ୍ରଦର୍ଶନ କରିବାରୁ ବଂଚିତ ହେଉଥିବା ମଧ୍ୟ ଅଭିଯୋଗ ଆସୁଛି । ଏବେ ଏଭଳି କିଛି ଅଭିଯୋଗ କରିଛନ୍ତି ସୁବର୍ଣ୍ଣପୁର ଜିଲ୍ଲାର ଯୁବ କ୍ରୀଡାବିତ ତଥା ଆନ୍ତର୍ଜାତୀୟ ତାଇକଣ୍ଡୋ କ୍ରୀଡାବିତ ଏହେସାସ ହୋତା । ପୁର୍ବରୁ ଭାରତରୁ ପ୍ରତିନିଧିତ୍ୱ କରିବା ସହ ୭ଥର ଆନ୍ତର୍ଜାତୀୟ ତାଇକଣ୍ଡୋ ପ୍ରତିଯୋଗିତାରେ ମେଡାଲ ଜିଣି ଭାରତକୁ ଗୌରବ ଆଣିଥିବା ଏହେସାସ ହୋତାଙ୍କୁ ଏବେ ରାଜ୍ୟ କ୍ରୀଡା ବିଭାଗ ପକ୍ଷରୁ ଅଣଦେଖା କରାଯାଇଥିବା ଅଭିଯୋଗ ଆସିଛି । ଆସନ୍ତା ଜୁନ ୨୮ ରୁ ୩୦ ତାରିଖ ପର୍ଯ୍ୟନ୍ତ ଦକ୍ଷିଣ କୋରିଆର ଚାନଚିଓନ ସହରରେ ଓପନ ଆନ୍ତର୍ଜାତୀୟ ତାଇକଣ୍ଡୋ ପ୍ରତିଯୋଗିତା ୨୦୨୨ ଅନୁଷ୍ଠିତ ହେବାକୁଥିବାବେଳେ ଭାରତୀୟ ଟିମରେ ସ୍ଥାନ ପାଇଛନ୍ତି ସୁବର୍ଣ୍ଣପୁର ଜିଲ୍ଲାର ଏହେସାସ ହୋତା । ଏହାସହ ଦକ୍ଷିଣ କୋରିଆର ନାଜରାନି ୟୁନିଭରସିଟିରେ ୩ ମାସଧରି ଆନ୍ତର୍ଜାତୀୟ ତାଇକଣ୍ଡୋ ତାଲିମ ନେବା ପାଇଁ ମଧ୍ୟ ସେ ମନୋନିତ ହୋଇସାରିଛନ୍ତି । ତେବେ ଓଡିଶାରୁ ପ୍ରଥମଥର ପାଇଁ ଏହେସାସଙ୍କୁ ଏଭଳି ଏକ ତାଲିମ ନେବାର ସୁଯୋଗ ମିଳିଥିବାବେଳେ ଏଭଳି ଏକ ବ୍ୟୟବହୁଳ ତାଲିମ ତାଙ୍କୁ ଚିନ୍ତାରେ ପକାଇଛି । ଏହି ୩ ମାସର ତାଲିମ ନେବାକୁ ପାଖାପାଖି ୧୦ ଲକ୍ଷରୁ ଅଧିକ ଖର୍ଚ୍ଚ ହେଉଥିବା ଜଣାପଡିଛି । ପୂର୍ବରୁ ଏନେଇ ଏହେସାସଙ୍କକୁ ଆର୍ଥିକ ସହଯୋଗ କରିବାକୁ ସୁବର୍ଣ୍ଣପୁର ଜିଲ୍ଲା ପ୍ରଶାସନ ପତ୍ର ସଂଖ୍ୟା ୩୫୮୨ ତା.୩୦.୦୩.୨୦୨୨ ରେ ରାଜ୍ୟ କ୍ରୀଡା ବିଭାଗକୁ ପତ୍ର ଲେଖାଯାଇଥିଲା । ଏନେଇ ଜିଲ୍ଲାପାଳ ଆବୋଲି ସୁନିଲ ନରୱାଣେ ତତ୍କାଳିନ ଜିଲ୍ଲା କ୍ରୀଡା ଅଧିକାରୀ ତଥା ବର୍ତ୍ତମାନର ସୋନପୁର ଉପ ଜିଲ୍ଲାପାଳ ଡଃ ଇପସିତା ପ୍ରିୟଦର୍ଶିନୀ ମିଶ୍ର ଏବଂ ଜିଲ୍ଲା କ୍ରୀଡା ଅଧିକାରୀ ଅଭିଳାଷ ପୁରୋହିତ ବ୍ୟକ୍ତିଗତ ଭାବେ ଏହେସାସଙ୍କ ପାଇଁ ରାଜ୍ୟ କ୍ରୀଡା ବିଭାଗକୁ ଫୋନ ମଧ୍ୟ କରିଛନ୍ତି । ଅପ୍ରେଲ ମାସରେ ଏହେସାସଙ୍କୁ ରାଜ୍ୟ କ୍ରୀଡା ନିର୍ଦ୍ଦେଶାଳୟକୁ ଡକାଯାଇ କାଗଜପତ୍ର ଜାଂଚପରେ ଆର୍ଥିକ ସହଯୋଗ କରାଯିବାନେଇ ପ୍ରତିଶୃତି ଦିଆଯାଇଥିଲେ ବି