ଦଶପଲ୍ଲା ମାଟିର ଗର୍ବ ଝିଲ୍ଲୀ ଦଳବେହେରା ପାଇବେ ବିଜୁ ପଟ୍ଟନାୟକ କ୍ରୀଡା ପୁରସ୍କାର

0 291

ଦଶପଲ୍ଲା : ରାଜ୍ୟ କ୍ରୀଡ଼ା ଓ ଯୁବସେବା ବିଭାଗ ପକ୍ଷରୁ ସମ୍ମାନଜନକ ବିଜୁ ପଟ୍ଟନାୟକ କ୍ରୀଡ଼ା ପୁରସ୍କାର – ୨୦୨୧ର ଚୂଡ଼ାନ୍ତ ତାଲିକା ଘୋଷିତ ହୋଇଛି । ବର୍ଷର ଶ୍ରେଷ୍ଠ କ୍ରୀଡ଼ାବିତ୍‌ ପୁରସ୍କାର ପାଇବାକୁ ଅନ୍ତର୍ଜାତୀୟ ଭାରୋତ୍ତୋଳିକା ଝିଲି ଦଳବେହେରା ଓ ସୁଟର ଶ୍ରୀୟଙ୍କା ଷଡଙ୍ଗୀ ଯୁଗ୍ମଭାବେ ମନୋନୀତ ହୋଇଛନ୍ତି । ରାଜ୍ୟର ପ୍ରଥମ ଅନ୍ତର୍ଜାତୀୟ କ୍ରିକେଟର ଦେବାଶିଷ ମହାନ୍ତିଙ୍କୁ କ୍ରୀଡ଼ା କ୍ଷେତ୍ରରେ ଜୀବନବ୍ୟାପୀ ସାଧନା ପୁରସ୍କାର, ଶ୍ରେଷ୍ଠ ପ୍ରଶିକ୍ଷକ ଭାବେ ପାରା ପ୍ରଶିକ୍ଷକ ବିଷ୍ଣୁ ପ୍ରସାଦ ମିଶ୍ର , କ୍ରୀଡ଼ା ପ୍ରୋତ୍ସାହନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ଲାଗି ରାଉରକେଲା ଷ୍ଟିଲ୍‌ ପ୍ଲାଣ୍ଟକୁ ମନୋନୀତ କରାଯାଇଛି । ଅଗଷ୍ଟ ୨୯ରେ ଜାତୀୟକ୍ରୀଡ଼ା ଦିବସରେ ଏହି ପୁରସ୍କାର ପ୍ରଦାନ କରାଯିବ ବୋଲି ରାଜ୍ୟ କ୍ରୀଡ଼ା ଓ ଯୁବସେବା ବିଭାଗ ପକ୍ଷରୁ ସୂଚନା ମିଳିଛି । ଭାରୋତ୍ତୋଳିକା ଝିଲି ଦଳବେହେରା ଏସିଆନ ଚମ୍ପିଆନସିପ୍‌ ରାଜ୍ୟଗୋଷ୍ଠୀ ଚମ୍ପିଆନସିପ, ଦକ୍ଷିଣ ଏସୀୟ କ୍ରୀଡ଼ା, ବିଶ୍ୱ ଜୁନିୟର ଭାରୋତ୍ତୋଳନ ଚମ୍ପିଆନସିପ ଆଦିରେ ପଦକ ବିଜୟୀ ହୋଇଛନ୍ତି । ସେହିପରି ସୁଟର ଶ୍ରୀୟଙ୍କା ମଧ୍ୟ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ପଦକ ବିଜୟୀ ହୋଇଛନ୍ତି । ୪୫ଟି ଦିନିକିଆ ଓ ୨ଟି ଟେଷ୍ଟ ମ୍ୟାଚ୍‌ ଖେଳିଥିବା ଦେବାଶିଷ ଏବେ ଜାତୀୟ ସିନିୟର ମନୋନୟନ କମିଟି ସଦସ୍ୟ ରହିଛନ୍ତି । ପାରା ଦୌଡ଼କୁଦ ପ୍ରଶିକ୍ଷକ ବିଷ୍ଣୁ ପ୍ରସାଦ ମିଶ୍ରଙ୍କ ପ୍ରଶିକ୍ଷଣରେ ଜୟନ୍ତୀ ବେହେରାଙ୍କ ଭଳି ଅନ୍ତର୍ଜାତୀୟ ପଦକ ବିଜେତା ପାରା ଧାବିକା ସୃଷ୍ଟି ହୋଇଛନ୍ତି ।

hiranchal ad1
Leave A Reply

Your email address will not be published.

three + 4 =