ଅଷ୍ଟ୍ରେଲିଆରେ ବି ଚମକିଲେ ସୂର୍ଯ୍ୟ, ଅଭ୍ୟାସ ମ୍ୟାଚରେ ଯୋଡିଲେ ଅର୍ଦ୍ଧଶତକ

0 81

ପର୍ଥ : ଚଳିତ ବର୍ଷ ଟିମ୍‌ ଇଣ୍ଡିଆ ବ୍ୟାଟ୍ସମ୍ୟାନ୍‌ ସୁର୍ଯ୍ୟକୁମାର ଯାଦବଙ୍କ ପାଇଁ ସ୍ୱତନ୍ତ୍ର ହୋଇଛି । ବିଶେଷକରି ଅଷ୍ଟ୍ରେଲିଆରେ ପହଞ୍ଚିବା ପରେ ମଧ୍ୟ ତାଙ୍କର ଫର୍ମ ଜାରି ରହିଛି । ଅଷ୍ଟ୍ରେଲିଆରେ ଅନୁଷ୍ଠିତ ହେବାକୁ ଥିବା ଟି -୨୦ ବିଶ୍ୱକପ ୨୦୨୨ ପୂର୍ବରୁ ସେ ଏକ ୱାର୍ମ ଅପ୍‌ ମ୍ୟାଚରେ ଅର୍ଦ୍ଧଶତକ ହାସଲ କରିଛନ୍ତି ।
ପଶ୍ଚିମ ଅଷ୍ଟ୍ରେଲିଆ ଏକାଦଶ ବିପକ୍ଷ ପ୍ରଥମ ୱାର୍ମ ଅପ୍‌ ମ୍ୟାଚରେ ସୂର୍ଯ୍ୟକୁମାର ଯାଦବ ଅର୍ଦ୍ଧଶତକ ହାସଲ କରିଥିଲେ । ସେ ହାର୍ଦ୍ଦିକ ପାଣ୍ଡ୍ୟା ଏବଂ ଦୀନେଶ କାର୍ତ୍ତିକଙ୍କ ସହ ଏକ ସ୍ୱଳ୍ପ ଭାଗିଦାର ସହ ବିସ୍ଫୋରକ ବ୍ୟାଟିଂ କରିଥିଲେ । ଭାରତ ପ୍ରଥମ ବ୍ୟାଟିଂ କରି ଏହି ମ୍ୟାଚରେ ୨୦ ଓଭରରେ ୬ ୱିକେଟ୍‌ ହରାଇ ୧୫୮ ରନ୍‌ ସଂଗ୍ରହ କରିଥିଲା । ଭାରତ ପାଇଁ ଏକମାତ୍ର ଅର୍ଦ୍ଧଶତକ ୪ ନମ୍ବରରେ ବ୍ୟାଟିଂ କରିବାକୁ ଆସିଥିବା ସୂର୍ଯ୍ୟକୁମାର ଯାଦବଙ୍କ ବ୍ୟାଟରୁ ବାହାରିଥିଲା ।
୩ ଚୌକା ଓ ୩ ଛକା ସହାୟତାରେ ୩୫ ଟି ବଲରେ ସୂର୍ଯ୍ୟକୁମାର ୫୨ ରନ୍‌ ସଂଗ୍ରହ କରିଥିବାବେଳେ ହାର୍ଦ୍ଦିକ ପାଣ୍ଡ୍ୟା ୨୦ ବଲରେ ୨୯ ରନ୍‌ ସଂଗ୍ରହ କରିଥିଲେ । ରୋହିତ ଶର୍ମା ଏବଂ ଋଷଭ ପନ୍ତ ଓପନିଂ କରିବାକୁ ପଡିଆକୁ ଓହ୍ଲାଇଥିଲେ ମଧ୍ୟ ସଫଳ ହୋଇନଥିଲେ । ଏହି ମ୍ୟାଚରେ ଆର ଅଶ୍ୱିନ, ବିରାଟ କୋହଲି ଏବଂ କେ.ଏଲ୍‌ ରାହୁଲ ଉପଲବ୍ଧ ନଥିଲେ । ତେବେ ସେମାନେ ଦ୍ୱିତୀୟ ମ୍ୟାଚ୍‌ରେ ଖେଳିବେ, କାରଣ ଏହା ପରେ ଦଳକୁ ଟି -୨୦ ବିଶ୍ୱକପର ୱାର୍ମ ଅପ୍‌ ମ୍ୟାଚ୍‌ ଖେଳିବାକୁ ପଡିବ ।

hiranchal ad1
Leave A Reply

Your email address will not be published.

three + eight =