ଏପର୍ଯ୍ୟନ୍ତ ରାଜ୍ୟ କ୍ରୀଡା ବିଭାଗ ପକ୍ଷରୁ କୌଣସି ଆର୍ଥିକ ସହଯୋଗ କରାଗଲାନାହିଁ । ଏସିଆନ ଗେମ, କମନେୱେଲଥ ଏବଂ ଅଲିମ୍ପିକ ଗେମ ଖେଳି ଦେଶ,ରାଜ୍ୟ ତଥା ଜିଲ୍ଲା ପାଇଁ ମେଡାଲ ଆଣିବାର ସ୍ୱପ୍ନ ଦେଖୁଥିବା ଏହେସାସ ହୋତାଙ୍କୁ ଏବେ ନିରାଶ ହେବାକୁ ପଡିଛି । ପୂର୍ବରୁ ୨୦୧୮ ଏବଂ ୨୦୧୯ ମସିହାରେ ଆନ୍ତର୍ଜାତୀୟ ଚମ୍ପିଆନସିପ ସମୟରେ ବୀରମହାରାଜପୁର ବିଧାୟକ ପଦ୍ମନାଭ ବେହେରାଙ୍କ ବ୍ୟକ୍ତିଗତ ଉଦ୍ୟମରେ ଏମସିଏଲ ଏବଂ ପାରାଦୀପ ପୋର୍ଟରୁ ସ୍ପୋନସରସିପ ମିଳିଥିଲେବି ଆଜିଯାଏଁ ଏଭଳି ଜଣେ କ୍ରୀଡାବିତଙ୍କୁ କିନ୍ତୁ ରାଜ୍ୟ କ୍ରୀଡା ବିଭାଗ ପକ୍ଷରୁ ଆର୍ଥିକ ସହଯୋଗ କରାନଯିବା ଘଟଣାକୁ ବିଭିନ୍ନ ମହଲରେ ନିନ୍ଦା କରାଯାଇଛି । ଜଣେ ମଧ୍ୟବିତ ପରିବାର ପିଲା ହୋଇଥିବାରୁ ଏବେ ଏତେ ଅର୍ଥ ଯୋଗାଡକରି ଖେଳିବା ଏବଂ ତାଲିମ ନେବା କଷ୍ଟକର ହୋଇଥିବାବେଳେ ଦେଶପାଇଁ ମେଡାଲ ଆଣିବାର ନିଶା କିନ୍ତୁ ତାଙ୍କୁ ଅଟକାଇ ପାରିନାହିଁ । ଏଣୁ ଏବେ ନିଜେ ଅର୍ଥ ଯୋଗାଡକରି ଆସନ୍ତା ୨୭ ତାରିଖରେ କୋରିଆ ଅଭିମୁଖି ଯାତ୍ରା କରିବେ ଏହେସାସ । ଆସନ୍ତା ୨୮ ତାରିଖରେ ଏହେସାସ ନିଜର ଜନ୍ମ ଦିବସରେ କୋରିଆ ମାଟିରେ ତାଙ୍କ ପ୍ରତିଭା ପ୍ରଦର୍ଶନ କରିବା ସହ ସେଠାରେ ନାଜରିନ ୟୁନଭରସିଟିରେ ରହି ୩ ମାସର ତାଲିମ ନେବେ । ଏଣୁ ଆଜି ଏନେଇ ସ୍ଥାନୀୟ କସ୍ତୁରୀ ହୋଟେଲ ସମ୍ମିଳନୀ କକ୍ଷରେ ଏକ ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ସରକାରଙ୍କ ଅସହେଯାଗ ନେଇ ଅସନ୍ତୋ ପ୍ରକାଶ କରିଛନ୍ତି ଏହେସାସ । ଦେଶପାଇଁ ବାରମ୍ବାର ମେଡାଲ ଆଣିବା ସହ ଆଗକୁ ଅଲିମ୍ପିକ ମେଡାଲ ଆଣିବାର ଲକ୍ଷ୍ୟ ରଖିଥିବା ଏହେସାସ ହୋତା ସୁବର୍ଣ୍ଣପୁର ଜିଲ୍ଲାପାଳ ଅବୋଲି ସୁନିଲ ନରୱଣେ,ଉପ ଜିଲ୍ଲାପାଳ ଡଃ ଇପସିତା ପ୍ରିୟଦର୍ଶିନୀ ମିଶ୍ର ଏବଂ ଜିଲ୍ଲା କ୍ରୀଡା ଅଧିକାରୀ ଅଭିଳାଷ ପୁରୋହିତଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

hiranchal ad1
Leave A Reply

Your email address will not be published.

4 × 3 =