ଅବସର ନେଲେ କିରଣ ପୋଲାର୍ଡ

0 96

ନୂଆଦିଲ୍ଲୀ,୨୦/୪: ୱେଷ୍ଟଇଣ୍ଡିଜର ଭେଟେରାନ କ୍ରିକେଟର କିରଣ ପୋଲାର୍ଡ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କରିଛନ୍ତି । ବୁଧବାର ନିଜ ଇନଷ୍ଟାଗ୍ରାମ ଜରିଆରେ ସେ ଏହି ଘୋଷଣା କରିଛନ୍ତି । ୩୪ ବର୍ଷୀୟ ପୋଲାର୍ଡ ଏବେ ଆଇପିଏଲ ୨୦୨୨ରେ ସକ୍ରିୟ ଅଛନ୍ତି । ପୋଲାର୍ଡ ଲେଖିଛନ୍ତି, ଦୀର୍ଘ ସମୟ ବିଚାର କରିବା ପରେ ମୁଁ ଅନ୍ତର୍ଜାତୀୟ କ୍ରିକେଟରୁ ସନ୍ନ୍ୟାସ ନେବାକୁ ନିଷ୍ପତ୍ତି ନେଇଛି । ଅନେକ ଯୁବ ଖେଳାଳିଙ୍କ ପରି ମୋତେ ମଧ୍ୟ ଇଣ୍ଡିଜ ତରଫରୁ କ୍ରିକେଟ୍‌ ଖେଳିବାର ଥିଲା । ମୁଁ ଗର୍ବର ସହ କହିପାରିବି ଯେ, ମୁଁ ୧୫ ବର୍ଷ ଧରି ଇଣ୍ଡିଜ ପାଇଁ ଟି-୨୦ ଏବଂ ଦିନିକିଆ କ୍ରିକେଟ୍‌ ଖେଳିଛି । ଟି-୨୦ କ୍ରିକେଟ୍‌ରେ ଲିଜେଣ୍ଡ କୁହାଯାଉଥିବା ୩୪ ବର୍ଷୀୟ କିରଣ ପୋଲାର୍ଡ ଇଣ୍ଡିଜ ପାଇଁ ୧୨୩ ଦିନିକିଆ ଖେଳିଥିବା ବେଳେ ୧୦୧ ଟି-୨୦ ଅନ୍ତର୍ଜାତୀୟ ମ୍ୟାଚ୍‌ ଖେଳିଛନ୍ତି । ପୋଲାର୍ଡ ଦିନିକିଆରେ ୨୭୦୬ ରନ ଏବଂ ୫୫ ୱିକେଟ୍‌ ନେଇଛନ୍ତି । ସେହି ପରି ଟି-୨୦ ଅନ୍ତର୍ଜାତୀୟରେ ୧୫୬୯ ରନ କରିବା ସହ ୪୨ ୱିକେଟ୍‌ ନେଇଛନ୍ତି । କିରଣ ପୋଲାର୍ଡ ଇଣ୍ଡିଜ ପାଇଁ ୨୦୦୭ରେ ଅନ୍ତର୍ଜାତୀୟ ପଦାର୍ପଣ କରିଥିଲେ । ଚଳିତ ବର୍ଷ ଫେବୃଆରୀରେ ଭାରତ ବିପକ୍ଷରେ ସେ ନିଜର ଶେଷ ଦିନିକିଆ ମ୍ୟାଚ୍‌ ଖେଳିଥିଲେ । ସେହି ପରି ୨୦୦୮ରେ ଅଷ୍ଟ୍ରେଲିଆ ବିପକ୍ଷରେ ସେ ଟି-୨୦ ଅନ୍ତର୍ଜାତୀୟରେ ପଦାର୍ପଣ କରିଥିଲେ । କୋଲକାତାରେ ୨୦୦୨ରେ ସେ ଶେଷ ଟି-୨୦ ମ୍ୟାଚ୍‌ ଖେଳିଥିଲେ ।

hiranchal ad1
Leave A Reply

Your email address will not be published.

4 × four =